ଓଡିଶା

odisha

ETV Bharat / bharat

ୟୁଏଲଏଫଏ(ଆଇ) ନେତା ଦ୍ରିଷ୍ଟି ରାଜଖୱାର ଆତ୍ମସମର୍ପଣ

ୟୁନାଇଡେଟ୍‌ ଲିବରେସନ ଫ୍ରଣ୍ଟ ଅଫ୍‌ ଆସମ(ସ୍ବାଧୀନ)ର ନେତା ଦ୍ରିଷ୍ଟି ରାଜଖୱାର ଆତ୍ମସମର୍ପଣ । ରାଜଖୱା ସହିତ ଅନ୍ୟ 4 ଜଣ ମଧ୍ୟ ଆତ୍ମସମର୍ପଣ କରିଥିବା ସୂଚନା । ଅଧିକ ପଢନ୍ତୁ...

By

Published : Nov 12, 2020, 11:45 AM IST

ୟୁଏଲଏଫଏ(ଆଇ) ନେତା ଦ୍ରିଷ୍ଟି ରାଜଖୱାର ଆତ୍ମସମର୍ପଣ
ୟୁଏଲଏଫଏ(ଆଇ) ନେତା ଦ୍ରିଷ୍ଟି ରାଜଖୱାର ଆତ୍ମସମର୍ପଣ

ନୂଆଦିଲ୍ଲୀ: ଭାରତୀୟ ସେନାକୁ ଉତ୍ତର ପୂର୍ବ ଅଞ୍ଚଳରେ ବଡ ସଫଳତା ମିଳିଛି । ମେଘାଳୟ-ଆସାମ-ବାଂଲାଦେଶ ସୀମାରେ ସେନା ଗୁଇନ୍ଦା ସଂସ୍ଥାର ଉତ୍ତମ ରଣନୀତି ପାଇଁ ୟୁଏଲଏଫଏ(ଆଇ) ନେତା ଦ୍ରିଷ୍ଟି ରାଜଖୱା ସହିତ 4 ଉଗ୍ରବାଦୀ ଆତ୍ମସମର୍ପଣ କରିଛନ୍ତି । ମେଘାଳୟରେ ଏମାନେ ଆତ୍ମସମର୍ପଣ କରିଛନ୍ତି ।

ୟୁଏଲଏଫଏ(ଆଇ) ନେତା ଦ୍ରିଷ୍ଟି ରାଜଖୱାର ଆତ୍ମସମର୍ପଣ

ଦ୍ରିଷ୍ଟି ରାଜଖୱାକୁ ଛାଡି ଆତ୍ମସମର୍ପଣ କରିଥିବା 4 ଉଗ୍ରବାଦୀ ହେଲେ କୋରପୋରାଲ ବେଦାନ୍ତ, ୟାସିନ ଅସୋମ, ରୋପଜ୍ୟୋତି ଅସୋମ ଓ ମିଥୁନ ଅସୋମ । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହିତ ଏମାନେ ବୁଧବାର ଆତ୍ମସମର୍ପଣ କରିଛନ୍ତି ।

ଆତ୍ମସମର୍ପଣ ପରେ ସେନାର ଗୁଇନ୍ଦା ବିଭାଗ ରାଜଖୱାକୁ ହେପାଜତକୁ ନେଇଛି । ଦ୍ରିଷ୍ଟି ରାଜଖୱା ହେଉଛି ୟୁନାଇଡେଟ୍‌ ଲିବରେସନ ଫ୍ରଣ୍ଟ ଅଫ୍‌ ଅସମ(ସ୍ବାଧୀନ)ର ତଥାକଥିତ କମାଣ୍ଡର ଇନ ଚିଫ୍‌ ପରେଶ ବରୁହାର ଘନିଷ୍ଠ ସହଯୋଗୀ । ସୂଚନା ଅନୁଯାୟୀ, ରାଜଖୱା ବାଂଲାଦେଶରେ ରହୁଥିବାବେଳେ ଅସୁସ୍ଥତା କାରଣରୁ କିଛି ସପ୍ତାହ ପୂର୍ବେ ମେଘାଳୟ ଆସିଥିଲା ।

ତେବେ ରାଜଖୱାର ଆତ୍ମସମର୍ପଣ ଉଗ୍ରବାଦୀ ସଙ୍ଗଠନକୁ ଗଭୀର କ୍ଷତି ପହଞ୍ଚାଇଛି । 1990 ମସିହାରୁ ସରକାର ଏହି ସଙ୍ଗଠନକୁ ବ୍ୟାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details