ଓଡିଶା

odisha

ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡଖବର... - ଦେଖନ୍ତୁ ବର୍ତ୍ତମାନର ବଡଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡଖବର...

By

Published : Aug 2, 2020, 9:01 AM IST

1-ବୌଦ୍ଧରେ ବଢୁଛି କୋଭିଡ ମାମଲା, ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୪୬

ବୌଦ୍ଧରେ ବଢୁଛି କୋଭିଡ ମାମଲା । ଲକଡାଉନ, ସଟଡାଉନ ଓ କଣ୍ଟେନମେଣ୍ଟ ଜୋନ ଯୋଗୁଁ ପ୍ରଭାବିତ ହେଉଛି ଜୀବନଜୀବିକା । ଏଭଳି ଅଭିଯୋଗ ଆଣିଲା ବିଜେପି ।

2-କୋରୋନା ମୁକାବିଲା: ବିଏମସି ମାର୍କେଟ ଭେଣ୍ଡର୍ସଙ୍କ ବୈଠକ ଆୟୋଜିତ

ରାଜଧାନୀରେ ଭୟଙ୍କର ରୂପ ଧାରଣ କରିଛି କୋରୋନା ସଂକ୍ରମଣ । ଏମିତିରେ ଶନିବାର ଆୟୋଜିତ ହୋଇଯାଇଛି ବିଏମସି ମାର୍କେଟ ଭେଣ୍ଡର୍ସ ସଙ୍ଘର ବୈଠକ ।

3-ବିପଦରେ ମାତୃତ୍ବ, ଟୋକେଇରେ ପଶି ନଦୀ ପାର ହେଲେ ଗର୍ଭବତୀ

ଉପଯୁକ୍ତ ସଡ଼କ ସଂଯୋଗ ଅଭାବରୁ ଆମ୍ବୁଲାନ୍ସ ଗାଁକୁ ଯାଇପାରି ନ ଥିବାରୁ ସୁରଗୁଜାର କଡନାଇ ଗାଁର ଜଣେ ଗର୍ଭବତୀ ମହିଳାଙ୍କୁ ଏକ ନଦୀ ପାର ପାଇଁ ଟୋକେଇରେ ନିଆଯାଇଥିଲା। ପରେ ମହିଳାଙ୍କୁ ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା।

4- ପରଲୋକରେ ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମା’

ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ତୋପେଙ୍କ ମାଆଙ୍କ ପରଲୋକ । ଦୁଃଖ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

5-ପୁଣି ଆଖି ବୁଜିଲେ ଜଣେ କୋରୋନା ଯୋଦ୍ଧା

କୋରୋନାରେ ପ୍ରାଣ ହରାଇଲେ ଦିଲ୍ଲୀ ପୋଲିସର ହେଡ କନେଷ୍ଟବଳ । ଦୀର୍ଘ ଦିନ ଧରି ମେଡିକାଲରେ ରହିଥିଲେ ଚିକିତ୍ସାଧିନ ।

6-ନିଜ ସୁରକ୍ଷା ନିଜ ହାତରେ: ପଞ୍ଜାମ ସିଏମ

ପଞ୍ଜାବରେ ଗତ କିଛି ଦିନ ଧରି ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣ ପାଇଁ ଅମାନିଆଙ୍କୁ ଚେତାଇ ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ।

7-ରକ୍ଷା ବନ୍ଧନ ଉପହାର: ୟୁପି ମହିଳାଙ୍କ ପାଇଁ ଯୋଗୀ ସରକାରଙ୍କ ମାଗଣା ବସ ସେବା

ରକ୍ଷା ବନ୍ଧନ ପର୍ବ ପାଇଁ ଉତ୍ତରପ୍ରଦେଶ ରାଜ୍ୟ ସଡକ ପରିବହନ ନିଗମ (ୟୁପିଏସଆରଟିସି) ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି। ତେବେ ଏହି ଦିନ ସମସ୍ତ ବର୍ଗର ବସ୍‌ରେ ମହିଳାଙ୍କ ପାଇଁ ମାଗଣା ଯାତ୍ରା ଉପଲବ୍ଧ ରହିବ।

8-ବନ୍ନେରଘାଟ ପାର୍କରେ ନୂଆ ଅତିଥି, ମା' ହେଲା ରୂପା

କର୍ଣ୍ଣାଟକ ପାର୍କ ଜଣେ ନୂଆ ଅତିଥିଙ୍କୁ ନିମନ୍ତ୍ରଣ କରିଛି। ବନ୍ନେରଘାଟ ବାୟୋଲୋଜିକାଲ ପାର୍କ (ବିବିପି) ର ଏକ 12 ବର୍ଷର ହାତୀ ଶନିବାର ଏକ କୁନି ହାତୀକୁ ଜନ୍ମ ଦେଇଛି।

9-ସୁଖ ଦୁଃଖର ସାଥୀ ବନ୍ଧୁ; ଯେଉଁ ସମ୍ପର୍କରେ ନଥାଏ କିଛି ସର୍ତ୍ତ...

ସେ ରକ୍ତର ସମ୍ପର୍କ ନୁହେଁ କିନ୍ତୁ ତା' ଠାରୁ ବି ଢେର ଗଭୀର । ଯିଏ ସୁଖ ହେଉ କି ଦୁଃଖ ସବୁବେଳେ ପାଖରେ ଥାଏ । କିଛି ନ କହିଲେ ବି ମନ କଥା ବୁଝିନିଏ । ଯାହା ଉପରେ ସବୁଠାରୁ ଅଧିକ ରାଗ, ଋଷା, ଅଭିମାନ ଥାଏ । ଏହି ସମ୍ପର୍କ ନିଆରା । ସବୁବେଳେ ଛାଇ ଭଳି ପ୍ରହରା ଦେଉଥାଏ, ସେ ହେଉଛି ବନ୍ଧୁ ।

10-ଆସାମ ବନ୍ୟା ସ୍ଥିତି, ଏବେବି 1,295 ଗାଁ ଜଳବନ୍ଦୀ

ସୁଧୁରୁଛି ଆସାମର ବନ୍ୟା ସ୍ଥିତି । 20 ଜିଲ୍ଲାର 11 ଲକ୍ଷ ଲୋକେ ପ୍ରଭାବିତ । ଜଳବନ୍ଦୀରେ 1,295 ଗାଁ । 75,711 ହେକ୍ଟର ଚାଷଜମି ନଷ୍ଟ ।

ABOUT THE AUTHOR

...view details