ଓଡିଶା

odisha

ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର... - @9AM

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Nov 14, 2020, 9:00 AM IST

1.ଦୀପାବଳିର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଦୀପାବଳି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି । ଏହି ପର୍ବ ସମସ୍ତଙ୍କ ଜୀବନରେ ଆହୁରୀ ଉଜ୍ଜ୍ୱଳତା ଓ ସୁଖ ଆଣୁ । ଟ୍ବିଟ ଯୋଗେ ମୋଦି ଶୁଭକାମନା ଜଣାଇଛନ୍ତି ।

2.ଦୀପାବଳି ପାଇଁ ଡିସିପିଙ୍କ ଚେତାବନୀ, ବାଣ ଫୁଟେଇଲେ ଘରେ ପହଞ୍ଚିବ ପୋଲିସ

ଦିପାବଳୀରେ ବାଣ ଫୁଠାଇଲେ କି ନିୟମ ଉଲଙ୍ଘନ କଲେ ଘରେ ପହଞ୍ଚିବ ପୋଲିସ । ଚେତାବନୀ ଦେଲେ ଡିସିପି ।

3.ଦିପାବଳୀ ପାଇଁ ମୋ ବସ ବନ୍ଦ

ଦିପାବଳୀ ପାଇଁ ମୋ ବସ ବନ୍ଦ। ଦିପାବଳୀ ପାଇଁ କାଲି ଅପରାହ୍ନରୁ ଗଡ଼ିବନି 'ମୋ ବସ୍' । ସେହିପରି ପାସ୍ କାଉଣ୍ଟର ଓ ମାଷ୍ଟରକ୍ୟାଣ୍ଟିନ ଟର୍ମିନାଲ ମଧ୍ୟ ବନ୍ଦ ରହିବ ।

4.ଆଜି ଶିଶୁ ଦିବସ, ଚାଚା ନେହେରୁଙ୍କୁ ମନେ ପକାଉଛି ଦେଶ

ଆଜି ହେଉଛି ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିବସ । ପ୍ରତିବର୍ଷ ଆଜିର ଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଏ ।

5.ଅସ୍ତ୍ରବିରତୀ ଉଲ୍ଲଂଘନର କଡା ଜବାବ ଦେଲେ ଭାରତୀୟ ଯବାନ, 11 ପାକିସ୍ତାନୀ ସୈନିକ ନିହତ

ଜମ୍ମୁ ଓ କାଶ୍ମୀର ଦକ୍ଷିଣାଞ୍ଚଳରେ ଥିବା ଉରୀର ହାଜିପୁର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ । ଏହି ଗୁଳି ବିନିମୟରେ 3 ଜଣ ବିଏସଏଫ(bsf) ସବ ଇନ୍ସପେକ୍ଟର ଶହୀଦ ହୋଇଛନ୍ତି।

6.ବିଜେପିର ନୂଆ ଟିମ୍‌ରେ ଓଡିଆ ନେତା; ବୈଜୟନ୍ତଙ୍କୁ ମିଳିଲା ଦିଲ୍ଲୀ ଦାୟିତ୍ବ, ମଣିପୁର ସମ୍ଭାଳିବେ ସମ୍ବିତ

ବିଜେପିର ନୂଆ ଟିମ ଘୋଷଣା । ଏହି ଟିମ୍‌ରେ ଓଡିଶାରୁ ବଡ ନେତାଙ୍କୁ ସ୍ଥାନ ମିଳିଛି ।

7.ଭଙ୍ଗ ହେଲା କ୍ୟାବିନେଟ, ବିହାର ମୁଖ୍ୟମନ୍ତ୍ରୀ ପଦରୁ ନୀତିଶଙ୍କ ଇସ୍ତଫା

ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର । ଆଜି ବିହାରରେ କ୍ୟାବିନେଟ ବୈଠକ ବସିଥିଲା ।

8.ପାକିସ୍ତାନ ଜେଲରୁ ମୁକୁଳି ଦୀର୍ଘ 25 ବର୍ଷ ପରେ ଗାଁ ମାଟିକୁ ଫେରିଲେ ବିର୍ଜୁ କୁଲୁ

ଜନ୍ମମାଟି ସୁନ୍ଦରଗଡ଼ରେ ପହଞ୍ଚିଛନ୍ତି ବିର୍ଜୁ କୁଲୁ। ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୨୫ ବର୍ଷ ପାକିସ୍ତାନ ଜେଲରେ ବିତାଇବା ପରେ ନିଜ ଘର ପରିବାର ପାଖକୁ ଫେରିଛନ୍ତି ।

9.ପାଟଣାଗଡ ହତ୍ୟା ଘଟଣା, ପୁଣି 2 ଜଣ ଅଟକ

ଚାଞ୍ଚଲ୍ୟକର ହତ୍ୟାକାଣ୍ଡକୁ 3 ଦିନ ବିତିଥିଲେ ମଧ୍ୟ ପୋଲିସ କୌଣସି ଠୋସ ପଦକ୍ଷେପ ନେଇପାରିନାହିଁ । ଗୁରୁବାର ପୁଣି 2 ଜଣକୁ ଅଟକ ରଖିଛି ପୋଲିସ ।

10.ମା'ଙ୍କ ଶାଢୀ ପିନ୍ଧି ଦିୱାଲି ସେଲିବ୍ରେଟ କରୁଛନ୍ତି ଭୂମି

ଏଥର ଦୀପାବଳିରେ ନୂଆ ଆଉଟଫିଟ୍ ନକିଣି ନିଜ ମା' ପୁରୁଣା ଶାଢୀ ପିନ୍ଧି ଖୁସି ନଜର ଆସୁଛନ୍ତି ଭୂମି । ପୁରୁଣା ପୋଷାକ ପିନ୍ଧିବାରେ ଲଜ୍ଜା କାହିଁକି କରିବେ ବୋଲି କହିଛନ୍ତି ।

ABOUT THE AUTHOR

...view details