ଓଡିଶା

odisha

By

Published : Nov 26, 2020, 7:00 PM IST

ETV Bharat / bharat

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.‘ପରୀ ମୃତ୍ୟୁ ଘଟଣା ମୋତେ ବ୍ୟଥିତ କରିଛି, ସତ୍ୟ ଉନ୍ମୋଚନ ହେଉ’

ପରୀ ମୃତ୍ୟୁ ଘଟଣାରେ ବିଧାନସଭାରେ ବିବୃତି ରଖିଲେ କୃଷିମନ୍ତ୍ରୀ ଡ. ଅରୁଣ ସାହୁ । ପରୀ ମୃତ୍ୟୁ ଘଟଣା ମୋତେ ବ୍ୟଥିତ କରିଛି ବୋଲି କହିଲେ ମନ୍ତ୍ରୀ ।

2.ବୈତରଣୀ ନଦୀରେ ବ୍ରିଜ୍‌ କାମ ବିଳମ୍ବ: କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଏନଏଚ 215ରେ ବୈତରଣୀ ନଦୀ ଉପରେ ହେଉଥିବା ବ୍ରିଜ୍‌ କାମ ବିଳମ୍ବକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି ।

3.ଏଣିକି ଭୁବନେଶ୍ବର ବିମାନବନ୍ଦରରେ ହେବ ଆଣ୍ଟିଜେନ ଟେଷ୍ଟ

କୋରୋନା ସଂକ୍ରମଣକୁ ଏଡାଇବା ପାଇଁ ବିମାନବନ୍ଦରରେ ବିଏମସି ପକ୍ଷରୁ କୋଭିଡ ଚେକଅପ୍ କରାଯିବ । ଯାତ୍ରୀଙ୍କ କୋଭିଡ ଲକ୍ଷଣ ଥିଲେ ତୁରନ୍ତ ଆଣ୍ଟିଜେନ ଟେଷ୍ଟ ହେବ ।

4.ରାତି ପାହିଥିଲେ ହୋଇଥାଆନ୍ତା ବାହାଘର, ବରକୁ ଉଠାଇ ନେଲା ପୋଲିସ

ରାତି ପାହିଥିଲେ ହୋଇଥାନ୍ତା ବାହାଘର । ହେଲେ ମାତ୍ର କିଛି ଘଣ୍ଟା ପୂର୍ବରୁ ବରକୁ ଉଠାଇ ନେଲା ପୋଲିସ ।

5.ୟୁଟ୍ୟୁବ୍ ଦେଖି ଲୁଟୁଥିଲେ, 5 ଜଣଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର ପୋଲିସକୁ ମିଳିଲା ପୁଣି ଏକ ବଡ ସଫଳତା । ସହରର ବିଭିନ୍ନ ଘରୁ ଚୋରି କରିବା ଘଟଣାରେ 5 ଜଣଙ୍କୁ ଗିରଫ କରିଛି ପୋଲିସ ।

6.ମୋଦିଙ୍କୁ ଓବେସିଙ୍କ ଖୋଲା ଚ୍ୟାଲେଞ୍ଜ; ‘ହାଇଦ୍ରାବାଦରେ କ୍ୟାମ୍ପେନ କରି, ଜିତି କି ଦେଖାଅ’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦିନ ଓବେସିଙ୍କ ଚ୍ୟାଲେଞ୍ଜ । ମୋଦି ହାଇଦ୍ରାବାଦ ମ୍ୟୁନିସପାଲ୍ ନିର୍ବାଚନରେ ପ୍ରଚାର କରି ବିଜେପିକୁ ବିଜୟୀ କରି ଦେଖାନ୍ତୁ ।

7.ପଶ୍ଚିମବଙ୍ଗ ବିଜେପି ନେତା କୈଳାଶ ବିଜୟ ବର୍ଗୀୟ ଅଟକ

ପଶ୍ଚିମବଙ୍ଗ ତାରଟାଲାରେ ବିଜେପି କର୍ମୀ ଏବଂ କୋଲକାତା ପୋଲିସ ମୁହାଁମୁହିଁ । ପ୍ରାୟ 200 କର୍ମୀଙ୍କ ସହ ନେତା କୈଳାଶ ବିଜୟ ବର୍ଗୀୟ ଅଟକ।

8.ଆଜି ଭାରତ ବନ୍ଦ: ସମସ୍ତ ଜିଲ୍ଲାରେ ଶ୍ରମିକ ଧର୍ମଘଟର ପ୍ରଭାବ

ଆଜି ଭାରତ ବନ୍ଦ: ସମସ୍ତ ଜିଲ୍ଲାରେ ଶ୍ରମିକ ଧର୍ମଘଟର ପ୍ରଭାବ

9.ରିଲିଜ ହେଲା ‘ମୁମ୍ବାଇ ଡାଏରୀଜ 26/11’ର ଦମଦାର ଟିଜର

ଆସନ୍ତା ବର୍ଷ ରିଲିଜ ହେବାକୁ ଯାଉଥିବା ଆମାଜନ ପ୍ରାଇମ ଭିଡିଓର ଚର୍ଚ୍ଚିତ ସିରିଜ ‘ମୁମ୍ବାଇ ଡାଏରୀଜ 26/11’ର ଟିଜରକୁ ନେଇ ଚର୍ଚ୍ଚା । 26/11 ଆକ୍ରମଣକୁ 12 ବର୍ଷ ସ୍ମୃତିରେ ଟିଜର ଜାରି କରିଛନ୍ତି ମେକର୍ସ

10.27ରୁ ବଦଳିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଗ୍ରାହକଙ୍କ ଠିକଣା, ଟଙ୍କା ସୁରକ୍ଷିତ

ଡିବିଏସ ବ୍ୟାଙ୍କ ସହିତ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ମିଶ୍ରଣ 2020 ନଭେମ୍ବର 27ରୁ କାର୍ଯ୍ୟକାରୀ ହେବ । ଏହି ଦିନ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ସମସ୍ତ ଶାଖା ଡିବିଏସ ବ୍ୟାଙ୍କ ଇଣ୍ଡିଆ ଲିମିଟେଡ ଶାଖା ଭାବେ କାମ କରିବ । ଏଥିସହ ବ୍ୟାଙ୍କ ଗ୍ରାହକଙ୍କ ଟଙ୍କା ସୁରକ୍ଷିତ ରହିବ ।

ABOUT THE AUTHOR

...view details