ଓଡିଶା

odisha

TOP NEWS @5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jul 16, 2020, 4:55 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS @5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ

ଡିଭିଏଫ(DVF) ଏବଂ ଏସଓଜି(SOG) ର ମିଳିତ ଉଦ୍ୟମରେ ଏକ ବଡଧରଣର ଅପରେସନ ହୋଇଛି। ଏଥିରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ଜାରି ରହିଛି ।

2.ରାଜସ୍ଥାନ ରାଜନୈତିକ ଦ୍ବନ୍ଦ୍ବ: ଶୁଣାଣି ସ୍ଥଗିତ ରଖିଲେ ହାଇକୋର୍ଟ

ବାଚସ୍ପତିଙ୍କ ନୋଟିସ ବିରୋଧରେ ସଚିନ ପାଇଲଟ ଓ ତାଙ୍କ ଅନୁଗତ ବିଧାୟକ ରାଜସ୍ଥାନ ହାଇକୋର୍ଟରେ ଦାଖଲ କରିଥିବା ପିଟିସନକୁ ସ୍ଥଗିତ ରଖାଯାଇଛି ।

3. 36 ଜଣଙ୍କୁ ବିଜେଡିର ସାଧାରଣ ସମ୍ପାଦକ ଦାୟିତ୍ୱ

ବିଜେଡିର 36 ଜଣିଆ ସାଧାରଣ ସମ୍ପାଦକଙ୍କୁ ଦାୟିତ୍ୱ ବଣ୍ଟନ କଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ।

4.ଅର୍ଥନୀତିର ପୁନଃରୁଦ୍ଧାର ପାଇଁ 50 ଅଧିକାରୀଙ୍କ ଠୁ ଇନପୁଟ ନେଉଛନ୍ତି ମୋଦି

ଜାତୀୟ ଅର୍ଥନୀତିରେ କୋରୋନାର ପ୍ରଭାବ ଆକଳନ କରିବାକୁ ଗୁରୁବାର ଅର୍ଥ ଏବଂ ବାଣିଜ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

5.ଛାତ୍ରଛାତ୍ରୀଙ୍କ ଘରେ ପହଞ୍ଚିଲେ କୁଳପତି, ବୁଝିଲେ ବୁଝାଇଲେ..

ମୁଣ୍ଡ ଉପରେ ପରୀକ୍ଷା ଥିବା ବେଳେ ଛାତ୍ରଛାତ୍ରୀଙ୍କ ଘର ଘର ବୁଲିଛନ୍ତି ଖୋଦ କୁଳପତି । ସେମାନେ କିପରି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ଜାଣିବା ସହ ବିଭିନ୍ନ ବିଷୟରେ ବୁଝାଇଥିଲେ ।

6.କୁଳଭୂଷଣ ଯାଦବଙ୍କୁ ଦ୍ବିତୀୟ କନସୁଲାର ଆକସେସ ପ୍ରଦାନ କଲା ପାକିସ୍ତାନ

ଗୁରୁବାର ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ ଦ୍ବିତୀୟ କନସୁଲାର ଆକସେସ ପ୍ରଦାନ କରିଛି ପାକିସ୍ତାନ ।

7.ତିରୁପତି ମନ୍ଦିରର 14 ପୁରୋହିତ କୋରୋନା ଆକ୍ରାନ୍ତ

ତିରୁମାଲା ତିରୁପତି ଦେବସ୍ଥାନମର 14 ଜଣ ପୁରୋହିତ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।

8.ୟୁଜିସି ଗାଇଡଲାଇନ ଅନୁଯାୟୀ ପରୀକ୍ଷା କରିବେ ସମସ୍ତ ବିଶ୍ବବିଦ୍ୟାଳୟ

କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ବିଶ୍ବବିଦ୍ୟାଳୟ ଗୁରୁବାର ୟୁନଭରସିଟି ଗ୍ରାଣ୍ଟ କମିଶନ(ୟୁଜିସି) ଦ୍ବାରା ଜାରି କରାଯାଇଥିବା ଗାଇଡଲାଇନ ଅନୁଯାୟୀ ପରୀକ୍ଷା କରିବେ ।

9.କୋରୋନା ଯୋଗୁଁ ହ୍ରାସ ପାଇଛି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଲୋକପ୍ରିୟତା କମିଥିବା ଏକ ନୂଆ ସର୍ଭେରୁ ଜଣାପଡିଛି ।

10.ସମଗ୍ର ବିଶ୍ବକୁ କୋଭିଡ-19 ଟୀକା ଯୋଗାଇବାରେ ସକ୍ଷମ ଭାରତ: ବିଲ୍ ଗେଟ୍ସ

ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ କହିଛନ୍ତି ଯେ ଭାରତୀୟ ଔଷଧ ଶିଳ୍ପ କେବଳ ଦେଶ ପାଇଁ ନୁହେଁ ସମଗ୍ର ବିଶ୍ବ ପାଇଁ କୋଭିଡ-19 ଟୀକା ପ୍ରସ୍ତୁତ କରିବାରେ ସକ୍ଷମ।

ABOUT THE AUTHOR

...view details