ଓଡିଶା

odisha

ETV Bharat / bharat

TOP NEWS@9 PM: ଦେଖନ୍ତୁ, ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ TOP NEWS@9 PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9 PM: ଦେଖନ୍ତୁ, ବର୍ତ୍ତମାନର ବଡ ଖବର
TOP NEWS@9 PM: ଦେଖନ୍ତୁ, ବର୍ତ୍ତମାନର ବଡ ଖବର

By

Published : Oct 28, 2020, 8:56 PM IST

1.ରାଜ୍ୟରେ ଆଜି 2015 କୋରୋନା ଆକ୍ରାନ୍ତ ସୁସ୍ଥ

ଆଜି ରାଜ୍ୟରେ ଆଉ 2015 କୋରୋନା ଆକ୍ରାନ୍ତ ସୁସ୍ଥ ହେଲେ । ଏହାକୁ ମିଶାଇ ରାଜ୍ୟର ମୋଟ ଆରୋଗ୍ୟଙ୍କ ସଂଖ୍ୟା 2,70,130 ରେ ପହଞ୍ଚିଛି ।

2. ନଭେମ୍ବର ପହିଲା ପର୍ଯ୍ୟନ୍ତ ପାଗ ଶୁଖିଲା

ସମଗ୍ର ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିଛି । ରାଜ୍ୟରେ ମୋଟ ୧୧୫୫ ମିମି ବର୍ଷା ରେକର୍ଡ କରାଯାଇଛି । ଆସନ୍ତା ୫ ଦିନ ଅର୍ଥାତ ନଭେମ୍ବର ପହିଲା ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ।

3. ରାଜଧାନୀରେ କୋରୋନା ସଂକ୍ରମଣ ହ୍ରାସ ପାଉଛି: ବିଏମସି କମିଶନର

ଭୁବନେଶ୍ବରରେ ଗତ 10 ଦିନ ହେବ ଲଗାତାର ଭାବେ କୋରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଛି । ଯଦି ସ୍କୁଲ୍ ଖୋଲେ ଆବଶ୍ୟକ ଅନୁସାରେ ପଦକ୍ଷେପ ନିଆଯିବ । ଏନେଇ ବିଏମସି କମିଶନର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

4. କୋରୋନାରେ ଆକ୍ରାନ୍ତ ହେଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ବୁଧବାର ଟ୍ବିଟ କରି ସୂଚନା ଦେଇଛନ୍ତି ସ୍ମୃତି ।

5. ନଭେମ୍ବର 5ରେ ଭାରତ ଆସିବ ଆଉ 3 ରାଫେଲ

ନଭେମ୍ବର 5ରେ ଅମ୍ବାଲା ଏୟାରବେସରେ ପହଞ୍ଚିପାରେ ଆଉ 3 ରାଫେଲ ଯୁଦ୍ଧ ବିମାନ ।

6. ଗିରଫ ହେଲା 7 ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟାକାରୀ ସାଇକୋ କିଲର

ଉତ୍ତରପ୍ରଦେଶର ମୈନପୁରୀ ଜିଲ୍ଲାରେ ଗିରଫ ହେଲେ ସିରିଏଲ କିଲର । କରିଥିଲା 7 ଜଣ ମହିଳାଙ୍କ ଦୁଷ୍କର୍ମ ଓ ହତ୍ୟା।

7. ଆଇପିଏଲ୍ 2020: ପ୍ରଥମ ବ୍ୟାଟିଂ କରିବ ବିରାଟଙ୍କ ବାଙ୍ଗାଲୋର

ମ୍ୟାଚରେ ମୁମ୍ବାଇ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଏବଂ ବାଙ୍ଗାଲୋରକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି ।

8. ଭାରତର ଅଷ୍ଟ୍ରେଲିଆ ଗସ୍ତ ପାଇଁ ଖେଳସୂଚୀ ପ୍ରକାଶିତ: ନଭେମ୍ବର 27ରୁ ଆରମ୍ଭ ଟିମ ଇଣ୍ଡିଆର ଯାତ୍ରା

ବହୁ ପ୍ରତିକ୍ଷିତ ଭାରତର ଅଷ୍ଟ୍ରେଲିଆ ଗସ୍ତ ପାଇଁ ଖେଳସୂଚୀ ପ୍ରକାଶିତ ହୋଇଯାଇଛି । ଏହି ଗସ୍ତରେ 3ଟି ଦିନିକିଆ, 3ଟି ଟି-20 ଓ 4ଟି ଟେଷ୍ଟ ମ୍ୟାଚ ଖେଳିବ ଭ୍ରମଣକାରୀ ଭାରତୀୟ ଦଳ ।

9. ବିବାହ ପୂର୍ବରୁ କାଜଲଙ୍କ ପଜାମା ପାର୍ଟି, ଭାଇରାଲ ଫଟୋ

ଆରମ୍ଭ ହେଲା କାଜଲଙ୍କ ଘରେ ପ୍ରି-ୱେଡିଂ ଫଙ୍କସନ । ଭଉଣୀ ନିଶାଙ୍କ ସହ ସେଲିବ୍ରେଟ କଲେ ପଜାମା ପାର୍ଟି ।

10.କପିଲଙ୍କ ଠୁ ମଜାଦାର ଉପହାର ପାଇଲେ ଅକ୍ଷୟ, ହସିଲେ ଦର୍ଶକ

ଜାରି ହୋଇଯାଇଛି ‘ଦ କପିଲ ଶର୍ମା’ର ନୂଆ ପ୍ରୋମୋ ଭିଡିଓ । ଏଥର ଏପିସୋଡରେ ନଜର ଆସିବେ ‘ଲକ୍ଷ୍ମୀ ବମ’ ଷ୍ଟାରକାଷ୍ଟ ।

ABOUT THE AUTHOR

...view details