ଓଡିଶା

odisha

ETV Bharat / bharat

TOP NEWS@9 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS@9 PM

TOP NEWS@9 PM: ଦେଖନ୍ତୁ, ବର୍ତ୍ତମାନର ବଡ ଖବର

TOP NEWS@9 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Dec 14, 2020, 8:58 PM IST

1. ଜଙ୍ଗଲ ଜମିରେ ଖନନ ଅନୁମତି ଦେଇ ଅଡୁଆରେ ଓଡିଶା ସରକାର, ସୁପ୍ରିମକୋର୍ଟର ନୋଟିସ

ଦେଶର ଜଙ୍ଗଲ ଜମି ଓ ଇକୋ ସେନ୍ସିଟିଭ ଅଞ୍ଚଳରେ ଖଣିଜ ଉତ୍ତୋଳନକୁ ଅନୁମତି ଦେବା ନେଇ କିଛି ରାଜ୍ୟ ବିରୋଧରେ ଏକ ଯାଚିକା ଦାଖଲ ହୋଇଥିଲା । ଏହାର ଶୁଣାଣି କରି ଓଡିଶା ସମେତ 7 ରାଜ୍ୟକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ ।

2.କୃଷି ବିଲ୍ ନାମରେ କେନ୍ଦ୍ରର କର୍ପୋରେଟ ବିଲ୍: କଂଗ୍ରେସ

କେନ୍ଦ୍ର କୃଷି ବିଲକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ ।

3.କୋରୋନା କାଳରେ AIIMS ନର୍ସ ସଂଘର ଅନିର୍ଦ୍ଧିଷ୍ଟ କାଳ ଆନ୍ଦୋଳନ ଡାକରା

ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ(AIIMS)ର ନର୍ସ ସଂଘର ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା । ଷଷ୍ଠ ବେତନ ଆୟୋଗର ପ୍ରସ୍ତାବକୁ ଗ୍ରହଣ କରିବାକୁ ଦାବି କରିଛି ନର୍ସ ସଂଘ ।

4. ଜରୁରୀକାଳୀନ ପରିସ୍ଥିତିର ‘ସାମ୍ବିଧାନିକ ବୈଧତା’ ମାମଲା, ଶୁଣାଣି କରିବେ ସୁପ୍ରିମକୋର୍ଟ

1975 ମସିହାରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତିର ସାମ୍ବିଧାନିକ ବୈଧତା ନେଇ ଶୁଣାଣି କରିବେ ସୁପ୍ରିମକୋର୍ଟ । ଜରୁରୀକାଳୀନ ପରିସ୍ଥିତିର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ ହୋଇଛି ।

5-ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ହାଜର ହେଲେ ଓଟିଭି ଏମଡି

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ହଜାର ହେଲେ ଓଟିଭି ଏମଡି । ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ହୋଇଛନ୍ତି ହାଜର ।

6-ପୁରୀ ହାଜତ ମୃତ୍ୟୁ ମାମଲା, ହାଇକୋର୍ଟରେ ପୁରୀ ଏସପିଙ୍କ ସତ୍ୟପାଠ ଦାଖଲ

ପୁରୀ ହାଜତ ମୃତ୍ୟୁ ଘଟଣା ନେଇ ହାଇକୋର୍ଟରେ ଶୁଣାଣି ହୋଇଥିବାବେଳେ ପୁରୀ ଏସପି କନୌର ଭିଶାଲ ସିଂଙ୍କ ପକ୍ଷରୁ ତଦନ୍ତର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରଯାଇଛି ।

7-ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାପ-ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ

ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବାପ ପୁଅ। ତେବେ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ପୋଲିସ ଦୁଇଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲେ।

8-ଇରାକ ସେନା ଗୁଳିରେ 42 ଆଇଏସ ଆତଙ୍କବାଦୀ ନିହତ

ଇରାକ ସେନାକୁ ବଡ ସଫଳତା । ଇରାକ ସେନାର ଗୁଳିରେ 42 ଆଇଏସ ଆତଙ୍କବାଦୀ ନିହତ ।

9-G-MAIL ସମେତ ଅନେକ ଗୁଗଲ ଆପ୍ସ ଡାଉନ, ଚିନ୍ତାରେ ୟୁଜର୍ସ

ୟୁଟ୍ୟୁବ, ଜିମେଲ ସମେତ ଗୁଗଲର ଅନେକ ଆପ୍ସ କାମ କରିବା ବନ୍ଦ କରିଦେଇଛି । ଉପଭୋକ୍ତାଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିଛି ।

10-IIT-ମାଡ୍ରାସରେ ମାଡୁଛି କୋରୋନା କାୟା, 100ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ସଂକ୍ରମିତ ପରେ ସଟଡାଉନ କ୍ୟାମ୍ପସ

ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି ମାଡ୍ରାସ( IIT-ମାଡ୍ରାସ)ର ପାଖାପାଖି 104 ଛାତ୍ରଛାତ୍ରୀ ଓ କର୍ମଚାରୀ କୋରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ଏନେଇ ଆଇଆଇଟି ମାଡ୍ରାସର କ୍ୟାମ୍ପସକୁ ଅସ୍ଥାୟୀ ଭାବେ ସଟଡାଉନ ଘୋଷଣା କରାଯାଇଥିବା ଜଣାପଡିଛି ।

ABOUT THE AUTHOR

...view details