ଓଡିଶା

odisha

ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ବପୁର୍ଣ୍ଣ ଖବର..

TOP NEWS @7PM
TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Dec 30, 2020, 7:07 PM IST

1-ଦୁର୍ନୀତି ଓ ଅପାରଗତା ପାଇଁ 6 ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଦୁର୍ନୀତି ଓ ଅପାରଗତା ଯୋଗୁଁ ରାଜ୍ୟ ସରକାର ଆଜି ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ଇଞ୍ଜିନିୟର ଥିବାବେଳେ ୨ ଜଣ ଅବକାରୀ ବିଭାଗର ଅଧିକାରୀ ଅଟନ୍ତି ।

2- ଭିସି ଯୋଗେ 6ଟି ଥାନା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ 6ଟି ଥାନା ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

3-ଜିଏସଟି ଅଫିସରେ ସିବିଆଇ ରେଡ, ଖୋଜୁଛି ଲାଞ୍ଚୁଆ ଅଫିସରଙ୍କ ଲିଙ୍କ୍

ମଙ୍ଗଳବାର ଲାଞ୍ଚ ନେବାବେଳେ 3 ଜିଏସଟି ଅଧିକାରୀଙ୍କୁ ଗିରଫ ପରେ ଏହାର ଚେର କେତେବାଟ ଲମ୍ବିଛି ତାହା ଛାନଭିନ ଆରମ୍ଭ କରଛି ସିବିଆଇ । ବାଣୀବିହାରସ୍ଥିତ ଜିଏସଟି କାର୍ଯ୍ୟାଳୟରେ ଚାଲିଛି ଛାନଭିନ୍ ।

4-କେନ୍ଦ୍ର କ୍ୟାବିନେଟ ବୈଠକ, ଉଦ୍ୟୋଗିକ କ୍ଷେତ୍ରରେ ବିକାଶକୁ ଗୁରୁତ୍ବ

କେନ୍ଦ୍ର ସରକାରଙ୍କ ଆଜି ଏକ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଦେଶରେ ଉଦ୍ୟୋଗିକ ବିକାଶକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବିଶେଷ କରି କୃଷ୍ଣାପଟ୍ଟନମ ଉଦ୍ୟୋଗିକ କ୍ଷେତ୍ରରେ ବିକାଶ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି।

5-ବିଜେପିରେ ମିଶିଲେ କପିଲ ଗୁଜ୍ଜର, ଶାହିନବାଗ ଆନ୍ଦୋଳନ ସ୍ଥଳରେ କରିଥିଲେ ଫାୟାରିଂ

ସିଏଏକୁ ବିରୋଧ କରି ଶାହିନବାଗର ଆନ୍ଦୋଳନ ସ୍ଥଳରେ ଗୁଳି କରି ଚର୍ଚ୍ଚାରେ ଥିବା କପିଲ ଗୁଜ୍ଜର ବିଜେପିରେ ସାମିଲ ହୋଇଛନ୍ତି । ଦେଶ ପାଇଁ କିଛି କରିବା ପାଇଁ ଚାହୁଁଛି । ଏହା କେବଳ ବିଜେପି ଦ୍ବାରା ହିଁ ଏହା ସମ୍ଭବ ବୋଲି ଗୁଜ୍ଜର କହିଛନ୍ତି ।

6-ଚାଷୀଙ୍କ ସହ ମଧ୍ୟାହ୍ନ ଭୋଜନ କଲେ କେନ୍ଦ୍ରମନ୍ତ୍ରୀ

ନୂତନ କୃଷି ଆଇନକୁ ନେଇ ଚାଷୀ ପ୍ରତିନିଧି ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି । ବୈଠକରେ ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବା ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଚାଷୀ ପ୍ରତିନିଧି।

7-ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କ କାର ଦୁର୍ଘଟଣାଗ୍ରସ୍ତ

ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କ କାର ଦୁର୍ଘଟଣା । ଏଥିରେ ତାଙ୍କର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।

8-'କର୍ଣ୍ଣାଟକ ବିଧାନପରିଷଦ ଉପାଧ୍ୟକ୍ଷ ମୃତ୍ୟୁ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବ'

କର୍ଣ୍ଣାଟକ ବିଧାନପରିଷଦ ଉପାଧ୍ୟକ୍ଷ ମୃତ୍ୟୁ ଘଟଣା । ଏହି ଘଟଣାକୁ ନେଇ ଲୋକସଭା ବାଚସ୍ପତି ଓମ ବିର୍ଲା ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏକ ସ୍ବାଧୀନ ଓ ନିରପେକ୍ଷ ସଂସ୍ଥା ଦ୍ବାରା ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି କହିଛନ୍ତି ।

9-ନୂଆବର୍ଷ ସେଲିବ୍ରେଶନ ପାଇଁ ମାଳଦ୍ବୀପ ଗଲେ ସିଦ୍ଧାର୍ଥ-କିଆରା

ନୂଆ ବର୍ଷକୁ ନେଇ ବଲିଉଡ ତାରକାଙ୍କ ମଧ୍ୟରେ ବହୁ କ୍ରେଜ ଦେଖିବାକୁ ମିଳିଛି । ଏହି ଅବସରରେ ବୁଧବାର ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କୁ ଏୟାରପୋର୍ଟରେ ଏକାଠି ଦେଖିବାକୁ ମିଳିଥିଲା । ଦୁହେଁ ମାଳଦ୍ବୀପ ଛୁଟିରେ ଯାଉଛନ୍ତି ।

10-ଫୁଲେଇ ସନା: ଗଭାରେ ଲଗାଇଲେ ମଲ୍ଲୀ-ଗୋଲାପ ଗଜରା

ନିକଟରେ ସନା ସୋସିଆଲ ମିଡିଆରେ ତାଙ୍କର କିଛି ନୂଆ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଫୁଲରେ ନିର୍ମିତ ଏକ ହାରକୁ ନିଜ ଗଭାରେ ସଜ୍ଜିତ କରିଥିବାର ଦେଖିବାକୁ ମିଳିଛି ।

ABOUT THE AUTHOR

...view details