ଓଡିଶା

odisha

ETV Bharat / bharat

TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Aug 17, 2020, 5:00 PM IST

1.ଦୀଘା-ଗୋପାଳପୁର ଉପକୂଳ ରାଜପଥ ନିର୍ମାଣ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଟ୍ୱିଟ

୪୫୧ କିମି ଲମ୍ବ ଦୀଘା-ଗୋପାଳପୁର ଉପକୂଳ ରାଜପଥ ସମ୍ପୂର୍ଣ୍ଣ ହେଲେ ଏହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ଓ ଭାରତର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବରେ ଉଭା ହେବ ।

2.ପୋଲିସ ଟଙ୍କା ମାଗିବା ଭାଇରାଲ ଭିଡିଓ ଘଟଣା; ଯାଜପୁର ଏସପିଙ୍କ ଖଣ୍ଡନ

ଯାଜପୁର ଜିଲ୍ଲା ଟମକା ଥାନାର ସବ ଇନ୍ସପେକ୍ଟରଙ୍କ ଟଙ୍କା ମାଗିବା ଭିଡ଼ିଓ ଭାଇରାଲ । ଜଣେ ଟ୍ରକ ଡ୍ରାଇଭରଙ୍କୁ ଦୁଇହଜାର ଟଙ୍କା ମାଗିବା ଭିଡ଼ିଓ ଏବେ ବିଭିନ୍ନ ସୋସିଆଲ ମିଡିଆରେ ଘୁରି ବୁଲୁଛି।

3.7 ହଜାର ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ

କେନ୍ଦ୍ରାପଡ଼ା ଗରଦପୁର ବ୍ଲକ ବଙ୍ଗାଳପୁର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା ସ୍ଥାନୀୟ ଚମ୍ପୁର ହୁରାସାହିର ଶୁଭେନ୍ଦୁ କୁମାର ରାଉତରାୟଙ୍କ ଠାରୁ ଟଙ୍କା ନେବାବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା ।

4.ଇତିଶ୍ରୀ ହତ୍ୟା ମାମଲାର ଦୋଷୀ ନେତ୍ରାନନ୍ଦଙ୍କ ମୃତ୍ୟୁ, ସିବିଆଇ ତଦନ୍ତ ଦାବି କଲା ପରିବାର

ଶିକ୍ଷୟତ୍ରୀ ଇତିଶ୍ରୀ ହତ୍ୟା ମାମଲାର ଦୋଷୀ ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ । ତେବେ ତାଙ୍କ ପରିବାର ନେତ୍ରାନନ୍ଦଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ଦାବି କରିଛନ୍ତି ।

5.ମାଳିଙ୍କ ବୁଦ୍ଧିଆ ପୁଅ, ମାଟ୍ରିକ ପରେ ଯୁକ୍ତଦୁଇରେ କୃତିତ୍ବ ହାସଲ

ବଣମଲ୍ଲୀ ଯେଉଁଠାରେ ଥାଉନା କାହିଁକି ତାହାର ବାସ୍ନା ସବୁଆଡେ ମହକି ଥାଏ। ଏହି କ୍ରମରେ ଆମେ ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ତାରାକୋଟ ଗ୍ରାମର ମଣ୍ଟୁ ରଣାଙ୍କ ପୁଅ ସଞ୍ଜୟ ରଣାଙ୍କ ବିଷୟରେ କହୁଛୁ ।

6.ରାଜ୍ୟରେ ବଢିଚାଲିଛି କୋରୋନା ମୃତ୍ୟୁ ସଂଖ୍ୟା, ଅଗଷ୍ଟରେ ସର୍ବାଧିକ ମୃତ୍ୟୁ

ରାଜ୍ୟରେ ଧିରେ ଧିରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା 353କୁ ବୃଦ୍ଧି ପାଇଛି ।

7.ପୂର୍ବତନ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର

ଗତ ଜୁଲାଇ 2 ତାରିଖରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଗାଡିରୁ 11 ଲକ୍ଷ ଟଙ୍କା ଭିଜିଲାନ୍ସ ଜବତ କରିଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ଚାକିରି ନିଲମ୍ବନ କରାଯାଇ ରିମାଣ୍ଡରେ ଆଣି ଜେରା କରାଯାଇଥିଲା ।

8.ମଣିପୁର ରାଜନୀତିରେ ପୁଣି ହଇଚଇ, 6 କଂଗ୍ରେସ ବିଧାୟକଙ୍କୁ ନେଇ ଦିଲ୍ଲୀ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ କଂଗ୍ରେସର ଜଣେ ବିଧାୟକ ଏବଂ 6 ଜଣ ପୂର୍ବତନ ବିଧାୟକଙ୍କୁ ନେଇ ଦିଲ୍ଲୀ ପହଞ୍ଚିଛନ୍ତି।

9.ସଞ୍ଜୟ ଝାଙ୍କ ବଡ ଦାବି, ନେତୃତ୍ବ ପରିବର୍ତ୍ତନ ପାଇଁ ଦାବି କରୁଛନ୍ତି ଅନେକ କଂଗ୍ରେସ ନେତା

କଂଗ୍ରେସର ଅନେକ ନେତା ଦଳର ସର୍ବୋଚ୍ଚ ନେତୃତ୍ବ ଉପରେ ରାଗିଛନ୍ତି ଏବଂ ସେମାନେ କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି ବୋଲି ସଞ୍ଜୟ ଝା ଦାବି କରିଛନ୍ତି।

10.'ଦେଶର ରତ୍ନ ଧୋନିଙ୍କୁ ଭାରତରତ୍ନରେ ସମ୍ମାନିତ କରାଯାଉ'

ମହେନ୍ଦ୍ର ସିଂ ଧୋନିଙ୍କୁ ଭାରତରତ୍ନରେ ସମ୍ମାନିତ କରାଯାଉ ବୋଲି କଂଗ୍ରେସ ବିଧାୟକ ପିସି ଶର୍ମା କରିଛନ୍ତି ।

For All Latest Updates

ABOUT THE AUTHOR

...view details