ଓଡିଶା

odisha

ETV Bharat / bharat

TOP NEWS@7PM ଦେଖନ୍ତୁ ବର୍ତ୍ତମାନର ବଡଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS@7PM ଦେଖନ୍ତୁ ବର୍ତ୍ତମାନର ବଡଖବର

By

Published : Dec 3, 2020, 7:14 PM IST

1.ସାଂସଦ ଅପରାଜିତାଙ୍କୁ ନୂଆ ଦାୟିତ୍ବ

ଅପରାଜିତାଙ୍କୁ ନୂଆ ଦାୟିତ୍ବ । ଓଡିଶା, ଆଣ୍ଡାମାନ-ନିକୋବର ଏବଂ ପୁଡୁଚେରୀର ମିଡିଆ ପ୍ରଭାରୀ ଭାବେ କେନ୍ଦ୍ର ବିଜେପି ଦ୍ବାରା ଅପରାଜିତାଙ୍କୁ ନିଯୁକ୍ତି ପ୍ରଦାନ ।

2. ଜାନୁଆରୀ ପ୍ରଥମ ସପ୍ତାହରେ ଭାରତରେ କୋରୋନା ଟୀକାକରଣ !

ନୂଆ ବର୍ଷର ପ୍ରଥମ ମାସ ଆରମ୍ଭରେ କୋରୋନା ଟୀକାର ଜରୁରୀକାଳୀନ ଟୀକାକରଣକୁ ମିଳିପାରେ ଅନୁମତି । ଏନେଇ ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିୟା ।

3. ‘ପରୀ’ ହତ୍ୟା ମାମଲା; ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ

'ପରୀ ହତ୍ୟା' ମାମଲାରେ ରାଜ୍ୟ ସରକାରଙ୍କ ଏସଆଇଟି ତଦନ୍ତକାରୀ ସଂସ୍ଥା ଉପରେ ଭରସା ନଥିବାରୁ ବାଲେଶ୍ଵର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ।

4. କୋରୋନାରେ ଆଖି ବୁଜିଲେ ଆଉ 5, ଗଞ୍ଜାମରେ ସର୍ବାଧିକ

ଆଜି 5ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଗଞ୍ଜାମରୁ ସର୍ବାଧିକ 3ଜଣଙ୍କ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା 1755ରେ ପହଞ୍ଚିଛି ।

5. ନୀଳଗିରି ନାବାଳିକା ହତ୍ୟା ଘଟଣା, ଅନୁଧ୍ୟାନ ପାଇଁ ପିସିସି ଗଠନ କଲା କମିଟି

ନୀଳଗିରି ଥାନା ସ୍ଥିତ ଇଟାଭାଟିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ୧୨ ବର୍ଷର ନାବାଳିକା ହତ୍ୟା ଘଟଣା ସମ୍ପର୍କରେ ତଥ୍ୟ ଅନୁଧ୍ୟାନ କରିବାକୁ ଗଠନ ହେଲା ତଥ୍ୟ ଅନୁଧ୍ୟାନ କମିଟି ।

6. ସ୍ବାଭିମାନୀ ଚାଷୀ: ସରକାରଙ୍କ ଖାଦ୍ୟ ଗ୍ରହଣ କଲେନି, ସିଂଘୁ ସୀମାରୁ ଆସିଲା ରାଜମା-ଭାତ

ସରକାରଙ୍କ ପକ୍ଷରୁ ପରସା ଯାଇଥିବା ମଧ୍ୟାହ୍ନ ଭୋଜନଙ୍କୁ ଚାଷୀମାନେ ଗ୍ରହଣ କରିବାକୁ ମନା କରିଦେଇଥିଲେ । ତେବେ ସାଙ୍ଗରେ ଆଣିଥିବା ରନ୍ଧା ଖାଦ୍ୟ ଖାଇଛନ୍ତି ଚାଷୀ ।

7. ନୂଆ ପ୍ରୟାସ; ସ୍ବଚ୍ଛ ହେବ ସମ୍ବଲପୁର, ହାତ ମିଳାଇଲେ ପ୍ରଶାସନ-ଜନତା

ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ଅଭିନବ ପ୍ରୟାସ । ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିନବ ପ୍ରୟାସରେ ପ୍ରତ୍ୟେକ ବର୍ଗର ଲୋକ ପ୍ରତ୍ୟେକ ଦିନ ସକାଳ ସମୟରେ ସାମିଲ ହେଉଛନ୍ତି ।

8. ତୀବ୍ର ସୁଧାର; V ଆକାରରେ ନେଲା ଭାରତୀୟ ଅର୍ଥବ୍ୟବସ୍ଥା

‘ଭି ଆକାର’ରେ ଭାରତୀୟ ଅର୍ଥବ୍ୟବସ୍ଥା । ଅର୍ଥାତ ଦେଶର ଅର୍ଥନୀତି ତୀବ୍ର ବେଗରେ ହେଉଛି ରିକୋଭରି ।

9. ବିଶ୍ବ କମ୍ପ୍ୟୁଟର ସାକ୍ଷରତା ଦିବସ: ଫୋକସରେ ପଛୁଆ ସମ୍ପ୍ରଦାୟର ଡିଜିଟାଲ୍ ଏଣ୍ଟ୍ରି

ପ୍ରତିବର୍ଷ ଡିସେମ୍ବର 2 ତାରିଖରେ ବିଶ୍ବ କମ୍ପ୍ୟୁଟର ସାକ୍ଷରତା ଦିବସ ପାଳନ ହେଉଛି । ଏବେ ମଧ୍ୟ ବିଶ୍ବର ଅନେକ ଲୋକଙ୍କ ନିକଟରେ ପ୍ରଯୁକ୍ତିବିଦ୍ୟା ପହଞ୍ଚି ପାରିନାହିଁ । ତେବେ ଡିଜିଟାଲ ଅପହଞ୍ଚ ଲୋକମାନଙ୍କୁ ଡିଜିଟାଲ ପ୍ରବେଶ କରିବା ସହିତ କମ୍ପ୍ୟୁଟର କ୍ଷେତ୍ରରେ ଲୋକମାନଙ୍କୁ ସାକ୍ଷର କରିବା ପାଇଁ ଏହି ଦିବସ ପାଳନ କରାଯାଉଛି ।

10. ନୂଆବର୍ଷରେ ନିଜର ପାର୍ଟି ଲଞ୍ଚ କରିବେ ରଜନୀକାନ୍ତ

ଡିସେମ୍ବର 31ରେ ନିଜର ରାଜନୈତିକ ଦଳ ଘୋଷଣା କରିବା ନେଇ ଟ୍ବିଟ କରି କହିଛନ୍ତି ରଜନୀ । ଏହା ପରେ 2021ରେ ସେ ନିଜର ରାଜନୈତିକ ଦଳକୁ ଲଞ୍ଚ କରିବେ ।

ABOUT THE AUTHOR

...view details