ଓଡିଶା

odisha

ETV Bharat / bharat

TOP NEWS@9PM: ଜାଣନ୍ତୁ ବର୍ତ୍ତମାନର ବଡ ଖବର - TOP NEWS@7PM

ନଜର ପକାନ୍ତୁ @9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

top-news-at-9pm
TOP NEWS@9PM: ଜାଣନ୍ତୁ ବର୍ତ୍ତମାନର ବଡ ଖବର

By

Published : Jun 3, 2020, 9:00 PM IST

1. ବିଜେପି କରିବ ଭର୍ଚୁଆଲ ରାଲି, ଅମିତ ଶାହା ଦେବେ ଆତ୍ମନିର୍ଭରଶୀଳ ଭାରତ ବାର୍ତ୍ତା

କୋରୋନା ସଂକଟ ସମୟରେ ଭାରତୀୟ ଜନତା ପାର୍ଟି ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏକ ବର୍ଷ ପୂର୍ତ୍ତି ଅବସରରେ ବିଜେପି ୧୦୦୦ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀ କରିବ।

2. ମୋଦି ସରକାର ଦ୍ବିତୀୟ ବର୍ଷର ପ୍ରଥମ ପାଳି: ସଫଳତା ବଖାଣିଲେ କେନ୍ଦ୍ରମନ୍ତ୍ରୀ

ମୋଦି ୨.୦ ର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ବଖାଣିଛନ୍ତି ଏକବର୍ଷ ବିକାଶର ଗାଥା । ଏନେଇ କେନ୍ଦ୍ର ମନ୍ତ୍ରୀଙ୍କ ସ୍ବତନ୍ତ୍ର ଆଲୋଚନା କରିଛନ୍ତି ଆମ ବାଲେଶ୍ବର ପ୍ରତିନିଧି ।

3. ମାଡ଼ି ଆସୁଛନ୍ତି ପଙ୍ଗପାଳ, ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ମକଡ୍ରିଲ

ପଙ୍ଗପାଳଙ୍କ ମୁକାବିଲା ପାଇଁ ଅଗ୍ନିଶମ ବିଭାଗକୁ ଦିଆଯାଇଛି ଦାୟିତ୍ବ । ଏନେଇ କଳ୍ପନା ଦମକଳ କେନ୍ଦ୍ରରେ ହୋଇଛି ମକଡ୍ରିଲ।

4. କେନ୍ଦ୍ରାପଡାରୁ ପୁଣି 9 କୋରୋନା ଆକ୍ରାନ୍ତ ଚିହ୍ନଟ

କେନ୍ଦ୍ରାପଡା ଜିଲ୍ଲାରୁ ପୁଣି 9 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ସମସ୍ତେ କ୍ବାରେଣ୍ଟାଇନରେ ଥିଲେ ।

5. ମଣିପୁରରୁ ସ୍ୱତନ୍ତ୍ର ବିମାନରେ ଆସିଲେ 130 ପ୍ରବାସୀ ଓଡ଼ିଆ

ବୁଧବାର ଅପରାହ୍ନରେ ପ୍ରବାସୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଓଡ଼ିଶା 'ମୋ ପରିବାରର ସଦସ୍ୟ' ତଥା ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଆଳି ଓ ମହାକାଳପଡା ବିଧାୟକ ସ୍ୱାଗତ କରିଛନ୍ତି।

6. ରାଜ୍ୟରେ ସୁସ୍ଥ ହେଲେ ଆଉ 91 ଆକ୍ରାନ୍ତ

ରାଜ୍ୟରେ ସୁସ୍ଥ ହେଲେ ଆଉ 91 କୋରୋନା ଆକ୍ରାନ୍ତ । ହଜାରେ ଟପିଲା ସୁସ୍ଥଙ୍କ ସଂଖ୍ୟା ।

7. ଅଣସରରେ ଅଲାରନାଥଙ୍କ ଦର୍ଶନ ବନ୍ଦ କଲା ପ୍ରଶାସନ

ଏଥର ମହାପ୍ରଭୁଙ୍କ ଅଣସର ସମୟରେ ଅଲାରନାଥଙ୍କୁ ଦର୍ଶନ କରିପାରିବେନି ଭକ୍ତ । ଏନେଇ ପ୍ରଶାସନର ଜରୁରୀ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

8. ସୁବର୍ଣ୍ଣପୁରରେ 2 ସ୍ୱାସ୍ଥ୍ୟକର୍ମୀଙ୍କୁ କୋରୋନା

ସୁବର୍ଣ୍ଣପୁର ଜିଲ୍ଲା ନାଇକେନପାଲି ସ୍ବାସ୍ଥ୍ୟ କେନ୍ଦ୍ରର 2 ଜଣ ସ୍ବାସ୍ଥ୍ୟକର୍ମୀ କୋରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ।

9.ବାତ୍ୟା ନିସର୍ଗ ମୁକାବିଲା: ମହାରାଷ୍ଟ୍ର ରାଇଗଡରେ 43 NDRF ଦଳ ନିୟୋଜିତ

ମହାରାଷ୍ଟ୍ର ରାଇଗଡରେ ବାତ୍ୟା ନସର୍ଗ ସ୍ଥଳ ଭାଗ ଛୁଇଁବା ପରେ ରଚିଛି ତାଣ୍ଡବ । ତେବେ ଏହାର ମୁକାବିଲା ପାଇଁ NDRF 43ଟି ଦଳ ନିୟୋଜିତ କରିଛି ।

10. ଆପ୍ ସାଂସଦ ସଞ୍ଜୟ ସିଂଙ୍କ ସହାୟତା, ବିମାନ ଯୋଗେ ଘର ବାହୁଡିବେ 33 ପ୍ରବାସୀ ଶ୍ରମିକ

ବୁଧବାର ସଞ୍ଜୟ ସିଂ ତାଙ୍କ ସହ ଏକ ବିମାନରେ ଦିଲ୍ଲୀ ବିମାନବନ୍ଦରରୁ 33 ପ୍ରବାସୀ ଶ୍ରମିକଙ୍କୁ ନେଇ ପାଟନା ଯିବେ ।

ABOUT THE AUTHOR

...view details