ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ 9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

By

Published : Jul 3, 2020, 9:16 PM IST

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ନୂଆଦିଲ୍ଲୀରେ ଭୂକମ୍ପ ଅନୁଭୂତ, ତୀବ୍ରତା 4.5 ରେକର୍ଡ

ଜାତୀୟ ରାଜଧାନୀରେ ଶୁକ୍ରବାର ପୁଣି ଅନୁଭୂତ ହୋଇଛି ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.5 ରେକର୍ଡ କରାଯାଇଛି ।

2.45 ଦିନ ବ୍ୟାପୀ କୋରୋନା ଯାଞ୍ଚ କରିବେ ଆଶାକର୍ମୀ

ରାଜ୍ୟରେ 45 ଦିନ ବ୍ୟାପୀ ଘର ଘର ବୁଲି ଖୋଜାଯିବ କୋରୋନା। ପ୍ରତି ଗାଁ, ସହର, ବସ୍ତିରେ କୋରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ପରୀକ୍ଷା କରିବେ ଆଶାକର୍ମୀ ।

3.ଲେହରେ ମୋଦି, ବିସ୍ତାରବାଦ ନୁହେଁ ଏବେ ବିକାଶବାଦର ଯୁଗ

ଭାରତ-ଚୀନ ସୀମା ବିବାଦ ମଧ୍ୟରେ ଅଚାନକ ଲେହ ଗସ୍ତରେ ପହଞ୍ଚିଥିବା ମୋଦି ଚୀନକୁ କଡା ସନ୍ଦେଶ ଦେଇଛନ୍ତି । ଭାରତୀୟ ଯବାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବିସ୍ତାରବାଦର ଯୁଗ ଶେଷ ହୋଇଛି । ଏବେ ବିକାଶବାଦର ସମୟ ଆସିଛି ।

4.ଲଦାଖ ସଂଘର୍ଷରେ ଆହତ ଯବାନଙ୍କୁ ଭେଟିଲେ ମୋଦି

ପୂର୍ବ ଲଦାଖରେ ଚୀନ ସୈନିକଙ୍କ ସହ ସଂଘର୍ଷରେ ଆହତ ହୋଇଥିବା ଯବାନଙ୍କୁ ଭେଟି ସେମାନଙ୍କ ମନୋବଳ ବଢାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

5.ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କୁ କୋରୋନା

ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେସୀଙ୍କୁ କୋରୋନା । ଶୁକ୍ରବାର ଏନେଇ ନିଜେ ସୂଚନା ଦେଇଛନ୍ତି କୁରେସୀ।

6.ରାଜଧାନୀର 4 ଘରୋଇ ଲ୍ୟାବରେ କୋଭିଡ ଟେଷ୍ଟ, ଦାମ 2200

ଘରୋଇ ଲ୍ୟାବରେ କୋରୋନା ଟେଷ୍ଟ କଲେ ପଡ଼ିବ ୨୨ଶହ ଟଙ୍କା । କୋରୋନା ଟେଷ୍ଟ ପାଇଁ ମୂଲ୍ୟ ଧାର୍ଯ୍ୟ କଲେ ରାଜ୍ୟ ସରକାର । ଜିଏସଟିକୁ ମିଶାଇ ଆରଟି-ପିସିଆର ପାଇଁ ୨୨ଶହ ଟଙ୍କା ଧାର୍ଯ୍ୟ କରିଛନ୍ତି ସରକାର ।

7.ରାଜ୍ୟରେ ସୁସ୍ଥ ହେଲେ 203 କୋରୋନା ରୋଗୀ

ରାଜ୍ୟରେ 203 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟ ପାଇଁ ଏକ ଶୁଭ ଖବର ଅଟେ। ଏହାକୁ ମିଶାଇ ରାଜ୍ୟରେ ମୋଟ 5705 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

8.ଭାରତ ନେପାଳ ସମ୍ପର୍କ ନେଇ ଶଙ୍କରାଚାର୍ଯ୍ୟଙ୍କ ବାର୍ତ୍ତା

ସାମ୍ପ୍ରତିକ ପରିସ୍ଥିତିରେ ଭାରତ-ନେପାଳ ସମ୍ପର୍କରେ ଆସିଥିବା ବିବାଦକୁ ନେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ପ୍ରତିକ୍ରିୟା ରଖିଛନ୍ତି।

9.ଅପରାଧୀଙ୍କ ଚକ୍ରବ୍ୟୁହରେ ଭୁବନେଶ୍ବର: ଅପାରଗ ଅଫିସର, ସାଇଲେଣ୍ଟ କମିଶନର

ରାଜଧାନୀରେ ମାତିଛନ୍ତି ଲୁଟେରା । ଲୁଟପାଟ, ଚୋରି, ଛିନତାଇ କରି ଫେରାର ହେଉଛନ୍ତି ଦୁର୍ବୃତ୍ତ । ଟେର ପାଉ ନାହାଁନ୍ତି ଅପାରଗ ପୋଲିସ ଅଫିସର ।

10.2011 ବିଶ୍ବକପ ଫାଇନାଲ ମ୍ୟାଚ ଫିକ୍ସିଂ ମାମଲାର ବନ୍ଦ ହେଲା ତଦନ୍ତ

ଖେଳାଳିଙ୍କ ବୟାନରୁ ମିଳିଲା ନାହିଁ କୌଣସି ପ୍ରମାଣ । 2011 ବିଶ୍ବକପ ଫିକ୍ସିଂ ମାମଲାର ତଦନ୍ତ ବନ୍ଦ କଲା ଶ୍ରୀଲଙ୍କା କ୍ରୀଡ଼ା ମନ୍ତ୍ରଣାଳୟ ଦ୍ବାରା ଗଠିତ ସ୍ବତନ୍ତ୍ର ତଦନ୍ତ ୟୁନିଟ ।

ABOUT THE AUTHOR

...view details