ଓଡିଶା

odisha

ETV Bharat / bharat

TOP NEWS@9 PM: ଦେଖନ୍ତୁ, ବର୍ତ୍ତମାନର ବଡଖବର - TOP NEWS@9 PM

ନଜର ପକାନ୍ତୁ TOP NEWS@9 PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9 PM: ଦେଖନ୍ତୁ, ବର୍ତ୍ତମାନର ବଡଖବର
TOP NEWS@9 PM: ଦେଖନ୍ତୁ, ବର୍ତ୍ତମାନର ବଡଖବର

By

Published : Aug 12, 2020, 8:59 PM IST

1.କଂଗ୍ରେସ ଜାତୀୟ ପ୍ରବକ୍ତା ରାଜୀବ ତ୍ୟାଗୀଙ୍କ ନିଧନ

ଅଖିଳ ଭାରତୀୟ ଜାତୀୟ କଂଗ୍ରେସର ମୁଖପାତ୍ର ରାଜୀବ ତ୍ୟାଗୀଙ୍କ ଦେହାନ୍ତ । ହଠାତ ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଗାଜିଆବାଦ ସ୍ଥିତ ଯୋଶଦା ହସ୍ପିଟାଲରେ ଭର୍ତ୍ତୀ କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।

2.'କଣ୍ଟାକ୍ଟ ଟ୍ରେସିଂ ପରେ କମୁଛି ପଜିଟିଭ ସଂଖ୍ୟା'

ପ୍ରତିଦିନ ଆଣ୍ଟିଜେନ ଟେଷ୍ଟକୁ ବୃଦ୍ଧି କରାଯାଉଛି । ଏବେ ପ୍ରତିଦିନ 50ହଜାର ଟେଷ୍ଟ କରାଯିବ। ଆଗକୁ 1ଲକ୍ଷ ଟେଷ୍ଟ କରାଯିବାକୁ ଯୋଜନା ରହିଛି ବୋଲି ସୂଚନା ଦେଇଛନ୍ତି ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି ।

3.ମହାପ୍ରସାଦକୁ ଅସମ୍ମାନ: ପେଜନଳା ନିକଟରେ ପଡିରହିଛି ବସ୍ତା ବସ୍ତା ଖଜା, ଭକ୍ତ ଅସନ୍ତୋଷ

ଶ୍ରୀମନ୍ଦିର ଦକ୍ଷିଣ ଦ୍ବାରର ପେଜ ନଳା ନିକଟରେ ମହାପ୍ରଭୁଙ୍କ ନିକଟରେ ଭୋଗ ଲାଗିଥିବା ଖଜା, ଜଗନ୍ନାଥ ବଲ୍ଲଭ ଏବଂ ଲୁଣି ଖଜା ପଡି ରହିଛି ।

4.ବିଶ୍ବ ହସ୍ତୀ ଦିବସ: ଗ୍ରୀନ ରୁଟର ଅଭାବ କାରଣରୁ ବଢୁଛି ହାତୀ ମୃତ୍ୟୁ

ଆଜି ବିଶ୍ବ ହାତୀ ଦିବସ । ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଇଥାଏ । 2012ରୁ ଅଗଷ୍ଟ 12 ତାରିଖରୁ ଏହି ଦିବସ ପାଳନ କରାଯାଉଛି ।

5.କୋରୋନା କାଳେ ସ୍ବଳ୍ପ ଖର୍ଚ୍ଚରେ ପଞ୍ଚାୟତ ଯୋଗାଉଛି ବିଶୁଦ୍ଧ ପାଣି

ସରକାରୀ ଅର୍ଥର ହୋଇଛି ଉଚିତ ବିନିଯୋଗ । ସିଧାସଳଖ ଲୋକେ ପାଉଛନ୍ତି ପ୍ରକଳ୍ପରୁ ଲାଭ । ପଞ୍ଚାୟତରୁ ମିଳୁଛି ମିନେରାଲ ଥଣ୍ଡା ପାଣି ।

6.ନ୍ୟୁୟର୍କରୁ କୋରୋନା ଚିତ୍ର ଦେଖାଇଲେ ଓଡିଆ ଦମ୍ପତି

ଆମେରିକା ନ୍ୟୁୟର୍କର ଲଙ୍ଗ୍‌ ଆଇଲ୍ୟାଣ୍ଡରେ ରହୁଥିବା ଓଡିଆ ଦମ୍ପତି ଅରୋମିକା ପରିଡା ଓ ଅରବିନ୍ଦ ପରିଡା ସେଠାକାର କୋରୋନା ସ୍ଥିତି ଭିଡିଓ ମାଧ୍ୟମରେ ଦେଖାଇବାକୁ ପ୍ରୟାସ କରିଛନ୍ତି ଏବଂ ଓଡିଶାରେ କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ।

7.ଟାଟା ପରେ ଆଦାନୀ: ରାଜ୍ୟ ବିଦ୍ୟୁତ ଶକ୍ତିର ଭାଗ୍ୟ କେଉଁ ଆଡେ?

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଥିବା ସମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ୍‌‌ କାନୁନଗୋ ରାଜ୍ୟ ବିଦ୍ୟୁତ ଶକ୍ତିର ଭାଗ୍ୟ କେଉଁ ଆଡେ ବୋଲି ପ୍ରଶ୍ନ କରିଛନ୍ତି ।

8.ପଇସା ଅଭାବରୁ କୌଣସି କୋରୋନା‌ ରୋଗୀ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ: ମୁଖ୍ୟମନ୍ତ୍ରୀ

ଭିଡିଓ କନଫରେନ୍ସି ଜରିଆରେ କୋଭିଡ୍‌ ପରିଚାଳନା ସମ୍ପର୍କରେ ସମୀକ୍ଷା କରିବା ଅବସରରେ ଏହା ମୁଖ୍ୟମନ୍ତ୍ରୀ କହିଛନ୍ତି ।

9.ଯୁକ୍ତ ୨ ବିଜ୍ଞାନରେ ଓଡିଶାରେ ପ୍ରଥମ ସୁଦିପ ସୁଦର୍ଶନ, ଦଶମରେ ବି ହୋଇଥିଲେ ଟପ୍ପର

ଆଜି ବାହାରିଛି +2ବିଜ୍ଞାନ ରେଜଲ୍ଟ । ସାରା ରାଜ୍ୟରେ ଯୁକ୍ତ ୨ ବିଜ୍ଞାନରେ ଓଡିଶା ଟପ୍ପର ହୋଇଛନ୍ତି ଢେଙ୍କାନାଳ ଜିଲ୍ଲା ଭୁବନର ସୁଦିପ ସୁଦର୍ଶନ ରଣା ।

10.ମାହାଙ୍ଗାରେ ବୃହତ୍ ପାନୀୟଜଳ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ

କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ୨୦୭କୋଟି ଟଙ୍କାରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ପ୍ରସ୍ତାବିତ ବୃହତ୍ ପାନୀୟଜଳ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି

ABOUT THE AUTHOR

...view details