ଓଡିଶା

odisha

ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...

By

Published : Jul 28, 2020, 9:01 AM IST

1. ଆଜିଠାରୁ ଶହୀଦ ସପ୍ତାହ ଆରମ୍ଭ; ସୀମା ସିଲ କଲା ପୋଲିସ, ଯାଞ୍ଚ କଡାକଡି

ଆଜିଠାରୁ ଶହୀଦ ସପ୍ତାହ ଆରମ୍ଭ । ଯାହାକୁ ଦୃଷ୍ଟିରେ ରଖି ସୀମା ସିଲ କରିବା ସହ ଯାଞ୍ଚ କଡାକଡି କରିଛି ପୋଲିସ । ଅଧିକ ପଢନ୍ତୁ...

2. ରାଜସ୍ଥାନ ରାଜନୀତି ରଣ: କଂଗ୍ରେସକୁ ଫେରିପାରନ୍ତି ବିଦ୍ରୋହୀ ବିଧାୟକ

ରାଜସ୍ଥାନ ରାଜନୀତି ରଣ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସ୍ବର ନରମ ପଡିଥିବା ଦେଖିବାକୁ ମିଳିଛି । ସୋମବାର କଂଗ୍ରେସ ବିଧାୟକ ଦଳ ବୈଠକରେ ବିଦ୍ରୋହୀ ବିଧାୟକମାନେ ଫେରିପାରନ୍ତି ବୋଲି ଇସାରା ଦେଇଛନ୍ତି ସେ । ଯାହାକି ଏବେ ଚର୍ଚ୍ଚାର କାରଣ ପାଲଟିଛି ।

3. ସୁଧୁରୁଛି ଆସାମର ବନ୍ୟା ସ୍ଥିତି, ମୃତ୍ୟୁସଂଖ୍ୟା 103କୁ ବୃଦ୍ଧି

ଆସାମର ବନ୍ୟାରେ ଆସୁଛି ସୁଧାର । 22 ଜିଲ୍ଲାର 22.34 ଲକ୍ଷ ପ୍ରଭାବିତ । ଜଳବନ୍ଦୀରେ 2,026 ଗାଁ । 109,236 ହେକ୍ଟର ଚାଷ ଜମି ନଷ୍ଟ । ଅଧିକ ପଢନ୍ତୁ....

4. ଅସ୍ତ୍ରବିରତି ଉଲଙ୍ଘନର କଡା ଜବାବ; ଜଣେ ପାକିସ୍ତାନୀ ନିହତ, 8 ଆହତ

ବଢିବାରେ ଲାଗିଛି ପାକିସ୍ତାନର ବଦମାସୀ । ବାରମ୍ବାର ଅସ୍ତ୍ରବିରତି ଉଲଙ୍ଘନ କରି ସୀମାରେ ଉତ୍ତେଜନାତ୍ମକ ପରିସ୍ଥିତି ସୃଷ୍ଟି କରିବାକୁ ପଛାଉ ନାହିଁ ପାକିସ୍ତାନ । ଏମିତିରେ ଜମ୍ମୁ କଶ୍ମୀରରେ ସୋମବାର ଅସ୍ତ୍ରବିରତି ଉଲଙ୍ଘନର କଡା ଜବାବ ଦେଇଛନ୍ତି ଭାରତୀୟ ସେନା ।

5. ରାଜସ୍ଥାନ ରାଜନୀତି: ଗେହଲଟଙ୍କୁ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ରଙ୍କ ଟାର୍ଗେଟ

ରାଜସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗୁଡୁ ଥିବାରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ । ଅଧିକ ପଢନ୍ତୁ...

6. 51 ହଜାର ପାନ ପତ୍ର ଓ 101 କେଜି ପରିବାରେ ସଜେଇ ହେଲେ ବାବା ଗରିବ ନାଥ

ବିହାରର ମୁଜାଫରପୁରର ବାବା ଗରିବ ନାଥ ମନ୍ଦିରରେ 'ଶିବଲିଙ୍ଗ'କୁ 51,000 ପାନ ପତ୍ର 101 କେଜି ପରିବା ଅର୍ପଣ କରାଯିବା ସହ ବିଭିନ୍ନ ଶୃଙ୍ଗାର କରାଯାଇଥିଲା ।

7. ନାଲି ଶାଢୀ ପିନ୍ଧି ସୋ’ରୁମରେ ସାନିଟାଇଜର ଦେଲା ରୋବଟ, ଭିଡିଓ ଭାଇରାଲ

ତାମିଲନାଡୁର ଏକ ଶାଢୀ ଶୋ’ରୁମରେ ନାଲି ଶାଢୀରେ ବୁଲୁଛି ରୋବଟ। ଆସୁଥିବା ଗ୍ରାହକମାନଙ୍କ ପାଖକୁ ଯାଇ ସେମାନଙ୍କୁ ସାନିଟାଇଜର ଦେଉଛି। ତେବେ ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେବା ସହ ସୋସିଆଲ ମିଡିଆରେ ଛାଇଯାଇଛି।

8. କୁଳଭୂଷଣ ଯାଦବ ମାମଲା: ପାକିସ୍ତାନ ସଂସଦରେ ଅଧ୍ୟାଦେଶ ଜାରୀ କଲେ ଇମ୍ରାନ ସରକାର

କୁଳଭୂଷଣ ଯାଦବ ମାମଲାରେ ଅନ୍ତରାଷ୍ଟ୍ରୀୟ ଅଦାଲତର ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ଅଧ୍ୟାଦେଶ ଆଣିଛି ପାକିସ୍ତାନ । ଏହି ମାମଲାରେ ପାକିସ୍ତାନ ସଂସଦରେ ଅଧ୍ୟାଦେଶ ଜାରୀ କରିଛନ୍ତି ଇମ୍ରାନ ସରକାର । ଅଧିକ ପଢନ୍ତୁ...

9. 2020 ପ୍ରଥମାର୍ଦ୍ଧରେ କମିଛି ଆଫଗାନୀ ନାଗରିକଙ୍କ ମୃତ୍ୟୁ ହାର: ୟୁଏନ

ନାଗରିକଙ୍କ ପାଇଁ ବିଶ୍ବରେ ସବୁଠାରୁ ଭୟଙ୍କର ସ୍ଥାନ ଭାବେ ଆଫଗାନିସ୍ତାନର ନାମ ସର୍ବାଗ୍ରେ ଆସେ । ଏଠାରେ ଲାଗି ରହିଥିବା ୟୁଦ୍ଧ ପରିସ୍ଥିତି ପାଇଁ ପ୍ରତିବର୍ଷ ହଜାର ହଜାର ନାଗରିକ ବିନା ଦୋଷରେ ଆଖି ବୁଜନ୍ତି । ତେବେ ଚଳିତବର୍ଷ ଏହି ମୃତ୍ୟୁହାରକୁ ନଇ ଏକ ରିପୋର୍ଟ ପ୍ରସ୍ତୁତ କରିଛି ଜାତିସଂଘର ସ୍ବତନ୍ତ୍ର ମିଶନ ।

10. ହ୍ବାଟ୍ସଆପ୍‌କୁ ଟକ୍କର ଦେବ ଟେଲିଗ୍ରାମର ନୂଆ ଅପଡେଟ

ଆସିଛି ହ୍ବାଟ୍ସଆପ୍‌ର ନୂଆ ପ୍ରତିଯୋଗିତା । ଟେଲିଗ୍ରାମରେ ଲଞ୍ଚ ହୋଇଥିବା ନୂଆ ଅପଡେଟ ୟୁଜର୍ସଙ୍କୁ ହ୍ବାଟ୍ସଆପ୍‌ରୁ ବାହାରି ଟେଲିଗ୍ରାମ ଆଡକୁ ଆକର୍ଷିତ କରିବା ବୋଲି କମ୍ପାନୀ ଆଶା କରିଛି ।

ABOUT THE AUTHOR

...view details