ଓଡିଶା

odisha

ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 7PM

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Sep 24, 2020, 7:19 PM IST

1.ରାଜଧାନୀରେ ଆଜି 349 ଆକ୍ରାନ୍ତ, 373 ସୁସ୍ଥ

ଭୁବନେଶ୍ବରରୁ 349 ନୂଆ ଆକ୍ରାନ୍ତ ଚିହ୍ନଟ । ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 120 ଜଣ ଚିହ୍ନଟ ହୋଇଥିବାବେଳେ 229 ଟି ସ୍ଥାନୀୟ ସଂକ୍ରମଣ । ଆଜି ସୁସ୍ଥ ସଂଖ୍ୟା 373 ରହିଛି ।

2.ଶ୍ରୀମନ୍ଦିର ଐତିହ୍ୟ କରିଡରରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ

ପୁଣି ଆରମ୍ଭ ହୋଇଛି ଶ୍ରୀମନ୍ଦିର ଐତିହ୍ୟ କରିଡରରେ ଉଚ୍ଛେଦ କାର୍ଯ୍ୟ । ଗୁରୁବାର ଶ୍ରୀମନ୍ଦିର ପଶ୍ଚିମଦ୍ୱାରରେ ଥିବା ନେପାଳ ଭବନର ବଳକା ଅଂଶ 2ଟି ଜେସିବି ସାହାଯ୍ୟରେ ଉଚ୍ଛେଦ କରାଯାଉଛି ।

3.ଚାଷୀଙ୍କୁ ଘାରିଛି ଫସଲ ଚିନ୍ତା, ପତ୍ରପୋଡା ରୋଗ କବଳରେ ଧାନ

ବନ୍ୟା ଓ ସାରର ଅସୁବିଧା ପରେ ଏବେ ଚାଷୀଙ୍କୁ ପତ୍ରପୋଡା ରୋଗର ଚିନ୍ତା ଘାରିଛି । ପ୍ରଥମେ ବନ୍ୟା ଓ ଏହାପରେ ସାରର କଳାବଜାର । ଆଉ ଏବେ ଧାନରେ ପତ୍ରପୋଡା ରୋଗ ଚାଷୀଙ୍କୁ ଚିନ୍ତାରେ ପକାଇଛି ।

4.ବେଙ୍ଗାଲୁରୁ ହିଂସା: ଏକକାଳୀନ 12 ସ୍ଥାନରେ ଚଢାଉ କଲା NIA

ବେଙ୍ଗାଲୁରୁ ହିଂସା ଘଟଣାକୁ ନେଇ ଏକକାଳୀନ 12 ସ୍ଥାନରେ ଚଢାଉ କରିଛି ଏନଆଇଏ । ଅଗଷ୍ଟ 11ରେ ବେଙ୍ଗାଲୁରୁର ଡିଜେ ହାଲ୍ଲି ଓ କେଜେ ହାଲ୍ଲିରେ ବ୍ୟାପକ ହିଂସା ହୋଇଥିଲା ।

5.21.43 କୋଟି ଟଙ୍କା ଜୋରିମାନା ଆଦାୟ କଲା ବେଙ୍ଗାଲୁରୁ ଟ୍ରାଫିକ ପୋଲିସ

ଟ୍ରାଫିକ ଉଲ୍ଲଂଘନ ମାମଲାକୁ ଦୃଷ୍ଟିରେ ରଖି ସହରାଞ୍ଚଳ ଟ୍ରାଫିକ ପୋଲିସ ମୋଟ 48,141 ମାମଲା ରୁଜୁ କରି ସେପ୍ଟେମ୍ବର 13 ରୁ 19 ମଧ୍ୟରେ ମୋଟ 21 କୋଟି 43 ଲକ୍ଷ 80 ହଜାର ଟଙ୍କା ଜୋରିମାନା ଆଦାୟ କରିଛି ।

6.ଶ୍ରୀନଗର ଏୟାରପୋର୍ଟରେ 2 ଯୁବତୀଙ୍କ ସହ ବୁଲୁଥିଲେ ଯବାନ, ଅଟକ ରଖିଲା ପୋଲିସ

ସେନାର ଜଣେ ଯବାନଙ୍କୁ 2 ଯୁବତୀଙ୍କ ସହ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦେଖି ଅଟକ ରଖିଛନ୍ତି ପର୍ଯ୍ୟଟନ ପୋଲିସ । 12 ଦିନ ମଧ୍ୟରେ ଏହା ଦ୍ବିତୀୟ ଘଟଣା ।

7. ଭୁଲ ଦୋହରାଇବାକୁ ଡରିଲା ପାକିସ୍ତାନ, ସାର୍କ ବୈଠକରେ ନାହିଁ ବିବାଦିତ ମାନଚିତ୍ର

ସାର୍କ ଦେଶରେ ବୈଠକରେ ଭୁଲ ଦୋହରାଇବାକୁ ଡରିଲା ପାକିସ୍ତାନ । ପାକିସ୍ତାନ ନିଜର ବ୍ୟାକ୍‌ଗ୍ରାଉଣ୍ଡରେ ଲଗାଇନାହିଁ କୌଣସି ମାନଚିତ୍ର ।

8. ଅକ୍ଟୋବର 10 ସୁଦ୍ଧା ପ୍ରକାଶ ପାଇବ CBSE +2 କମ୍ପାର୍ଟମେଣ୍ଟ ପରୀକ୍ଷା ଫଳ

କମ୍ପାର୍ଟମେଣ୍ଟ ପରୀକ୍ଷା ଫଳ ଅକ୍ଟୋବର 10 ସୁଦ୍ଧା ପ୍ରକାଶ ପାଇବା ନେଇ ସୂଚନା ଦେଇଛି ସିବିଏସସି । ଅନ୍ୟପକ୍ଷେ ଏକାଡେମୀକ କ୍ୟାଲେଣ୍ଡର ଅନୁଯାୟୀ କଲେଜ ଆଡମିଶନ ଅକ୍ଟୋବର ଶେଷ ସୁଦ୍ଧା ଆରମ୍ଭ ହୋଇଯିବ ।

9.ଆଇପିଏଲ 2020: ଷଷ୍ଠ ମ୍ୟାଚରେ ପଞ୍ଜାବ-ବାଙ୍ଗାଲୋର ମୁକାବିଲା

ଆଜି ଦୁବାଇ ଷ୍ଟାଡିୟମରେ କିଙ୍ଗ୍ସ ଏକାଦଶ ପଞ୍ଜାବ-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ ମୁକାବିଲା । ଉଭୟ ଦଳର ଏହା 2ୟ ମ୍ୟାଚ । ପଞ୍ଜାବ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାବେଳେ ବାଙ୍ଗାଲୋର ବିଜୟରୁ ଯାତ୍ରା ଆରମ୍ଭ କରିଛି ।

10.ଏନସିବିର ଡାକରାରେ ଦୀପିକା ଛାନିଆ, ସୁଟିଂ ଛାଡି ମୁମ୍ବାଇ ଅଭିମୁଖେ ଯାତ୍ରା

ସୁଶାନ୍ତଙ୍କ ମୃତ୍ୟୁରେ ଡ୍ରଗ୍ସ ଯାଞ୍ଚ ମାମଲାରେ ଏନସିବି ଦ୍ବାରା ଡକାଯାଇଥିବା ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଗୁରୁବାର ଗୋଆରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି । ଦୀପିକା ଏକ ସ୍ୱତନ୍ତ୍ର ଚାର୍ଟାର୍ଡ ବିମାନରେ ମୁମ୍ବାଇ ଯାତ୍ରା କରିଛନ୍ତି ।

ABOUT THE AUTHOR

...view details