ଓଡିଶା

odisha

ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର... - ବର୍ତ୍ତମାନର ସମ୍ପୂର୍ଣ୍ଣ ଖବର

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...

TOP NEWS AT 9AM
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Sep 30, 2020, 9:00 AM IST

1-ବାବ୍ରୀ ମସଜିଦ୍ ମାମଲା: ଆଜି ସ୍ବତନ୍ତ୍ର ସିବିଆଇ ଅଦାଲତରେ ପ୍ରକାଶ ପାଇବ ରାୟ

28 ବର୍ଷ ଧରି ଦୀର୍ଘ ପ୍ରତୀକ୍ଷା ପରେ ଏବେ ପ୍ରକାଶ ପାଇବାକୁ ଯାଉଛି ବାବ୍ରି ମସଜିଦ ଭଙ୍ଗା ମାମଲାର ଐତିହାସିକ ରାୟ। ଲକ୍ଷ୍ନୌ ସ୍ଥିତ ସ୍ବତନ୍ତ୍ର ସିବିଆଇ କୋର୍ଟ ବିଚାରପତି ସୁରେନ୍ଦ୍ର ଯାଦବ କ’ଣ ରାୟ ଶୁଣାଇବେ ତାହା ଉପରେ ରହିଛି ଏବେ ସମସ୍ତଙ୍କ ନଜର।

2-ଆଇପିଏଲ 2020: ପ୍ରଥମ ହାର ଦେଖିଲା ଦିଲ୍ଲୀ, ହାଇଦ୍ରାବାଦ ଚାଖିଲା ବିଜୟର ସ୍ବାଦ

ଆଇପିଏଲ 2020ର 11ତମ ମ୍ୟାଚରେ ବିଜୟର ଖାତା ଖୋଲିଲା ସନରାଇର୍ଜସ ହାଇଦ୍ରାବାଦ । ପୂର୍ବରୁ 2ଟି ମ୍ୟାଚ ଜିତିଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ ଦେବାରେ ସଫଳ ହେଲା ଟିମ୍‌ ।

3-ନିର୍ଯ୍ୟାତନା ଅଭିଯୋଗରେ ଗିରଫ ଡେପୁଟି କଲେକ୍ଟରଙ୍କୁ ସର୍ତ୍ତମୂଳକ ଜାମିନ

ବୌଦ୍ଧ ଜିଲ୍ଲା ଡେପୁଟି କଲେକ୍ଟର ଶରତ ବାଗଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । ଶନିବାର ପତ୍ନୀ ଡାଲମିଆ ବାଗ ଆଣିିଥିବା ନିର୍ଯ୍ୟାତନା ଓ ପରକୀୟ ପ୍ରତି ଅଭିଯୋଗରେ ଗିରଫ ହୋଇଥିଲେ ଶରତ ।

4-ଆରପାରିରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ପିତା

ମଙ୍ଗଳବାର ଦିନ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ପିତା ଶ୍ରୀକୃଷ୍ଣ ବିର୍ଲାଙ୍କ ପରଲୋକ ହୋଇଛି । ଏଥିରେ ବିଜେପି ରାଷ୍ଟ୍ରୀୟ ଉପରାଷ୍ଟ୍ରପତି ମୁକୁଲ ରୟ ଏବଂ ଲୋକସଭା ସାଂସଦ ସୁପ୍ରିୟା ସୁଲେ ଶ୍ରୀକୃଷ୍ଣଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି ।

5-ଆରପାରିରେ ବିକ୍ରମ ବେତାଳ କାର୍ଟୁନିଷ୍ଟ

ଘରେ ଘରେ ପରିଚିତ ପ୍ରସିଦ୍ଧ ଜହ୍ନ ମାମୁଁର ବିକ୍ରମ ବେତାଳ କାର୍ଟୁନକୁ ଜୀବନ୍ତ କରିଥିବା କଳାକାର କେ.ସି ଶିବଶଙ୍କର ପରଲୋକ । 96 ବର୍ଷ ବୟସରେ ମଙ୍ଗଳବାର ସନ୍ଧ୍ୟାରେ କେ.ସି ଶିବଶଙ୍କର ଦେହାନ୍ତ ହୋଇଛି । ସେ 'ଚନ୍ଦାମାମା ଶଙ୍କର' ଭାବରେ ବେଶ ପରିଚିତ ।

6-୧୨ ଦଫା ଦାବି ନେଇ ଏସ୍.ୟୁ.ଟି.ଆଇ କମ୍ୟୁନିଷ୍ଟ ପକ୍ଷରୁ ବ୍ରହ୍ମପୁରରେ ବିକ୍ଷୋଭ

ରାଜ୍ୟରେ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ତୁରନ୍ତ ପ୍ରତ୍ୟାହାର କରିବା, ଜନବିରୋଧୀ ବିଦ୍ୟୁତ ସଂଶୋଧନ ଆଇନ-୨୦୨୦କୁ ବାତିଲ କରିବା ଭଳି ୧୨ ଦଫା ଦାବିକୁ ନେଇ ଏସ୍.ୟୁ.ଟି.ଆଇ କମ୍ୟୁନିଷ୍ଟ ପକ୍ଷରୁ ବ୍ରହ୍ମପୁର ଠାରେ ବିକ୍ଷୋଭ କରାଯାଇଛି ।

7-ପାଞ୍ଚ ମାସ ପରେ ବି ଶ୍ରମିକକୁ ମିଳିନି ମନରେଗା ପାଉଣା, ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ମନରେଗା ଯୋଜନାରେ କାମ କରିବାର 5 ମାସ ବିତି ଯାଇଥିଲେ ବି ଶ୍ରମିକଙ୍କୁ ଏଯାଏଁ ମିଳିନି ସେମାନଙ୍କ ପାଉଣା । ଏଭଳି ସ୍ଥିତିରେ ପାରିଶ୍ରମିକ ଦେଇ ନଥିବା ଅଭିଯୋଗ ନେଇ ମଙ୍ଗଳବାର ବରଗଡ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଥିଲେ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗିଧମାଳ ଗ୍ରାମର ବହୁ ଶ୍ରମିକ ।

8-ବଲାଙ୍ଗୀରରେ ଫେଲ୍ ମାରିଛି କୋଭିଡ ପରିଚାଳନା ! ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ରାଜ୍ୟରେ ବଢିବାରେ ଲାଗିଛି କୋରୋନାର କାୟା । ବଲାଙ୍ଗୀରରେ ସଠିକ ଭାବେ କୋଭିଡ ପରିଚାଳନା ହେଉ ନଥିବା ଅଭିଯୋଗ ହୋଇଛି । କିଏ ଆଣିଛି ଏଭଳି ଅଭିଯୋଗ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

9-ବଜ୍ରଘାତରେ ଛାତ୍ରର ମୃତ୍ୟୁ, ଗାଁରେ ଶୋକାକୂଳ ପରିବେଶ

ବିଲକୁ ଗାଈ ଆଣିବାକୁ ଯାଇଥିବା ବେଳେ ଛାତ୍ରଙ୍କ ଉପରେ ପଡିଲା ବଜ୍ରପାତ । କେନ୍ଦ୍ରାପଡା ଜରିପଡା ଗାଁରେ ଘଟିଛି ଅଘଟଣ।

10-ପାଞ୍ଚ ମାସ ପରେ ବି ଶ୍ରମିକକୁ ମିଳିନି ମନରେଗା ପାଉଣା, ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ମନରେଗା ଯୋଜନାରେ କାମ କରିବାର 5 ମାସ ବିତି ଯାଇଥିଲେ ବି ଶ୍ରମିକଙ୍କୁ ଏଯାଏଁ ମିଳିନି ସେମାନଙ୍କ ପାଉଣା । ଏଭଳି ସ୍ଥିତିରେ ପାରିଶ୍ରମିକ ଦେଇ ନଥିବା ଅଭିଯୋଗ ନେଇ ମଙ୍ଗଳବାର ବରଗଡ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଥିଲେ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗିଧମାଳ ଗ୍ରାମର ବହୁ ଶ୍ରମିକ ।

ABOUT THE AUTHOR

...view details