ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର... - @9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...

By

Published : Aug 2, 2020, 9:06 PM IST

1.ଅଗଷ୍ଟ 5 ଯାଏଁ ବଢିଲା ପ୍ରଧାନମନ୍ତ୍ରୀ ଫସଲ ବୀମା ଅବଧି

ଚଳିତ ଖରିଫ ଋତୁରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀମାନଙ୍କୁ ବୀମାଭୁକ୍ତ କରିବା ପାଇଁ ସମୟ ସୀମା ଅଗଷ୍ଟ 5 ତାରିଖ ଯାଏଁ ବୃଦ୍ଧି କରାଯାଇଛି ।

2.କେବେ ଚାଲିବ ହରିଦାସପୁର-ପାରାଦୀପ ପାସେଞ୍ଜର ଟ୍ରେନ; ଜବାବ ଦିଅନ୍ତୁ କେନ୍ଦ୍ର ରେଳମନ୍ତ୍ରୀ

ବହୁ ପ୍ରତୀକ୍ଷିତ ହରିଦାସପୁର-ପାରାଦୀପ ରେଳପଥର ପରୀକ୍ଷାମୂଳକ ମାଲବାହୀ ଟ୍ରେନ ଚଳାଚଳ ଆରମ୍ଭ କରିଛି । କେନ୍ଦ୍ରାପଡା ଜିଲ୍ଲାର ଲୋକପ୍ରତିନିଧିମାନେ ଅସନ୍ତୋଷ ପ୍ରକାଶ କରିବା ସହ କେନ୍ଦ୍ର ରେଳମନ୍ତ୍ରୀ ଏନେଇ ସ୍ପଷ୍ଟୀକରଣ ମାଗିଛନ୍ତି ।

3.ରାଜଧାନୀରେ ସାଇବର କ୍ରାଇମ ଉପରେ ନଜର ରଖିବ ଟିମ୍‌ ସ୍ପାଇଡର

ଗତ 5 ମାସରେ ଏନେଇ ଦାଖଲ ହେଲାଣି 500 ଅଭିଯୋଗ। ଅର୍ଥନୈତିକ ଠକେଇଠାରୁ ଆରମ୍ଭ କରି ଡାଟା ଚୋରି ପର୍ଯ୍ୟନ୍ତ ସମସ୍ତ ପ୍ରକାର ସାଇବର କ୍ରାଇମର ପେଣ୍ଠସ୍ଥଳୀ ପାଲଟିଛି ରାଜଧାନୀ ।

4.ଋଣ ଟଙ୍କା ସୁଝି ନପାରି ଚାଷୀଙ୍କ ଆତ୍ମହତ୍ୟା !

ଭଦ୍ରକ ବ୍ଲକ ରାଜୁଆଳି ବିନ୍ଧା ଗ୍ରାମରେ ଋଣ ଟଙ୍କା ସୁଝି ନପାରି ଚାଷୀ ଆତ୍ମହତ୍ୟା। ଏକାଧିକ ଅର୍ଥ ଲଗାଣକାରୀ ସଂସ୍ଥାରୁ ଋଣ ନେଇଥିଲେ ଏବଂ ରଣ ସୁଝି ନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ।

5.କୋରୋନା ମୁକ୍ତ ହେଲେ ଅମିତାଭ ବଚ୍ଚନ

କୋରୋନା ମୁକ୍ତ ହେଲେ ଭେଟେରାନ ଅଭିନେତା ଅମିତାଭ ବଚ୍ଚନ । ଟ୍ବିଟ୍ ଯୋଗେ ତାଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ ସୂଚନା ଦେଇଛନ୍ତି ।

6.ରାମ ମନ୍ଦିର ମଡେଲରେ ନିର୍ମାଣ ହେବ ଅଯୋଧ୍ୟା ରେଳ ଷ୍ଟେସନ

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ ଶିଳାନ୍ୟାସ କରାଯିବ । ଏହାକୁ ନେଇ ଅଯୋଧ୍ୟା ନଗରୀକୁ ନବୀକରଣ କରାଯାଉଛି । ତେବେ ଜାଣନ୍ତୁ କିପରି ରହିବ ଏହି ଷ୍ଟେସନର ଦୃଶ୍ୟ ।

7.ପ୍ରଧାନମନ୍ତ୍ରୀ ମୋଦି ମଣିଷ ରୂପରେ ଭଗବାନ: ଆଦେଶ ଗୁପ୍ତା

ରାଜ୍ୟ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭଗବାନ ବୋଲି କହିଛନ୍ତି। ଇନ୍ଦ୍ରପୁରୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାମ ମନ୍ଦିର ବିଷୟରେ ସେ କହିଛନ୍ତି ଯେ ମୋଦି ଜଣେ ମଣିଷ କିନ୍ତୁ ମଣିଷ ରୂପରେ ସେ ଜଣେ ଭଗବାନ ।

8.ଗେହଲଟ ସରକାରଙ୍କ ନିକଟରେ ସଂଖ୍ୟା ଗରିଷ୍ଠତା ରହିଛି'

ସରକାର କୌଣସି ବିପଦରେ ନାହାଁନ୍ତି । ଗେହଲଟ ସରକାରଙ୍କ ନିକଟରେ ସଂଖ୍ୟାଗରିଷ୍ଠତା ରହିଛି ବୋଲି ସ୍ପଷ୍ଟ କରିଛନ୍ତି ରାଜସ୍ଥାନର ମନ୍ତ୍ରୀ ସୁଖରାମ ବିଷ୍ଣୋଇ ।

9.ଭାରତରେ ଆଇପିଏଲ ଆୟୋଜନ ପାଇଁ ଗାଙ୍ଗୁଲିଙ୍କୁ ଅନୁରୋଧ

ସୂଚନାଥାଉ କି, ୟୁଏଇରେ ଆସନ୍ତା ସେପ୍ଟେମ୍ବର 19ରୁ ଅକ୍ଟୋବର 10 ଯାଏଁ ଆଇପିଏଲ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି । ଏନେଇ ଆଜି ଆଇପିଏଲର ପରିଚାଳନା ପରିଷଦ ବୈଠକ ବସିବାକୁ ଯାଉଛି ।

10.ଦୀର୍ଘ ସମୟ ଧରି ଚାଲିବ କୋରୋନା ଲଢେଇ: WHO

ଆହୁରି ଲମ୍ବା ସମୟ ଧରି ଚାଲିବ ଏହି କୋରୋନା ଲଢେଇ । ତେବେ ଏନେଇ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି । ଏହାସହ ଦେଶଗୁଡିକ ଉପରେ ସାମାଜିକ-ଅର୍ଥନୈତିକ ଚାପର ଆଶଙ୍କା ରହିଛି ବୋଲି କମିଟି ମଧ୍ୟ ଚେତାବନୀ ଦେଇଛି।

ABOUT THE AUTHOR

...view details