ଓଡିଶା

odisha

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - NEWS@7PM

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Aug 22, 2020, 7:04 PM IST

1.ରାଜଧାନୀରେ କୋରୋନା କଟକଣା ସହ ପାଳନ ହେଲା ଗଣେଶ ପୂଜା

ଜାରି ହୋଇଥିବା କୋରୋନା କଟକଣା ମଧ୍ୟରେ ସମଗ୍ର ଦେଶ ସହ ରାଜ୍ୟର ରାଜଧାନୀରେ ପାଳନ ହୋଇଯାଇଛି ଗଣେଶ ପୂଜା ।

2.ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗ; ଧାରଣା ଦେବା ସହ ସରକାରଙ୍କ ଉପରେ ବର୍ଷିଲେ ସମ୍ବିତ

ବଗଲା ଧର୍ମଶାଳା ବିକ୍ରି ପ୍ରସଙ୍ଗରେ ବିବାଦ ବଢିବାରେ ଲାଗିଛି । ଆଜି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ପୁରୀ ଆସି ସରକାରଙ୍କୁ ଟାର୍ଗେଟ କରିବା ସହ ଧାରଣା ଦେଇଛନ୍ତି ।

3.ଭଦ୍ରକ ସାଂସଦ କୋରୋନା ପଜିଟିଭ

କୋରୋନା କବଳରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ । ଖୋଦ୍ ସାଂସଦ ଟ୍ବିଟ କରି ସୂଚନା ଦେଇଛନ୍ତି ।

4.ବିନା ଆଡମ୍ବରରେ ନିଜ ବାସଭବନର ଗଣେଶ ପୂଜା କଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜର ସରକାରୀ ବାସଭବନରେ ବିନା ସମାରୋହରେ ଗଣେଶ ପ୍ରତିମା ପ୍ରତିଷ୍ଠା କରିଛନ୍ତି।

5.2.55 କୋଟିରେ ନିଲାମ ହେଲା ବାପୁଙ୍କ ଚଷମା

ଜାତିର ପିତା ବାପୁଙ୍କ ଲୋକପ୍ରିୟତା କେତେ ରହିଛି, ତାହା ତାଙ୍କ ଚଷମାର ନିଲାମ ଦରକୁ ଦେଖିଲେ ଆକଳନ କରାଯାଇପାରିବ । ବାପୁଙ୍କ ଚଷମା 2 କୋଟି 55 ଲକ୍ଷ ଟଙ୍କାରେ ନିଲାମ ହୋଇଛି।

6.ଦିଲ୍ଲୀରେ ସନ୍ଦିଗ୍ଧ ISIS ଆତଙ୍କବାଦୀ ଗିରଫ, ଅଯୋଧ୍ୟାରେ ହାଇ ଆଲର୍ଟ

ସନ୍ଦିଗ୍ଧ ଆଇଏସଆଇଏସ ଆତଙ୍କବାଦୀକୁ ଦିଲ୍ଲୀରେ ଗିରଫ କରାଯିବା ପରେ ଅଯୋଧ୍ୟାରେ ହାଇ ଆଲର୍ଟ ଜାରି କରାଯାଇଛି। ସମସ୍ତ ପ୍ରମୁଖ ସ୍ଥଳଗୁଡିକରେ ସୁରକ୍ଷା ବୃଦ୍ଧି କରାଯାଇଛି ।

7.ସେପ୍ଟେମ୍ବର 1ରୁ ଦେଶରେ ମିଳିବ କ୍ବାଲିଟି ଖେଳଣା

ଆମଦାନୀ ହେଉଥିବା ଖେଳଣା ସବୁର ଗୁଣବତ୍ତା ଯାଞ୍ଚ ପରେ ଦେଶକୁ ପ୍ରବେଶ କରାଯିବ । ସେପ୍ଟେମ୍ବର ପହିଲାରୁ ଏହି ନିୟମ ଲାଗୁ ହେବ ।

8.ବେଆଇନରେ ‘ଖଦି’ ବ୍ରାଣ୍ଡର ବ୍ୟବହାର କରି ଫସିଲେ 2 କମ୍ପାନୀ

ବେଆଇନ ଭାବେ '‘ଖଦି’ ବ୍ରାଣ୍ଡ ବ୍ୟବହାର ପାଇଁ 2 କମ୍ପାନୀକୁ ନୋଟିସ ପଠାଇଛି ଖଦି ଆଣ୍ଡ ଭିଲେଜ ଇଣ୍ଡଷ୍ଟ୍ରିଜ କମିଶନ (KVIC) ।

9.ଜାଣନ୍ତୁ କିପରି ହୁଏ ଜାତୀୟ କ୍ରୀଡା ପୁରସ୍କାର ଚୟନ

ଖେଳରତ୍ନ ପାଇଁ ଲାଗୁ ଥିବା ପୁରସ୍କାର ରାଶି ବାବଦକୁ 7.7 ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି । ସେହିପରି ଅର୍ଜୁନ ଓ ଦ୍ରୋଣାଚାର୍ଯ୍ୟ ଆୱାର୍ଡ ବିଜେତାଙ୍କୁ 5ଲକ୍ଷ ପୁରସ୍କାର ରାଶି ଆକାରରେ ପ୍ରଦାନ କରାଯାଉଛି ।

10.ଇନଷ୍ଟାଗ୍ରାମ ଛାଡିଲେ ସୁରଜ ପାଞ୍ଚୋଲି

ଅଭିନେତା ସୁରଜ ପାଞ୍ଚୋଲି ସୋସିଆଲ ମିଡିଆରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ସୁରଜ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଇନଷ୍ଟାଗ୍ରାମ ଛାଡିବା ବିଷୟରେ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details