ଓଡିଶା

odisha

ETV Bharat / bharat

TOP NEWS@9PM: ଜାଣନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ @9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM: ଜାଣନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଜାଣନ୍ତୁ ବର୍ତ୍ତମାନର ବଡ ଖବର

By

Published : Jun 1, 2020, 9:09 PM IST

1.'ଓ୍ଵାନ ନେସନ୍ ଓ୍ଵାନ ରାସନ କାର୍ଡ' ବ୍ୟବସ୍ଥାରେ ଯୋଡି ହେଲା ଓଡିଶା

ସାରା ଦେଶରେ ସୋମବାର ଠାରୁ ଲାଗୁ ହୋଇଛି ‘ୱାନ୍ ନେସନ୍ ୱାନ୍ ରାସନ୍ କାର୍ଡ’ । ସୋମବାର ଠାରୁ ଓଡିଶାରେ ମଧ୍ୟ ଏହି ବ୍ଯବସ୍ଥାରେ ଯୋଡି ହୋଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ମହାନଗର ନିଗମରୁ ଏହି ବ୍ୟବସ୍ଥା ଲାଗୁ ହେବ । ଅଧିକ ପଢନ୍ତୁ...

2. ଜୁନ ମାସରେ ଦୁଇ ଦିନ ସଟଡାଉନ ରହିବ 11 ଜିଲ୍ଲା

ରାଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଜୁନ ମାସ । ଏହି ମାସରେ ରାଜ୍ୟରୋ କୋରେନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବାରେ ଏନେଇ ଆକଳନ କରିଛନ୍ତି ରାଜ୍ୟ ସରକର । ଅଧିକ ପଢନ୍ତୁ..

3. ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କଲା NIOS

ଜାତୀୟ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ 'ନିଓଶ' ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛନ୍ତି। ଏହି ପରୀକ୍ଷା ଜୁଲାଇ 17 ରୁ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ...

4. ଏବର୍ଷ ମୌସୁମୀ ସ୍ବାଭାବିକ, 5 ରାଜ୍ୟରେ ଘୂର୍ଣ୍ଣିଝଡ ପ୍ରଭାବ

ମୌସୁମୀ ଓ ଘୂର୍ଣ୍ଣଝଡକୁ ନେଇ ଆଜି ଆଇଏମଡି ପକ୍ଷରୁ ଡିଜି ତ୍ୟୁଞ୍ଜୟ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

5. ସୌରଶକ୍ତି ଚାଳିତ ହେବ ଓଡ଼ିଶା ବିଧାନସଭା

ବିଧାନସଭାରେ ସଞ୍ଚୟ ହେବ ବିଦ୍ୟୁତ । ଲାଗିବ ସୌର ଶକ୍ତି । ଆସନ୍ତା 4 ମାସ ମଧ୍ୟରେ ବିଧାନସଭା ସମ୍ପୂର୍ଣ୍ଣ ସୌର ଶକ୍ତି ଲାଗିବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଅଧିକ ପଢନ୍ତୁ..

6. ଜୁନ 19ରେ 7 ରାଜ୍ୟର 18 ଆସନରେ ରାଜ୍ୟସଭା ନିର୍ବାଚନ

ଚଳିତ ମାସ 19 ତାରିଖରେ ରାଜ୍ୟସଭାର 18 ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ଆୟୋଗ ଏହି ସୂଚନା ଦେଇଛନ୍ତି । ରାଜ୍ୟସଭା ନିର୍ବାଚନ 7 ଟି ରାଜ୍ୟରେ 18 ଟି ଆସନରେ ଅନୁଷ୍ଠିତ ହେବ ।

7. ଛତିଶଗଡରେ ପହଁଞ୍ଚିଲେ ପଙ୍ଗପାଳ, ପଶ୍ଚିମ ଓଡ଼ିଶାକୁ ବିପଦ

ମଧ୍ୟପ୍ରଦେଶ ବାଟଦେଇ ଛତିଶଗଡ଼ କୋରିଆ ଜିଲ୍ଲାର ଭରତପୁର ଜଙ୍ଗଲରେ ପହଞ୍ଚିଛନ୍ତି ପଙ୍ଗପାଳ ପଲ । ୧୫ ରୁ ୨୦ ଦିନ ଭିତରେ ଓଡି଼ଶାରେ ପହଁଞ୍ଚିବାର ଆଶଙ୍କା । ଅଧିକ ପଢ଼ନ୍ତୁ...

8.ମାସ୍କ ନପନ୍ଧିଲେ ଓ ଛେପ ପକାଇଲେ ଗଣିବେ ମୋଟା ଅଙ୍କର ଫାଇନ, ହୋଇପାରନ୍ତି ଗିରଫ

ନିୟମ ନମାନିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ସଟଡାଉନ ସମେତ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି । ଯିଏ ଏହାର ନିୟମ ଉଲ୍ଲଂଘନ କରନ୍ତି ମୋଟା ଅଙ୍କର ଫାଇନ ସହ ଗିରଫ ହେବେ ।

9.କ୍ବିଣ୍ଟାଲ ପିଛା ଧାନର ଏମଏସପି 53 ଟଙ୍କା ବଢିଲା

ଚାଷୀଙ୍କୁ ଆଶ୍ବସ୍ତି ଦେଇ କେନ୍ଦ୍ର ସରକାର 14ଟି ଖରିଫ ଫସଲର ଏମଏସପି ବୃଦ୍ଧି କରିଛନ୍ତି । ଧାନର ଏମଏସପି କ୍ବିଣ୍ଟାଲ ପିଛା 53 ଟଙ୍କା ବଢି 1868 ଟଙ୍କାରେ ପହଞ୍ଚିଛି । ଅଧିକ ପଢନ୍ତୁ..

10. ରୂପଜୀବୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ବିଏମସିଙ୍କୁ ଓଏଚଆରସିଙ୍କ ନିର୍ଦ୍ଦେଶ

ମଧ୍ୟମ ଓ ମହିଳା ଅଧିକାର ଅଭିଯାନର ଅଧ୍ୟକ୍ଷ ନମ୍ରତା ଚଡ୍ଡା ଏହି ବିବାଦରେ ପିଟିସନ ଦାଖଲ କରିଛନ୍ତି । ଲକଡାଉନ ଏବଂ କୋରୋନା ଯୋଗୁଁ ରୂପଜୀବୀ କର୍ମୀଙ୍କ ଦୁଃଖ ବିଷୟରେ ସେ ଆଲୋକପାତ କରିଛନ୍ତି । ଅଧିକ ପଢନ୍ତୁ...

ABOUT THE AUTHOR

...view details