ଓଡିଶା

odisha

ETV Bharat / bharat

TOP NEWS@ 9 AM,ଦେଖନ୍ତୁ ବର୍ତ୍ତମାନର ବଡଖବର... - TOP NEWS@ 9 AM

TOP NEWS@ 9 AM,ଦେଖନ୍ତୁ ବର୍ତ୍ତମାନର ବଡଖବର...

TOP NEWS@ 9 AM
TOP NEWS@ 9 AM

By

Published : Aug 16, 2020, 9:01 AM IST

1.ବାଜପେୟୀଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ, ଆଜି ବି ଅଜାତଶତ୍ରୁଙ୍କୁ ଝୁରୁଛି ଦେଶ

ଦେଶର ଦଶମ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଆଜି ଏହି ଅଜାତ ଶତ୍ରୁଙ୍କ ଆଜି ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ । ପଢନ୍ତୁ ଅଟଳଙ୍କ ଜୀବନ କାହାଣୀ ।

2.ବାଜପେୟୀଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ; ଶ୍ରଦ୍ଧାଞ୍ଜଳୀ ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଜଣେ ଜନନେତା, ବକ୍ତା, ପ୍ରସିଦ୍ଧ ହିନ୍ଦୀ କବି ଓ ଦୃଢ ଇଚ୍ଛାଶକ୍ତିର ଅନ୍ୟନାମ ଅଟଳ ବିହାରୀ ବାଜପେୟୀ । ଆଜି ରାଜନୀତିର ଭୀଷ୍ମ ପିତାମହଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ। ଆଜିର ଦିନରେ ରାଷ୍ଟ୍ରପତି, ଉପରାଷ୍ଚ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି।

3.ବାଜପେୟୀଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ; ଶ୍ରଦ୍ଧାଞ୍ଜଳି ଜଣାଇଲେ ଉପରାଷ୍ଟ୍ରପତି
ଜଣେ ଜନନେତା, ବକ୍ତା, ପ୍ରସିଦ୍ଧ ହିନ୍ଦୀ କବି ଓ ଦୃଢ ଇଚ୍ଛାଶକ୍ତିର ଅନ୍ୟନାମ ଅଟଳ ବିହାରୀ ବାଜପେୟୀ। ଆଜି ରାଜନୀତିର ଭୀଷ୍ମ ପିତାମହଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ।ଆଜିର ଦିନରେ ଉପରାଷ୍ଟ୍ରପତି ନାଇଡୁ ଟ୍ବିଟ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

4.ଧୋନିଙ୍କ ଅବସରରେ ନବୀନଙ୍କ ଆବେଗପୂର୍ଣ୍ଣ ବାର୍ତ୍ତା

ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ କହିଛନ୍ତି କ୍ରିକେଟର ମହେନ୍ଦ୍ର ସିଂ ଧୋନି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ ଯୋଗେ ଧୋନିଙ୍କୁ ଧନ୍ୟବାଦ ଜଣାଇବା ସହ ଅଜସ୍ର ପ୍ରଶଂସା କରିଛନ୍ତି ।

5.ଅନ୍ତର୍ଜାତୀୟ କ୍ରିକେଟରୁ ମାହିଙ୍କ ସନ୍ୟାସ ପରେ ପତ୍ନୀଙ୍କ ଭାବବିହ୍ବଳ ପୋଷ୍ଟ

ଆନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି । ତାଙ୍କର ଏହି ଅବସର ଘୋଷଣା ପରେ ତାଙ୍କ ଧର୍ମପତ୍ନୀ ସାକ୍ଷୀ ମାହିଙ୍କ ପାଇଁ ଏକ ଭାବୁକ ପୋଷ୍ଟ କରି ଧନ୍ୟବାଦ ଜଣାଇଛନ୍ତି ।

6.ବାଣ ବିସ୍ଫୋରଣରେ ଉଡ଼ିଗଲା ଘରର ଛାତ

କଣ୍ଟାବାଡ ଗ୍ରାମର ପ୍ରସନ୍ନ ମହାପାତ୍ରଙ୍କ ଘରେ ବାଣ ବିସ୍ଫୋରଣ ହୋଇ ତାଙ୍କ ଘରକୁ କ୍ଷତି ପହଞ୍ଚିଛି । ବିସ୍ପୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଘର ଛାତ ସଂପୂର୍ଣ୍ଣ ଭାବେ ଉଡ଼ିଯିବା ସହ ପାଇଖାନା ଘର ମଧ୍ୟ ଭାଙ୍ଗି ଯାଇଛି ।

7.ଥୁଆମୂଳ ରାମପୁରକୁ ଛୁଇଁଲା କୋରୋନା

କଳାହାଣ୍ଡି ଜିଲ୍ଲାରେ ଶନିବାର 33 କୋରୋନା ଚିହ୍ନଟ ହୋଇଛି । ଲାଞ୍ଜିଗଡରେ ସଂକ୍ରମଣ ବଢୁଥିବାବେଳେ ପ୍ରଥମ ଥର ଥୁଆମୂଳ ରାମପୁର ଅଞ୍ଚଳରୁ 4 କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

8.ସ୍ବାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କଲେ ନକ୍ସଲ ନେତା

ପଶ୍ଚିମବଙ୍ଗ ମେଦିନପୁର ଜିଲ୍ଲାର ଏହି ନକ୍ସଲ ଜଣକ ଗତ କିଛି ଦିନ ହେବ ମୁଖ୍ୟସ୍ରୋତକୁ ଫେରିଛି । ହିଂସାର ମାର୍ଗରୁ ଦୂରେଇ ରହିବା ପରେ ଶନିବାର ସ୍ବାଧୀନତା ଦିବସ ପାଳନ କରିଛନ୍ତି । ଅଧିକ ପଢନ୍ତୁ...

9.‘ଭୋକାଲ ଫର ଲୋକାଲ’ ହେବାକୁ ନିବେଦନ କଲେ ଶାହ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଭୋକାଲ ଫର ଲୋକାଲ’ର ଦୃଷ୍ଟିକୁ ଦୋହରାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଲୋକମାନେ ବର୍ତ୍ତମାନ ଏହାକୁ ନିଜ ଜୀବନର ମନ୍ତ୍ର କରିବାକୁ ହେବ । ଯାହା ଦ୍ବାରା ମେକ ଇନ ଇଣ୍ଡିଆ ହେବା ସହ ମେକ ଫର୍ ୱାର୍ଲ୍ଡ ଆଡକୁ ଅଗ୍ରଗତି ହୋଇପାରିବ ବୋଲି ଗୃହମନ୍ତ୍ରୀ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

10.ଲୋକଙ୍କୁ ସଂକ୍ରମିତ କରିବାକୁ ଆମେରିକା ପ୍ରସ୍ତୁତ କରୁଛି ନୂଆ କୋରୋନା ଭୂତାଣୁ

ଲୋକଙ୍କୁ ସଂକ୍ରମିତ କରିବା ପାଇଁ ନୂଆ କୋରୋନା ଭୂତାଣୁ ପ୍ରସ୍ତୁତ କରୁଛି ଆମେରିକା । ଟିକା ପରୀକ୍ଷା ପାଇଁ ବର୍ତ୍ତମାନ ଆମେରିକା ଏକ ନୂଆ କୋରୋନା ଭାଇରସ୍ ପ୍ରସ୍ତୁତ କରୁଛି । ଅଧିକ ପଢନ୍ତୁ...

For All Latest Updates

ABOUT THE AUTHOR

...view details