ଓଡିଶା

odisha

ETV Bharat / bharat

TOP NEWS @ 9AM, ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

TOP NEWS @ 9AM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS @ 9AM
TOP NEWS @ 9AM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Aug 24, 2020, 9:00 AM IST

1-ଗୁରୁତ୍ବପୂର୍ଣ୍ଣ କଂଗ୍ରେସ କାର୍ଯ୍ୟକାରିଣୀର ଦିନକ ପୂର୍ବରୁ ଦଳରେ ପୁଣିଥରେ ନେତୃତ୍ବ ସଂକଟ

CWC ବୈଠକର ଗୋଟିଏ ଦିନ ପୂର୍ବରୁ ଅଧ୍ୟକ୍ଷ ପଦକୁ ନେଇ ଦଳରେ ଦେଖାଦେଇଛି ନେତୃତ୍ବ ସଙ୍କଟ । ଗାନ୍ଧୀ କି ଅଣ ଗାନ୍ଧୀ ନେତୃତ୍ବକୁ ନେଇ ଦ୍ବନ୍ଦ ଉପୁଜିଛି ।

2-ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ମନେପଡନ୍ତି ଅରୁଣ ଜେଟଲୀ

ଆଜି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ । 2019 ମସିହା ଅଗଷ୍ଟ 24 ତାରିଖରେ ତାଙ୍କର 66 ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇଥିଲା ।

3-କାନପୁର ବାଗାହୀରେ ବୋମା ବିସ୍ଫୋରଣ, ସ୍ଥାନୀୟ ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି

ରବିବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ବାଗାହୀ ଅଞ୍ଚଳରେ ବୋମା ବିସ୍ଫୋରଣ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଥିଲା ବିଶୃଙ୍ଖଳା ।

4-ଭୂକମ୍ପରେ ଥରିଲା ପାଲଘର ଓ ଅରୁଣାଚଳ ପ୍ରଦେଶ, ତୀବ୍ରତା 3.7

ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ। ରିକ୍ଟର ସ୍କେଲରେ ତୀବ୍ରତା 3.7 ରେକର୍ଡ କରାଯାଇଛି। ସେହିପରି ଗୋଟିଏ ଦିନରେ ଚାରିଥର ଭୂକମ୍ପର ଝଟକା ପାଇଲା ମହାରାଷ୍ଟ୍ରର ପାଲଘର ଜିଲ୍ଲା।

5-ITBP କ୍ୟାମ୍ପ ନିକଟରେ ଭୂସ୍କଳନ, ବଦ୍ରିନାଥ ରାଜପଥ ବନ୍ଦ

ଉତ୍ତରାଖଣ୍ଡରେ ଲଗାଣ ବର୍ଷା। ଯାହାଫଳରେ ଗତ କିଛି ସପ୍ତାହ ହେବ ଏଠାରେ ଭୂସ୍କଳନ ପ୍ରକ୍ରିୟା ଜାରି ରହିଛି। ଯାହାଫଳରେ ଅନେକ ଲୋକଙ୍କ ଜୀବନ ଯାଉଥିବା ବେଳେ ଅନେକ ନିଖୋଜ ଅଛନ୍ତି।

6-ଦୁର୍ଦ୍ଦାନ୍ତ କାଣ୍ଡ, ଅବସରପ୍ରାପ୍ତ ପୋଲିସ ASIଙ୍କ ଘରେ ପଶି ପିଟିପିଟି ହତ୍ୟା

ଅବସର ପ୍ରାପ୍ତ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟରଙ୍କୁ ପିଟିପିଟି ହତ୍ୟା। ପୋଲିସକୁ ହତ୍ୟା କରିଥିବା ବ୍ୟକ୍ତି ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ହୋଇଥିବା ବେଳେ ପୂର୍ବରୁ ତା ନାମରେ ଅନେକ ଗୁଡିଏ ଅପରାଧୀକ ମାମଲା ରହିଛି।

7-ପୂର୍ବତନ ସିଜେଆଇଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ଘଟଣାକୁ ଖଣ୍ଡନ କଲା ବିଜେପି

ଆସାମ ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜେପି ପୂର୍ବତନ ସିଜେଆଇ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ପ୍ରାର୍ଥୀ କରିପାରେ ବୋଲି କଂଗ୍ରେସ ବରିଷ୍ଠ ନେତା ଦାବି କରିଥିଲେ ।

8-କଳାହାଣ୍ଡିକୁ କୋରୋନା ଭୟ, 24 ଘଣ୍ଟାରେ 8 ନୂଆ ପଜିଟିଭ ଚିହ୍ନଟ

ସମୟ ସହ ଧିରେ ଧିରେ ରାଜ୍ୟରେ ଭୟାବହ ହେବାରେ ଲାଗିଛି କୋରୋନା ସ୍ଥିତି ।ଏମିତିରେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା ।

9-ବାରିପଦା ସହରରେ ଗଜରାଜଙ୍କ ରାଜ, ଲୋକେ ଭୟଭୀତ

ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ହାତୀ ବୁଲୁଥିବା ଦେଖିବାକୁ ମିଳିଛି ।

10-ବିହାର ବନ୍ୟା ବିତ୍ପାତ: 16 ଜିଲ୍ଲାର 83.62 ଲକ୍ଷ ଲୋକେ ପ୍ରଭାବିତ

ବିହାରର ବନ୍ୟା ସ୍ଥିତିରେ ଆସୁଛି ସୁଧାର । 16 ଜିଲ୍ଲାର 83.62 ଲକ୍ଷ ଲୋକେ ହୋଇଛନ୍ତି ପ୍ରଭାବିତ। ଅପରିବର୍ତ୍ତିତ ରହିଛି ମୃତ୍ୟୁ ସଂଖ୍ୟା ।

ABOUT THE AUTHOR

...view details