ETV Bharat Odisha

ଓଡିଶା

odisha

ETV Bharat / bharat

TOP NEWS @9PM: ଦେଖନ୍ତୁ ବର୍ତ୍ତମାନ ବଡ ଖବର - ବର୍ତ୍ତମାନର ସମ୍ପୂର୍ଣ୍ଣ ଖବର

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର...

TOP NEWS @9PM: ଦେଖନ୍ତୁ ବର୍ତ୍ତମାନ ବଡ ଖବର
TOP NEWS @9PM: ଦେଖନ୍ତୁ ବର୍ତ୍ତମାନ ବଡ ଖବର
author img

By

Published : Sep 30, 2020, 9:04 PM IST

1. ଶନିବାର ବନ୍ଦ ରହିବ ସରକାରୀ ଅଫିସ, ଆସିବେ 50 ପ୍ରତିଶତ କର୍ମଚାରୀ

ଅକ୍ଟୋବର ୧ ତାରିଖରୁ କୋଭିଡ୍ ଗାଇଡ଼ଲାଇନକୁ କଡାକଡି କରିଛନ୍ତି ରାଜ୍ୟ ସରକାର । ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ ଅଫିସ କାମ କରିବାକୁ ଗାଇଡଲାଇନରେ ନିର୍ଦ୍ଦେଶ ଦିଆଯାଇଛି ।

2. ଚିଡିଆଖାନା ଖୋଲିବା ପାଇଁ ଜାରି ହେଲା ଗାଇଡଲାଇନ

ଚିଡିଆଖାନା ଏବଂ ହରିଣ ପାର୍କ ଖୋଲିବା ପାଇଁ ରାଜ୍ୟସରକାର ଜାରି କଲେ ଗାଇଡ଼ଲାଇନ ।

3. କାକର ବିନ୍ଦୁରେ ଝଲସୁଛି କୋରାପୁଟ

ଆଜି ଶୀତୁଆ ସକାଳର ପ୍ରଥମ କୁହୁଡ଼ି ସହିତ ଲୋକଙ୍କୁ ସ୍ବାଗତ କରିଛି ପ୍ରକୃତି । ପାହାଡ଼ ମଥାକୁ ଚୁମ୍ବନ କରୁଥିବା କୁହୁଡି ତାର କୋମଳ ସ୍ପର୍ଶରେ ଗଛ , ଲତା , କୀଟ ପତଙ୍ଗ ସମେତ ପ୍ରତିଟି ଜଡ ଓ ଚେତନ ସତ୍ତା ମଧ୍ୟରେ ନୂତନ ସୂର୍ଯ୍ୟୋଦୟ ଆଡ଼କୁ ଅଗ୍ରଗତି କରିବା ପାଇଁ ଅନୁପ୍ରାଣିତ କରିଛି ।

4. କର୍ଣ୍ଣାଟକରୁ 1 କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଜବତ

କର୍ଣ୍ଣାଟକ କୃଷ୍ଣଗିରିରୁ 229 କି.ଗ୍ରା ଗଞ୍ଜେଇ ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ 1କୋଟିରୁ ଅଧିକ ହେବ ।

5. ଅକ୍ଟୋବରରେ 14 କର୍ପସ କମାଣ୍ଡର ଦାୟିତ୍ବ ନେବେ ଲେଫ୍ଟନାଣ୍ଟ ଜେନେରାଲ ମେନନ

ଅକ୍ଟୋବର ମଧ୍ୟଭାଗରେ ଲେହରେ ପରବର୍ତ୍ତୀ ଫାୟାର ଏବଂ ଫ୍ୟୁରି କର୍ପସ କମାଣ୍ଡର ଭାବରେ ଦାୟିତ୍ବ ଗ୍ରହଣ କରିବେ ଲେଫ୍ଟନାଣ୍ଟ ଜେନେରାଲ ପିଜିକେ ମେନନ । ଫାୟାର ଆଣ୍ଡ ଫ୍ୟୁରି କର୍ପସ 14 କର୍ପସ ନାଁରେ ମଧ୍ୟ ଜଣାଶୁଣା ।

6. ଅକ୍ଟୋବର 15ରୁ ଖୋଲିବ ସିନେମା ହଲ, 50% ରହିବେ ଦର୍ଶକ

ଅକ୍ଟୋବର 15ରୁ ଦେଶର ସମସ୍ତ ସିନେମା ହଲ, ମଲ୍ଟିପ୍ଲେକ୍ସ, ସ୍ବିମିଂ ପୁଲ, ମନୋରଞ୍ଜନ ଭିତ୍ତିକ ପାର୍କକୁ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର ।

7. ପାର୍ବଣ ପୂର୍ବରୁ 1 ଲକ୍ଷରୁ ଅଧିକ ନିଯୁ୍କ୍ତି ସୃଷ୍ଟି କଲା ଆମାଜନ

କୋରୋନା କଟକଣା ଯୋଗୁଁ ଲୋକ ଘରେ ରହି ସପିଂ କରୁଥିବାବେଳେ ଏହାକୁ ଆହୁରି ସରଳ କରିବା ପାଇଁ ଆମାଜନ ସୃଷ୍ଟି କରିଛି ଅଧିକ ନିଯୁକ୍ତି । ପାର୍ବଣ ଋତୁ ପୂର୍ବରୁ ଆମାଜନ 1 ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ଦେଇଛି ।

8. ହାଥରସ ପୀଡିତାଙ୍କ ପରିବାର ସହ କଥା ହେଲେ ଯୋଗୀ, 25 ଲକ୍ଷର ଅନୁକମ୍ପା ରାଶି ଘୋଷଣା

ହାଥରସ ପୀଡିତାଙ୍କ ପରିବାର ସହ ଭିଡିଓ କନଫରେନ୍ସରେ କଥା ହୋଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । 25 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା ।

9. KKR vs RR: ପ୍ରଥମେ ବୋଲିଂ କରିବ ରାଜସ୍ଥାନ

କୋଲକତା ନାଇଟ ରାଇଡର୍ସକୁ ଭେଟୁଛି ରାଜସ୍ଥାନ ରୟାଲ୍ସ । ତେବେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ରାଜସ୍ଥାନ ।

10. କୋହଲିଙ୍କ ଠୁ କ୍ରିକେଟ କୌଶଳ ଶିଖିଥିଲେ ସଞ୍ଜୁ

ଭାରତୀୟ ଅଧିନାୟକ ବିରାଟ କୋହଲି ସଞ୍ଜୁଙ୍କ କ୍ରିକେଟ୍ ଆଭିମୁଖ୍ୟ କିପରି ବଦଳାଇବାରେ ସାହାଯ୍ୟ କରିଛନ୍ତି ସେ ବିଷୟରେ ସଞ୍ଜୁ କହିଛନ୍ତି ।

ABOUT THE AUTHOR

...view details