ଓଡିଶା

odisha

By

Published : Dec 17, 2020, 9:00 AM IST

ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.ଆଜି ଭାରତ-ବାଂଲାଦେଶ ଦ୍ବିପାକ୍ଷିକ ବୈଠକ

ଆଜି ଭାରତ-ବାଂଲାଦେଶ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା । ଭିସି ଯୋଗେ ସାମିଲ ହେବେ ଉଭୟ ଦେଶର ପ୍ରଧାନମନ୍ତ୍ରୀ । ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା ।

2.ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ, ଚାଲିଛି ସମ୍ପତ୍ତିର ଆକଳନ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ବରଗଡ ଭିଜିଲାନ୍ସ ବିଭାଗ ପକ୍ଷରୁ ଜଣେ ଶିକ୍ଷକଙ୍କ ଘରେ ଚଢାଉ

3.ଜାନୁଆରୀ ୩ରୁ ଖୋଲିବ ଆରାଧ୍ୟ ବଳଦେବଜୀଉଙ୍କ ମନ୍ଦିର

ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ବଳଦେବଜୀଉ । ଆସନ୍ତା ବର୍ଷ ଜାନୁଆରୀ 3ରୁ ଖୋଲିବ ମନ୍ଦିର । ଏ ନେଇ ମନ୍ଦିର ପ୍ରଶାସନ ଓ ସେବାୟତ ବୈଠକରେ ନିଆଯାଇଛି ନିଷ୍ପତ୍ତି

4.ନଭେମ୍ବର 19ରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ପଶ୍ଚିମବଙ୍ଗ ଗସ୍ତ

ନଭେମ୍ବର 19ରେ ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗର ଶାହ ମେଦିନାପୁର ଓ 20ରେ ବୋଲପୁର ଗସ୍ତ କରିବେ ।

5.ବାଇକ ଲାଇଟ୍ ଉପରେ ଡେୟାରଡେଭିଲ୍ ପ୍ରଦର୍ଶନକରି ଇତିହାସ ରଚିଲା ଭାରତୀୟ ସେନା

ପୁଣିଥରେ ସାହସିକତା ଦେଖାଇ ଇତିହାସ ରଚିଲେ ଭାରତୀୟ ସେନାର ସାହସୀ ଡେୟାରଜେଭିଲ୍ସ ଟିମ୍ ।

6.ବାଦାମପାହାଡ଼ ଲୌହଖଣିରେ ଶ୍ରମିକ ଅଶାନ୍ତି

ମୟୂରଭଞ୍ଜ ଜିଲ୍ଲାରେ ଦୀର୍ଘ 20ବର୍ଷ ହେବ ୱାଗନ ଲୋଡିଂ ଶ୍ରମିକମାନଙ୍କ କାମ ଛଡାଇ ନେବାରୁ ଶ୍ରମିକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ବିରୋଧ କରି ଶ୍ରମିକମାନେ ବିକ୍ଷୋଭ ପ୍ରର୍ଦଶନ କରିଛନ୍ତି ।

7.ବାଇକ ସହ ବାଇକ ଧକ୍କା, ଜଣେ ମୃତ

ସୁବର୍ଣ୍ଣପୁର ସହରର 57 ନମ୍ବର ଜାତୀୟ ରାଜପଥରେ ବାଇକ ସହ ବାଇକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନିଜଣେ ଗୁରୁତର ହୋଇଛନ୍ତି ।

8.ଗିନିଜ୍ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ‘ବୃହତ ସାରୁ ପତ୍ର’

ସାରୁ ପତ୍ର ପାଇଁ ଗିନିଜ ବୁକ୍ ଅଫ୍ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲେ ଯୁବ ଗବେଷକ । ପ୍ରଥମ ଥର ପାଇଁ ଜିଲ୍ଲାର କୌଣସି ବ୍ୟକ୍ତି ଏଭଳି ବିଶ୍ବସ୍ତରୀୟ ରେକର୍ଡରେ ସ୍ଥାନ ପାଇଥିବାରୁ ଜିଲ୍ଲାରେ ଆନନ୍ଦର ଲହରୀ ଖେଳିଯାଇଛି ।

9.ବେଡି ପଡିଛି ନୀଳ ପାଦରେ, ଦୁଃଖ ଶୁଣିବେ କି ସରକାର ?

ଶିକୁଳିରେ ବନ୍ଧାପଡିଛି ଜୀବନ । ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ 4 ବର୍ଷ ହେଲା ବନ୍ଦୀ ଭାବେ ଜୀବନ ବିତାଉଛି ନୀଳ । ଏ ହେଉଛି ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ବୁଟିଗୁଡା ଗାଁର ଭୋଳା ହରିଜନଙ୍କ ପରିବାରର କାହାଣୀ ।

10.ବିବାହ ବନ୍ଧନରେ ବାନ୍ଧିହେଲେ ଭାରତୀୟ ହକି ଅଧିନାୟକ ମନପ୍ରୀତ ସିଂ

ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତୀୟ ହକି ଟିମର ଅଧିନାୟକ ମନପ୍ରୀତ ସିଂ ।

ABOUT THE AUTHOR

...view details