ଓଡିଶା

odisha

ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡଖବର - ବଡଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡଖବର

By

Published : Sep 7, 2020, 9:00 AM IST

1. ସୁସ୍ଥ ପରେ ପୁଣି ସଂକ୍ରମିତ ହେଲେ ବେଙ୍ଗାଲୁରୁର ଜଣେ ମହିଳା

ଦେଶରେ ଚିନ୍ତା ବଢାଇଲା ପୁନଃ ସଂକ୍ରମଣ । ବେଙ୍ଗାଲୁରୁର ଜଣେ 27 ବର୍ଷୀୟ ମହିଳା କୋରୋନାରୁ ସୁସ୍ଥ ହେବା ପରେ ପୁଣି ଆକ୍ରାନ୍ତ ହୋଇଛନ୍ତି । ଦେଶରେ ସଂକ୍ରମଣ ଅପେକ୍ଷା ସୁସ୍ଥ ହାର ଅଧିକ ଥିବାବେଳେ ଏପରି ରିପୋର୍ଟ ଏବେ ଭୟ ସୃଷ୍ଟି କରିଛି ।

2. 5 ମାସ ପରେ ଆଜିଠୁ ଗଡିବ ମେଟ୍ରୋ, ଯାତ୍ରା ପୂର୍ବରୁ ଜାଣନ୍ତୁ କଣ ରହିଛି ନିୟମ...

ଆଜିଠୁ ପଟ୍ରିରେ ପୁଣି ଗଡିବ ମେଟ୍ରୋ । କୋରୋନା ପିକ୍‌ ସମୟରେ ଲୋକଙ୍କ ସୁବିଧା ଯୋଗାଇବା ସହ ଆର୍ଥିକ ସ୍ଥିତିରେ ସୁଧାରିବାକୁ ଆଣିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ତେବେ ଏହି ସମୟରେ କେନ୍ଦ୍ର ପକ୍ଷରୁ ଏକ ଗାଇଡାଲାଇନ ମଧ୍ୟ ଜାରି ହୋଇଛି । ଅଧିକ ପଢନ୍ତୁ...

3. ‘ପ୍ରେମ କରିବା ଯଦି ପାପ, ମୁଁ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ’

'କାହାକୁ ଭଲ ପାଇବା କଣ ଅପରାଧ । ଯଦି ଜଣକୁ ଅଧିକ ଭଲପାଇ ରିୟା ଚକ୍ରବର୍ତ୍ତୀ ଅପରାଧ କରିଛନ୍ତି, ତେବେ ସେ ଏହାର ପରିଣାମକୁ ସାମ୍ନା କରିବାକୁ ପ୍ରସ୍ତୁତ' ବୋଲି ଅଭିନେତ୍ରୀଙ୍କ ଓକିଲ କହିଛନ୍ତି।

4. ଅନୁଭବଙ୍କ ପାଲଟା ଅଭିଯୋଗ ପରେ ବର୍ଷାଙ୍କ ଟ୍ବିଟ, ବଦନାମ୍ କରିବା ପୂର୍ବରୁ ଭଗବାନଙ୍କୁ ଡର

ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ମାମଲା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅନୁଭବ ପାଲଟା ଅଭିଯୋଗ ଆଣିବା ପରେ ମୁହଁ ଖୋଲିଛନ୍ତି ପତ୍ନୀ ବର୍ଷା । ଅଧିକ ପଢନ୍ତୁ...

5. ବର୍ଷା-ଅନୁଭବ ବିବାଦ, ସାଂସଦଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ସାଂସଦ ଅନୁଭବ ମହାନ୍ତି ନିର୍ଯାତନା ଦେବା ପ୍ରସଙ୍ଗରେ ସାଂସଦଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । ଅଧିକ ପଢନ୍ତୁ...

6. ବାପା ହେଲେ କୋଝିକୋଡେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା କୋ-ପାଇଲଟ

ସ୍ବର୍ଗତ ଅଖିଳେଶଙ୍କ ପତ୍ନୀ ମେଘା ମା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ମେଘା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ତେବେ ଗତ ମାସେ ତଳେ ପୁଅକୁ ହରାଇଥିବା ଅଖିଳେଶଙ୍କ ପରିବାର ଏକ କୁନି ଅଖିଳେଶକୁ ପାଇବା ପରେ ଖୁସିର ମାହୋଲ ପୁଣି ଥରେ ଫେରିବା ପରି ଅନୁଭବ କରୁଛନ୍ତି।

7. ଅଶୋଧିତ ବୋମା ବିସ୍ଫୋରଣ; 2 ମୃତ, 2 ଆହତ

ପଶ୍ଚିମବଙ୍ଗର କାମରହାଟି ଗୋଲାଘାଟର ଏକ ଘରେ ଭୟଙ୍କର ଅଶୋଧିତ ବୋମା ବିସ୍ଫୋରଣ ଘଟିଛି । ଏଥିରେ 2 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

8. ଅହମ୍ମଦାବାଦକୁ 'ମିନି ପାକିସ୍ତାନ’ କହିଥିବା ସଞ୍ଜୟ ରାଉତ କ୍ଷମା ମାଗନ୍ତୁ: ବିଜେପି

ଅହମ୍ମଦାବାଦକୁ ‘ମିନି ପାକିସ୍ତାନ’ ବୋଲି ଅଭିଯୋଗ କରି ବିଜେପି ଶିବସେନା ନେତା ସଞ୍ଜୟ ରାଉତଙ୍କଠାରୁ କ୍ଷମା ମାଗିଛନ୍ତି। ପାର୍ଟି ମୁଖପାତ୍ର ଭରତ ପାଣ୍ଡ୍ୟା ଏକ ବିବୃତ୍ତି ଜାରି କରି ରାଉତଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି। ଅଧିକ ଖବର ପଢନ୍ତୁ...

9. ଦିଲ୍ଲୀ କ୍ୟାପିଟାଲ୍ସର ସହକାରୀ ଫିଜିଓଙ୍କୁ କୋରୋନା

ଦିଲ୍ଲୀ ଟିମର ସହକାରୀ ଫିଜିଓଙ୍କ ପ୍ରଥମ 2ଟି କୋରୋନା ରିପୋର୍ଟ ନେଗେଟିଭ ଆସିଥିଲା । କିନ୍ତୁ 3ୟ ଟେଷ୍ଟରେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି ।

10. ଭୂକମ୍ପରେ ଥରିଲା ଫିଲିପାଇନ୍ସ, ରିକ୍ଟର ସ୍କେଲରେ ତୀବ୍ରତା 6.3

ଶକ୍ତିଶାଳୀ ଭୂ କମ୍ପରେ ଥରିଲା ଫିଲିଫାଇନ୍ସ। ରିକ୍ଟର ସ୍କେଲରେ ତୀବ୍ରତା 6.3 ତୀବ୍ରତା ରେକର୍ଡ କରାଯାଇଛି। ଏହି ଝଟକା ଫିଲିପାଇନ୍ସର ମାଇଣ୍ଡାନାଓ ଦ୍ୱୀପରେ ଅନୁଭୂତ ହୋଇଥିଲା।

ABOUT THE AUTHOR

...view details