ଓଡିଶା

odisha

ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର...

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS AT 9 AM
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର...

By

Published : Oct 11, 2020, 9:01 AM IST

1-କୋଭିଡ ପରିଚାଳନା ନେଇ ପ୍ରଶ୍ନ ଉଠିବା ପରେ ତତ୍ପର ସରକାର, ଗଠନ ହେବ ଅଡିଟ କମିଟି

ରାଜ୍ୟରେ ବଢୁଥିବା କୋରୋନା ସଂକ୍ରମଣ ସଂଖ୍ୟା ମଧ୍ୟରେ କୋଭିଡ ଚିକିତ୍ସାରେ ଅବହେଳାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହାକୁ ସୁଧାରିବାକୁ ନେଇ ତତ୍ପର ହୋଇଉଠିଛନ୍ତି ରାଜ୍ୟ ସରକାର ।

2-78 ବର୍ଷରେ ‘ଷ୍ଟାର ଅଫ ଦ ମିଲେନିୟମ’ ଅମିତାଭ ବଚ୍ଚନ, ଶେହେନ୍ସାଙ୍କୁ ଶୁଭେଚ୍ଛା

ବଲିଉଡ କୁହେ ଯେଉଁଠୁ ସେ ଠିଆ ହୋଇ ଯାଆନ୍ତି ସେଇଠୁଁ ହିଁ ଲାଇନ୍ ଆରମ୍ଭ ହୁଏ । ଗୋଟିଏ ନୁହେଁ କୋଟିଏ ଲୋକଙ୍କ ମୁହଁରେ ତାଙ୍କ ପାଇଁ ରହିଛି ଭିନ୍ନ ଭିନ୍ନ ନାମ । କାହା ପାଇଁ ସେ ଆଙ୍ଗ୍ରି ୟଙ୍ଗମ୍ୟାନ, ଶେହେନ୍ସା ତ ଆଉ କାହା ପାଇଁ ବିଗ ବି, ଷ୍ଟାର ଅଫ ଦ ମିଲେନିୟମ । ଆଜି ହେଉଛି ସେହି ଶତାବ୍ଦୀର ମହାନାୟକ ବିଗ୍ ବି'ଙ୍କ ଜନ୍ମଦିନ। 78 ବର୍ଷରେ ପାଦ ଥାପିଛନ୍ତି ବଲିଉଡ୍ ଶେହେନ୍ସା। ସୁପରଷ୍ଟାରଙ୍କ ଶୁଭ ତିଥିରେ ଫ୍ୟାନ୍ସଙ୍କ ପାଖରୁ ଛୁଟୁଛି ଶୁଭେଚ୍ଛାର ସୁଅ।

3-ବ୍ରହ୍ମପୁରରେ ପୁଣି ଘରକୁ ଘର ବୁଲି ହେବ ସ୍ବାସ୍ଥ୍ୟ ପରୀକ୍ଷା: କମିଶନର

ସଂକ୍ରମଣ ରୋକିବାକୁ ତତ୍ପର ବ୍ରହ୍ମପୁର ମହାନଗର ନିଗମ । ପୁଣି ଥରେ ସହରରେ ଆରମ୍ଭ ହେବ ଘରକୁ ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା ।

4-ଆଇପିଏଲ 2020: ଦୁବାଇ ଗ୍ରାଉଣ୍ଡରେ କୋହଲିଙ୍କ ଦବ୍‌ଦବା, 37ରନ୍‌ରେ ହାରିଲା ସିଏସ୍‌କେ

ଶନିବାର ଖେଳାଯାଇଥିବା ଲିଗ୍‌ର 25ତମ ମ୍ୟାଚରେ ଆରିସିବି ଠାରୁ 37ରନ୍‌ରେ ପରାସ୍ତ ହୋଇଛି ଚେନ୍ନାଇ ସୁପରକିଙ୍ଗ୍ସ । ଚଳିତ ଲିଗ୍‌ରେ ଚେନ୍ନାଇର ଏହା 5ମ ପରାଜୟ । ଅନ୍ୟପଟେ ଆରସିବିର ଅଧିନାୟକ ବିରାଟ କୋହଲିଙ୍କ ଦମଦାର ଇଂନିସ ଯୋଗୁଁ ତାଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ ମିଳିଛି ।

5-ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, 4 ଗୁରୁତର

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ଓ ପରେ ଉଭୟ ଉଭୟଙ୍କୁ ମରଣାନ୍ତକ ଆକ୍ରମଣ । ଫଳରେ ଉଭୟ ପକ୍ଷରୁ 7 ଜଣ ଆହତ ହୋଇଥିବା ବେଳେ 4 ଜଣଙ୍କ ଅବସ୍ଥା ଗୁରୁତର । ଭଦ୍ରକ ଜିଲ୍ଲା ଧାମନଗର ଥାନା ଭଗବାନପୁର ପଞ୍ଚାୟତ ପଳିକିରି ଗ୍ରାମରେ ଘଟିଛି ଏପରି ଘଟଣା ।

6-ଛଅ ଦିନ ପରେ ଅନଶନ ପ୍ରତ୍ୟାହାର କଲେ ଗଞ୍ଜାମ ଦିବ୍ୟାଙ୍ଗ ମହାସଂଘ
ଦୀର୍ଘ ଛଅ ଦିନ ପରେ ଅନଶନ ପ୍ରତ୍ୟାହାର କଲେ ଗଞ୍ଜାମ ଜିଲ୍ଲା ଦିବ୍ୟାଙ୍ଗ ମହାସଂଘ । ସ୍ଥାନୀୟ ଦିବ୍ୟାଙ୍ଗ ଶିକ୍ଷାକେନ୍ଦ୍ରର ସମର୍ଥ ଆବାସିକ ବିଦ୍ୟାଳୟକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯିବା ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ଅନଶନ ଜାରି ରହିଥିଲା ।

7-କୋରୋନାରେ ଆଖି ବୁଜିଲେ ନୂଆପଡାର କୋଭିଡ ଯୋଦ୍ଧା

କୋରୋନାରେ ପ୍ରାଣ ହରାଇଲେ ଆଉ ଜଣେ କୋରୋନା ଯୋଦ୍ଧା ପୋଲିସ କର୍ମଚାରୀ । କୋଭିଡ ଯୋଦ୍ଧା ଜଣକ ନୂଆପଡା ଜିଲ୍ଲା ସଦର ଥାନାରେ କାର୍ଯ୍ୟରତ କନେଷ୍ଟବଳ ବୋଲି ଜଣାପଡିଛି ।

8-ଦିଲ୍ଲୀରେ ବୃଦ୍ଧି ପାଉଛି ପ୍ରଦୂଷଣ, 197 ରହିଛି AQI ସ୍ତର

କୋରୋନା ପାଇଁ ଜାରି ଲକଡାଉନ ସମୟରେ ପରିବେଶ ସମ୍ପୂର୍ଣ୍ଣ ଭାବେ ସ୍ବଚ୍ଛ ହୋଇଯାଇଥିଲା । ହେଲେ ପୁଣି ଏବେ କିଛି ଦିନ ହେବ ରାଜଧାନୀ ପ୍ରଦୂଷଣ ଭିତରେ ବୁଡି ରହୁଛି ।

9-ମଣିପୁରରେ 5.3 ତୀବ୍ରତାର ଭୂମିକମ୍ପ

ମଣିପୁରର ତାମେଙ୍ଗଲଙ୍ଗରେ ଭୂମିକମ୍ପର ଝଟକା । ଭୂମିକମ୍ପର ତୀବ୍ରତା 5.3 ରହିଥିବା ଜାତୀୟ ସେସମୋଲୋଜୀ ବିଭାଗ ପକ୍ଷରୁ ସୂଚନା ।

10-120 କୋଟି ଟଙ୍କା ବ୍ୟୟରେ ରକେଟ ଲଞ୍ଚ କରିବ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର

2020 ଶେଷ ସୁଦ୍ଧା ଆଉ ଏକ ରକେଟ ଲଞ୍ଚ କରିବ ଭାରତ ମହାକାଶ ଗବେଷଣା କେନ୍ଦ୍ର। ମାତ୍ର 120 କୋଟି ଟଙ୍କା ବ୍ୟୟରେ ଏହି ରକେଟ ତିଆରି କରିବାକୁ ଯୋଜନା କରାଯାଇଛି । ଏନେଇ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ABOUT THE AUTHOR

...view details