ଓଡିଶା

odisha

ETV Bharat / bharat

TOP NEWS @9PM: ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

top-news-at-9pm
TOP NEWS @9PM: ବର୍ତ୍ତମାନର ବଡ ଖବର

By

Published : Jun 23, 2020, 9:02 PM IST

1. ସୁରୁଖୁରୁରେ ରଥଯାତ୍ରା ସମ୍ପନ୍ନ ପାଇଁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଶାନ୍ତିଶୃଙ୍ଖଳାର ସହ ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହୋଇଥିବାରୁ ଶ୍ରୀମନ୍ଦିରର ସମସ୍ତ ସେବାୟତଙ୍କ ସମେତ ପୁରୀ ଜିଲ୍ଲା ପଶାସନ, ଶ୍ରୀମନ୍ଦିର ପ୍ରଶାସନ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

2. ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ

କୋଭିଡ କଟକଣା ମଧ୍ୟରେ ସମ୍ପନ୍ନ ହେଲା ରଥଟଣା । ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିସାରିଛି

3.ଭୁବନେଶ୍ବରେ ଆଉ ଏକ ମେଗା ଇଭେଣ୍ଟ, ଖେଳାଯିବ U-17 ମହିଳା ଫିଫା ବିଶ୍ବକପ

ଫିଫା ମହିଳା ବିଶ୍ୱକପର ୮ଟି ମ୍ୟାଚ୍ । ଏନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ଆଜି ଅପଡେଟ୍ କାର୍ଯ୍ୟସୂଚୀକୁ ଟ୍ବିଟ୍ କରିଛନ୍ତି

4.ବିଶ୍ବର ନମ୍ବର ୱାନ ଟେନିସ ଖେଳାଳି ଜୋକୋଭିଚଙ୍କ କୋରୋନା ରିପୋର୍ଟ ପଜିଟିଭ

ବିଶ୍ବର ନମ୍ବର ୱାନ ଟେନିସ ଖେଳାଳି ନୋଭାକ୍‌ ଜୋକୋଭିଚ୍‌ଙ୍କୁ କୋରୋନା

5. ବିନା ଭକ୍ତରେ ରଥଯାତ୍ରା, ସେବାୟତ ଟାଣିଲେ ରଥ

ବଡଦାଣ୍ଡରେ ଗଡିଲା ତିନି ରଥ । ଭକ୍ତ ଶୂନ୍ୟ ବଡଦାଣ୍ଡରେ 3 ରଥକୁ ଟାଣି ନେଇ ମାଉସୀ ମା ମନ୍ଦିରରେ ପହଞ୍ଚାଇଛନ୍ତି ସେବାୟତ

6.ରଥଯାତ୍ରାରେ ସହଯୋଗ ପାଇଁ ଜନସାଧାରଣଙ୍କୁ ଜିଜିପି ଅଭୟଙ୍କ ଧନ୍ୟବାଦ

ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀବାସୀଙ୍କୁ ଧନ୍ୟବାଦ ଜଣାଇଲେ DGP । ପୋଲିସ କର୍ମଚାରୀମାନେ ବହୁତ ଭଲ କାର୍ଯ୍ୟ କରିଥିବା କହିଲେ DGP ଅଭୟ

7.କୃଷକମାନଙ୍କ ପାଇଁ ଏକ ସମର୍ପିତ ଇ-କମର୍ସ ପ୍ଲାଟଫର୍ମ ଆରମ୍ଭ ହେବ: ନାବାର୍ଡ ଅଧ୍ୟକ୍ଷ

ନାବାର୍ଡ ଦ୍ବାରା ସ୍ଥାପିତ କୃଷି ଉତ୍ପାଦନ ସଂସ୍ଥା ଯେକୌଣସି ଆଇନଗତ ବ୍ୟବସ୍ଥାରେ ପଞ୍ଜୀକରଣ କରାଇବାକୁ ଅଧିକାର ପାଇଛନ୍ତି

8.ଚୀନ ଦୂତାବାସ ବାହାରେ ‘ହିନ୍ଦୀ-ଚୀନି ବାଏ ବାଏ’ ପୋଷ୍ଟର ମାରିଲେ ହିନ୍ଦୁ ସେନା କର୍ମୀ

ହିନ୍ଦୁ ସେନା ନାମକ ଏକ ସଂଗଠନ ଦିଲ୍ଲୀସ୍ଥିତ ଚୀନ୍ ଦୂତାବାସର ସାଇନ୍ ବୋର୍ଡରେ ଚୀନ୍ ବିରୋଧୀ ପୋଷ୍ଟର ଲଗାଇଛି

9.ସୁଶାନ୍ତ ଆତ୍ମହତ୍ୟା ମାମଲା: କଂଗ୍ରେସ ସଭାପତି ସିବିଆଇ ତଦନ୍ତ ପାଇଁ ଗୃହମନ୍ତ୍ରୀଙ୍କୁ ଲେଖିଲେ ଚିଠି

ବିହାର ଯୁବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଲଲନ କୁମାର ଗୃହମନ୍ତ୍ରୀ ଅମିତ ଶାହା ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ କରିବାକୁ ସିବିଆଇ ଦାବି କରିଛନ୍ତି

10.ଟ୍ରମ୍ପଙ୍କ ଭିସା ରଦ୍ଦ ନିଷ୍ପତ୍ତି: ସୁନ୍ଦର ପିଚାଇ, ମାଇକ୍ରୋସଫ୍ଟ ଓ ଟ୍ବିଟର ପକ୍ଷରୁ ଅସନ୍ତୋଷ ଜାହିର

ଆମେରିକାର ଭିସା ଅବଧି ବୃଦ୍ଧି ପ୍ରସଙ୍ଗରେ ଅସନ୍ତୋଷ ପ୍ରକାଶ କଲେ ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କ ସମେତ ମାଇକ୍ରୋସଫ୍ଟ ଓ ଟ୍ବିଟର

ABOUT THE AUTHOR

...view details