ଓଡିଶା

odisha

ETV Bharat / bharat

TOP NEWS@9PM: ଜାଣନ୍ତୁ ବର୍ତ୍ତମାନର ବଡ ଖବର - ଜାଣନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM: ଜାଣନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଜାଣନ୍ତୁ ବର୍ତ୍ତମାନର ବଡ ଖବର

By

Published : Jun 4, 2020, 9:22 PM IST

1. ଜୁନ ମାସ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ରାଜ୍ୟବାସୀଙ୍କୁ ଭିଡ଼ିଓ ମାଧ୍ୟମରେ ବାର୍ତ୍ତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୁନ୍ ମାସ ବହୁତ ଗୁରୁତ୍ୱପୂର୍ଣ୍ଣ କହିଲେ ନବୀନ ।

2. ଶ୍ରୀକ୍ଷେତ୍ରରେ ପହଁଚିଲା ରଥ ଦଉଡି

ଦେବସ୍ନାନ ପୂର୍ଣ୍ଣିମାର ଠିକ ଗୋଟିଏ ଦିନ ପୂର୍ବରୁ ରଥ ଦଉଡି ପୁରୀରେ ପହଞ୍ଚି ଯାଇଛି । ଏହାର ଲମ୍ବ 220 ମିଟର ରହିଛି ।

3. 'ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ ହେଲେ ଶୋଷଣର ଶିକାର ହେବେ ଚାଷୀ'

ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନକୁ କେନ୍ଦ୍ର କ୍ୟାବିନେଟର ଗ୍ରୀନ ସିଗନାଲ ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

4. ସ୍ନାନଯାତ୍ରା ନୀତି ନିର୍ଘଣ୍ଟ, ଗୁରୁବାର ରାତି ଗୋଟାଏରେ ମଙ୍ଗଳାର୍ପଣ

ଦେବସ୍ନାନ ପୂର୍ଣିମା ଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତି ନିର୍ଘଣ୍ଟ କରାଯାଇଛି । ଚଳିତବର୍ଷ ସାହାଣ ମେଲା ବନ୍ଦ ରହିବ ।

5. ତାଲାବନ୍ଦ ନିୟମ ଉଲଙ୍ଘନ ମାମଲା, ୨୪ ଘଣ୍ଟାରେ ୨୧ ମାମଲା ରୁଜୁ

ରାଜ୍ୟରେ ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ୨୧ଟି ମାମଲା ରୁଜୁ । ହୋମ କ୍ବାରେଣ୍ଟାଇନ ଏବଂ ଲକ ଡାଉନ ନିୟମ ନମାନିବାରୁ ରୁଜୁ ହୋଇଛି ମାମଲା ।

6. ୧୬ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୮ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି ।

7. ଘାଟିରେ ଜୈଶର 3 କାର ବୋମା ବିସ୍ଫୋରଣ ଷଡଯନ୍ତ୍ର, ହାଇ ଆଲର୍ଟ ଜାରି

କାଶ୍ମୀର ଉପତ୍ୟକାରେ ତିନିଟି କାର ବୋମା ବିସ୍ଫୋରଣ ପାଇଁ ଷଡଯନ୍ତ୍ର କରିଥିଲା ଜୈଶ । କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସିମାନେ ସୁରକ୍ଷା ବାହିନୀକୁ ଏ ସମ୍ପର୍କରେ ସତର୍କ ସୂଚନା ଜାରି କରିଛନ୍ତି ।

8. 10 ବର୍ଷ ପାଇଁ 2200 ବିଦେଶୀ ତବଲିଗୀ ଜମାତ ସଦସ୍ୟଙ୍କୁ ଭାରତ ମନା

ତବଲିଗୀ ଜାମାତର ଧାର୍ମିକ ସ୍ଥଳରେ ଯୋଗଦେଇଥିବା 2200 ବିଦେଶୀ ନାଗରିକଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭାରତ ସରକାର |

9.ରାଜ୍ୟରେ ଆଜି ସୁସ୍ଥ ହେଲେ 65 କୋରୋନା ଆକ୍ରାନ୍ତ

ଆଜି ପୁଣି ରାଜ୍ୟରେ ସୁସ୍ଥ ହୋଇଛନ୍ତି 65 କୋରୋନା ଆକ୍ରାନ୍ତ । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ 1481 ସୁସ୍ଥ ହୋଇଛନ୍ତି

10.ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ସମ୍ପନ୍ନ

ଗୁରୁବାର ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁ ସ୍ନାନମଣ୍ଡପକୁ ପହଣ୍ଡିରେ ବିଜେ ସମୟରେ ଏହି ସେନାପଟା ମହାପ୍ରଭୁଙ୍କ ଶରୀରକୁ ସୁରକ୍ଷା ଦେଇ ଥାଏ

ABOUT THE AUTHOR

...view details