ଓଡିଶା

odisha

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jul 17, 2020, 9:20 PM IST

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ସୁସ୍ଥ ହେଲେ ଆଉ 453 କୋରୋନା ଆକ୍ରାନ୍ତ

କୋରୋନା କବଳରୁ ମୁକ୍ତ ହେଲେ 453 ଜଣ ଆକ୍ରାନ୍ତ । ଏହି ସୁସ୍ଥଙ୍କ ମିଶାଇ ରାଜ୍ୟରେ କୋରୋନା ଆକ୍ରାସ୍ତଙ୍କ ସୁସ୍ଥ ସଂଖ୍ୟା 11 ହଜାରକୁ ଛୁଇଁଛି ।

2.ରାଜସ୍ଥାନ ରାଜନୀତି: ଅଡିଓ ଟେପ୍‌ ଯାଞ୍ଚ ନେଇ ଏସଓଜିକୁ ମିଳିଲା ମାନେସର ରିସୋର୍ଟକୁ ଏଣ୍ଟ୍ରି

ବିଧାୟକ କିଣାବିକାରେ ଘୋଡା ବେପାରକୁ ନେଇ ଅଡିଓ ଟେପ୍ ଭାଇରାଲ ମାମଲାରେ ଏକ ବିବୃତ୍ତି ନେବାକୁ ଏସଓଜି ଟିମ ମାନେସର ସ୍ଥିତ ରିସୋର୍ଟରେ ପହଞ୍ଚିଛି ।

3.ଆଶାବାଡି ଧରି ହାର ମାନିନି ହାତୀ, ଦେଖନ୍ତୁ ଭିଡିଓ

ଶରୀର ବଳ ହିଁ କେବଳ ଶକ୍ତିର ମାପକାଠି ନୁହେଁ । ଜୀବର ଇଛାଶକ୍ତି ହିଁ ତାକୁ ଶକ୍ତିବାନ କରିଥାଏ । ହାତୀଟିର ଗୋଡ଼ ନଥିବା ସତ୍ତ୍ବେ ମଧ୍ୟ ସେ ହାର ମାନି ଯାଇନାହିଁ କିମ୍ବା ନିଜ ଅସାମର୍ଥ୍ୟର ପରିଚୟ ଦେଇ ନାହିଁ ।

4.ବିଜେଡି ଆମକୁ କପି କରୁଛି: ବିରୋଧୀ ଦଳ ନେତା

ବିଜେଡି ଆମ ସଂଗଠନ ପ୍ରଣାଳୀକୁ ଅନୁସରଣ କରୁଛି ବୋଲି ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ପ୍ରଦୀପ୍ତ ନାୟକ କହିଛନ୍ତି ।

5.ବେସରକାରୀ ସ୍କୁଲରେ ଫି ଧାର୍ଯ୍ୟ କରିବାକୁ ଗଣଶିକ୍ଷା ସଚିବଙ୍କୁ ଓଏଚଆରସିର ତଲବ

ବେସରକାରୀ ବିଦ୍ୟାଳୟରେ ଫି ନିର୍ଦ୍ଧାରଣ କମିଟି ରିପୋର୍ଟ ଲାଗୁ ନହେବା ନେଇ ରାଜ୍ୟ ଗଣଶିକ୍ଷା ସଚିବଙ୍କୁ ରାଜ୍ୟ ମାନବାଧିକାର କମିସନଙ୍କ ଜବାବ ତଲବ ।

6.4 ଜିଲ୍ଲାରେ ଲକଡାଉନ, ଖୋଲା ରହିବ ଫଳ ଓ ମାଂସ ଦୋକାନ

ରାଉରକେଲା ମ୍ୟୁନିସପାଲଟି ସହ ଅନ୍ୟ 4ଟି ଜିଲ୍ଲାକୁ 14 ଦିନିଆ ଲକଡଆଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ଏହି ଲକଡାଉନ ସମୟରେ ନିର୍ଦ୍ଦେଶନାମା ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶିନର ।

7.କୋରୋନା କାଳରେ ପ୍ରବେଶ କରିବ ଡେଙ୍ଗୁ ! ଚିନ୍ତାରେ କଟକବାସୀ

ଯେମିତି ଥଣ୍ଡା ଜ୍ଵରରୁ ଏହି ସମୟରେ ମୁକ୍ତି ପାଉ । କିନ୍ତୁ ତାହା ଆଉ କାଇଁ ଲାଗୁନି । କାରଣ ଆରମ୍ଭ ହୋଇଯାଇଛି ବର୍ଷା ଦିନ । ଆଉ ଏହି ସମୟରେ ବେସି ଡେଙ୍ଗୁ ଓ ମେଲେରିଆ ହେବାର ସମ୍ଭବନା ରହିଥାଏ ।

8.165 କୋରୋନା ମୃତଦେହର ସଂସ୍କାର କରିଛି ଶହୀଦ ଭଗତ ସିଂହ ସେବା ଦଳ

ଜିତେନ୍ଦ୍ର ସିଂହ ଦିଲ୍ଲୀରେ ଏକ ବିଶେଷ 'ସେବା' ଆରମ୍ଭ କରିଛନ୍ତି । ଏହି ସ୍ବତନ୍ତ୍ର 'ସେବା' ଅଧୀନରେ ଏପର୍ଯ୍ୟନ୍ତ 165 ଟି କୋରୋନା ମୃତଦେହ ଦାହ କରିଛି ଏହି ଦଳ ।

9.ଚୀନକୁ ଆଉ ଏକ ଝଟକା, ଭାରତ ମୁହାଁ ଆଇଫୋନ ସପ୍ଲାଇ କମ୍ପାନୀ

Apple ଅର୍ସେବଲି ପାର୍ଟନର ପେଗାଟ୍ରାନ(Pegatron) ଭାରତରେ ପ୍ରଥମ କରି ନିଜ ବାଣିଜ୍ୟ କାରବାର କରିବାକୁ ଯାଉଛି । ପେଗାଟ୍ରାନ ଦୁନିଆର ସବୁଠୁ ବଡ ମୋବାଇଲ ଉତ୍ପାଦନକାରୀ କମ୍ପାନୀ ଭିତରେ ବେଶ ଜଣାଶୁଣା ନାଁ ।

10.ସୁଶାନ୍ତ ଆତ୍ମହତ୍ୟା ମାମଲା: ସିବିଆଇ ଯାଞ୍ଚ ପାଇଁ ମୋଦିଙ୍କୁ ଚିଠି

ସୁଶାନ୍ତଙ୍କ ଆତ୍ମହତ୍ୟାରେ ସିବିଆଇ ଯାଞ୍ଚ କଥା ଚର୍ଚ୍ଚାର ବିଷୟ ପାଲଟିଛି। କିଛି ସେଲିବ୍ରିଟିଙ୍କଠୁ ନେଇ ରାଜନେତା ମଧ୍ୟ ଦାବି କରୁଛନ୍ତି ସିବିଆଇ ଯାଞ୍ଚ।

ABOUT THE AUTHOR

...view details