ETV Bharat Odisha

ଓଡିଶା

odisha

ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡଖବର... - ବର୍ତ୍ତମାନର ବଡଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

top news @9am
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡଖବର...
author img

By

Published : Aug 11, 2020, 9:01 AM IST

1-ପବିତ୍ର ଜନ୍ମାଷ୍ଟମୀ: ନଟଖଟିଆ କାହ୍ନାର ଖଟା-ମିଠା କାହାଣୀ...

ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ। ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ବା ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ । ହିନ୍ଦୁମାନଙ୍କର ଏହା ଏକ ମୁଖ୍ୟ ପର୍ବ ।

2-ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀର ସ୍ବତନ୍ତ୍ର ନୀତିକାନ୍ତି

କୃଷ୍ଣ ଜନ୍ମନୀତି ପାଇଁ ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ପରେ ହୋଇ ଥାଏ। ଏଥର କୋଭିଡ କଟକଣା ପାଇଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଛି। ଏଣୁ ଶ୍ରୀମନ୍ଦିର ଖାଁ ଖାଁ ରହିଛି।

3-ବିଜୟୱାଡା କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା, 3 ଗିରଫ

ଅଗଷ୍ଟ 9 ତାରିଖରେ ବିଜୟୱାଡାର ଏକ କୋଭିଡ ହସ୍ପିଟାଲରେ ନିଆଁ ଲାଗିଥିଲା । ହସ୍ପିଟାଲରେ ଚିକିତ୍ସିତ ହେଉଥିବା 31 ରୋଗୀଙ୍କ ମଧ୍ୟରୁ 10 ଜଣଙ୍କ ମୃତ୍ୟୁ ହୋଇଥିଲା ।

4-ସାଂସଦଙ୍କୁ ପାକିସ୍ତାନୀ ନମ୍ବରରୁ ହତ୍ୟା ଧମକ, ବାସଭବନରେ ବୋମାମାଡ଼

ପାକିସ୍ତାନୀ ନମ୍ବରରୁ ସାଂସଦଙ୍କୁ ଆସୁଛି ହତ୍ୟା ଧମକ। ଉନ୍ନାଓର ବିଜେପି ସାଂସଦ ସାକ୍ଷୀ ମହାରାଜଙ୍କୁ ଫୋନ କଲ ମାଧ୍ୟମରେ ହତ୍ୟା ଧମକ ଆସିବା ସହ ତାଙ୍କ ଉତ୍ତରପ୍ରଦେଶ ବାସ ଭବନକୁ ବୋମା ପକେଇ ଉଡେଇ ଦେବାକୁ କୁହାଯାଉଛି।

5-ରାହୁଲଙ୍କୁ କଂଗ୍ରେସ ଅଧ୍ୟକ୍ଷ କରିବାକୁ ସ୍ବର ଉଠାଇଲେ ଶଶି ଥରୁର

ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ଅଧ୍ୟକ୍ଷ କରିବାକୁ ସ୍ବର ଉଠାଇଛନ୍ତି ଶଶି ଥରୁର । ଯଦି ରାହୁଲ ଗାନ୍ଧୀ କଂଗ୍ରେସ ଦଳର ନେତୃତ୍ୱ ନେବାକୁ ପ୍ରସ୍ତୁତ ଅଛନ୍ତି ତେବେ ତାଙ୍କୁ କେବଳ ତାଙ୍କ ଇସ୍ତଫା ପ୍ରତ୍ୟାହାର କରିବାକୁ ପଡିବ । ଏହାକୁ ଦଳର କର୍ମୀ ଏବଂ ଅନ୍ୟମାନେ ତାଙ୍କୁ ନେତା ଭାବରେ ଗ୍ରହଣ କରିବାକୁ ଇଚ୍ଛୁକ ରହିଥିବା ଥରୁର ସୋମବାର ପ୍ରକାଶ କରିଛନ୍ତି ।

6-ଗଞ୍ଜାମରେ ଆରମ୍ଭ ହେଲା ପଞ୍ଚାୟତ ସ୍ତରୀୟ ନମୁନା ସଂଗ୍ରହ

କୋରୋନା ସଂକ୍ରମଣ ଉପରେ ରୋକ ଲଗାଇବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ଉଦ୍ୟମ । ପଞ୍ଚାୟତସ୍ତରରେ ନମୁନା ସଂଗ୍ରହ ହେଲା ଆରମ୍ଭ ।

7-ଜୁଆଆଡ୍ଡା ଉପରେ ପୋଲିସର ଚଢାଉ, 23 ଗିରଫ

ଗଞ୍ଜାମ ନୂଆଁଗଡ ଗାଁରେ ଚାଲିଥିବା ଜୁଆଆଡ୍ଡା ଉପରେ ପୋଲିସର ଚଢାଉ । ଚଢାଉବେଳେ ଜୁଆଡିଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କା ଜବତ ହୋଇଛି ।

8-ଅନଲକ୍ -3: ଗୁଜୁରାଟରୁ ବାଂଲାଦେଶ ଅଭିମୁଖେ ପ୍ରଥମ ପାର୍ସଲ ଟ୍ରେନ

ଗୁଜୁରାଟର ଭବନଗରରୁ ବାଂଲାଦେଶକୁ ପିଆଜ ଲୋଡ୍ ୱାଗନ୍ ସହିତ ପ୍ରଥମ ପାର୍ସଲ୍ ଟ୍ରେନ୍ ପରେ ଟ୍ରେନ୍ ବର୍ତ୍ତମାନ ଅହମ୍ମଦାବାଦର କାଙ୍କାରିଆ ପ୍ରାଙ୍ଗଣରୁ କପଡା ଏବଂ ରଙ୍ଗ ସାମଗ୍ରୀ ନେଇ ସ୍ୱତନ୍ତ୍ର ପାର୍ସଲ ସୁବିଧା ଅଧୀନରେ ଯାତ୍ରା ଆରମ୍ଭ କରିଛି।

9-ଇତିହାସରେ ପ୍ରଥମ, ସ୍ବାଧୀନତା ଦିବସରେ ଟାଇମ୍ସ ସ୍କୋୟାରରେ ଉଡିବ ଭାରତୀୟ ତ୍ରିରଙ୍ଗା

ଆଇକନିକ୍ ନ୍ୟୁୟର୍କ ସହରରେ ଉଡିବ ଭାରତର ଜାତୀୟ ପତାକା । ଅଗଷ୍ଟ 15ରେ କେବଳ କାଶ୍ମୀର ଠୁ କନ୍ୟା କୁମାରୀ ନୁହେଁ ଭାରତ ଠୁ ଆମେରିକାରେ ମଧ୍ୟ ଜାତୀୟ ପତାକା ଫରଫର୍ ହୋଇ ଉଡିବ।

10-ଭାସୁଛି ବିହାର, ମୃତ୍ୟୁ ସଂଖ୍ୟା 24କୁ ବୃଦ୍ଧି

ସଙ୍ଗୀନ ବିହାରର ବନ୍ୟା ସ୍ଥିତି । 24 ଘଣ୍ଟାରେ 16 ଜିଲ୍ଲାର 20 ହଜାରରୁ ଅଧିକ ଲୋକେ ପ୍ରଭାବିତ । ମୃତ୍ୟୁ ସଂଖ୍ୟା 24କୁ ବୃଦ୍ଧି ।

ABOUT THE AUTHOR

...view details