ଓଡିଶା

odisha

ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - news of the day

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ବପୁର୍ଣ୍ଣ ଖବର...

TOP NEWS @7PM
TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Dec 13, 2020, 7:00 PM IST

1-ଶ୍ରୀମନ୍ଦିର ପ୍ରବେଶ ଗାଇଡଲାଇନକୁ ଭକ୍ତଙ୍କ ବିରୋଧ

ପୁରୀ ଶ୍ରୀମନ୍ଦିର ପ୍ରବେଶ ଗାଇଡଲାଇନକୁ ଭକ୍ତଙ୍କ ବିରୋଧ । ସଂଶୋଧନ କରିବାକୁ ସରକାରଙ୍କୁ ନିବେଦନ କଲେ ଭକ୍ତ ।

2-ପରୀ ମୃୃତ୍ୟୁ ମାମଲା: ବିଜେପି ଗଣଧାରଣାରେ ସାମିଲ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

ନୟାଗଡ଼ ଜିଲ୍ଲାର ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାକୁ ନେଇ ବିଜେପି ପକ୍ଷରୁ ଗଣଧାରଣା ଦିଆଯାଇଛି। ଆଜି(ରବିବାର) ଆନ୍ଦୋଳନରେ ଯୋଗ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ବିଜେପି ସାଂସଦ ଜୁଏଲ ଓରାମ ।

3-କୋରୋନାରେ ଆକ୍ରାନ୍ତ ନଡ୍ଡା, ଟ୍ବିଟ କରି ଦେଲେ ସୂଚନା

କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

4-ଚାଷୀ ଆନ୍ଦୋଳନ ସମର୍ଥନରେ ସୋମବାର କେଜ୍ରିୱାଲଙ୍କ ଉପବାସ

ଚାଷୀ ଆନ୍ଦୋଳନକୁ ସମର୍ଥନ କରି ସୋମବାର ସମ୍ପୂର୍ଣ୍ଣ ଦିନ ଉପବାସ ରଖିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେବଳ ନିଜେ ନୁହେଁ ଅନ୍ୟମାନଙ୍କୁ ମଧ୍ୟ ଉପବାସ ରଖିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ

5-ପୁଞ୍ଚରେ ଗୁଳି ବିନିମୟ, ଫସି ରହିଛନ୍ତି 3 ଆତଙ୍କବାଦୀ

ରବିବାର ସୁରକ୍ଷାବାହିନୀ ଓ ଆତବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି ।

6-ନକ୍ସଲ ହେବାର ଆଶା ବାନ୍ଧିଥିଲେ ବିଶାଖାପାଟଣା ଡିଆଇଜି

ଶନିବାର ଆନ୍ଧ୍ରପ୍ରଦେଶ ବିଜୟଙ୍ଗରମ ଜିଲ୍ଲା ମଙ୍ଗଲାପାଲେମ ଠାରେ ଏକ ସ୍ବେଚ୍ଛାସେବୀ ସଂଘ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ବିଶାଖାପାଟଣା ଡିଆଇଜି ଯୋଗ ଦେଇ ପ୍ରଥମେ ନକ୍ସଲ ହେବାକୁ ଆଶା ବାନ୍ଧିଥିଲେ ବୋଲି କହିଛନ୍ତି ।

7-3 IPS ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନ ଡାକରାକୁ ପଶ୍ଚିମବଙ୍ଗ ସରକାରଙ୍କ ପ୍ରତ୍ୟାଖାନ

କେନ୍ଦ୍ର ଗୃହମନ୍ତ୍ରଣାଳର ନିର୍ଦ୍ଦେଶକୁ ପଶ୍ଚିମବଙ୍ଗ ମମତା ସରକାରଙ୍କ ପ୍ରତ୍ୟାଖାନ । କେନ୍ଦ୍ରୀୟ ଡେପୁଟେସନରେ ଯିବେନି ଅଧିକାରୀ ।

8-KBC ହଟସିଟରେ ଓଡ଼ିଆ ବୋହୂ, ବାଣ୍ଟିଲେ ଅନୁଭୂତି

ଲୋକପ୍ରିୟ ଟେଲିଭିଜନ ସୋ କୌନ ବନେଗା କରୋଡ଼ପତି(KBC) ହଟ ସିଟରେ ଓଡ଼ିଆ ମହିଳାଙ୍କ ଚମକ । ବିଗ୍‌ ବିଙ୍କ ସମ୍ମୁଖରେ ବସି ତାଙ୍କର ପ୍ରଶ୍ନର ଉତ୍ତର ଦେବା ରୋମାଞ୍ଚକର ଅନୁଭବ ଥିଲା ବୋଲି କହିଛନ୍ତି ସେ ।

9-ଅଷ୍ଟ୍ରେଲିଆ ବନାମ ଭାରତ ପ୍ରଥମ ଟେଷ୍ଟ: ସେନ୍ ୱାର୍ଣ୍ଣେଙ୍କ ଚୂଡାନ୍ତ ଏକାଦଶ

ପୂର୍ବତନ କିମ୍ବଦନ୍ତୀ ଅଷ୍ଟ୍ରେଲିଆ ସ୍ପିନର ସେନ ୱାର୍ଣ୍ଣେ ଶନିବାର ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଏକାଦଶ ଚୟନ କରିଛନ୍ତି ।

10-ଚେସ ଚମ୍ପିଆନ ବିଶ୍ବନାଥନ ଆନନ୍ଦଙ୍କ କାହାଣୀ ଦେଖିବ ଦୁନିଆ

ପାଞ୍ଚ ଥର ଚେସରେ ବିଶ୍ୱ ଚାମ୍ପିଅନ୍ ରହିଥିବା ବିଶ୍ୱନାଥ ଆନନ୍ଦଙ୍କ ଜୀବନ ଉପରେ ଏକ ବାୟୋପିକ୍ ନିର୍ମିତ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ପ୍ରସିଦ୍ଧ ନିର୍ଦ୍ଦେଶକ ଆନନ୍ଦ ଏଲ୍ ରାୟ । ନିର୍ମାତାମାନେ ଏପର୍ଯ୍ୟନ୍ତ ଫିଲ୍ମର ଷ୍ଟାର କାଷ୍ଟ ଏବଂ ଟାଇଟେଲ୍ ପ୍ରକାଶ କରିନାହାଁନ୍ତି ।

ABOUT THE AUTHOR

...view details