ଓଡିଶା

odisha

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନ ବଡ ଖବର - ଦେଖନ୍ତୁ ବର୍ତ୍ତମାନ ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM
TOP NEWS@7PM: ଦେଖନ୍ତୁ ବର୍ତ୍ତମାନ ବଡ ଖବର

By

Published : Aug 13, 2020, 6:56 PM IST

1.‘ବ୍ରହ୍ମପୁରରେ 31 ପ୍ରତିଶତଙ୍କ ଶରୀରରେ ସୃଷ୍ଟି ହୋଇଛି ଆଣ୍ଟିବଡି’

ରାଜ୍ୟରେ ପ୍ରଥମେ ପୁରୀରେ ଆରମ୍ଭ ହୋଇଥିବା ସେରୋଲୋଜିକାଲ ସର୍ଭେ ବ୍ରହ୍ମପୁରରେ ମଧ୍ୟ କରାଯାଇଛି । ଅଗଷ୍ଟ ମାସରେ ବ୍ରହ୍ମପୁରରେ କରାଯାଇଛି ସେରୋଲୋଜିକାଲ ସର୍ଭେ ।

2.ଜିରୋ ରେଜଲ୍ଟ ପାଇଁ 15ଟି କଲେଜକୁ କାରଣ ଦର୍ଶାଅ ନୋଟିସ

ରାଜ୍ୟର 15ଟି କଲେଜରେ ଜିରୋ ରେଜଲ୍ଟ ପାଇଁ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଛି କାରଣ ଦର୍ଶାଅ ନୋଟିସ ।

3.ମେଡିକାଲ ପ୍ରେସକ୍ରିପସନ କ୍ୟାପିଟାଲ ଲେଟରରେ ଲେଖ: ହାଇକୋର୍ଟ

ପ୍ରେସକ୍ରିପସନରେ ଅସ୍ପଷ୍ଟ ଲେଖା ଅନେକ ରୋଗୀ, ଫାର୍ମାସିଷ୍ଟ, ତଥା ଭିନ୍ନ ଭିନ୍ନ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ତେଣୁ ପ୍ରେସକ୍ରିପସନ କ୍ୟାପିଟାଲ ଲେଟରରେ ଲେଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

4.କେରଳ ବିମାନବନ୍ଦରରୁ ଲକ୍ଷାଧିକ ଟଙ୍କାର ସୁନା ଜବତ, ଯାତ୍ରୀ ଅଟକ

ଗୁରୁବାର କେରଳସ୍ଥିତ କୋଚି ଓ କୋଝିକୋଢେ ବିମାନ ବନ୍ଦରରୁ ବିପୁଳ ପରିମାଣର ସୁନା ଜବତ ହୋଇଛି । ଏନେଇ ଉକ୍ତ ଯାତ୍ରୀଙ୍କୁ ଅଟକ ରଖି ପଚରା ଉଚରା କରୁଛି କଷ୍ଟମ ବିଭାଗ ।

5.ରାଜରାସ୍ତାରେ ଲିକ୍‌ ହେଲା ଏସିଡ୍ ଟ୍ୟାଙ୍କର

କ୍ଲୋରୋସଲଫୋନିକ୍ ଏସିଡ୍ ଥିବା ଏହି ଟ୍ୟାଙ୍କରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ତେବେ ଲିକ୍ ହେବାର କାରଣ ଏବେ ସୁଦ୍ଧା ଜଣା ପଡିନାହିଁ ।

6.JIPMER 2020 ପଞ୍ଜୀକରଣ ଆରମ୍ଭ, ସେପ୍ଟେମ୍ବର 1 ଆବେଦନର ଶେଷ ତାରିଖ

ଜବାହରଲାଲ ସ୍ନାତକୋତ୍ତର ଡାକ୍ତରୀ ଶିକ୍ଷା ଏବଂ ଗବେଷଣା ଅନୁଷ୍ଠାନ (JIPMER) ପକ୍ଷରୁ JIPMER 2020 ପାଇଁ ଆବେଦନ ଫର୍ମ ଜାରି କରାଯାଇଛି । ଛାତ୍ରଛାତ୍ରୀମାନେ ଅନୁଷ୍ଠାନର ନିଜସ୍ବ ୱେବ୍‌ସାଇଟ୍‌ରେ ପୂର୍ଣ୍ଣାଙ୍ଗ ଆବେଦନ ପତ୍ର ଅନ୍‌ଲାଇନ୍‌ରେ ପୂରଣ କରିପାରିବେ ।

7.ହ୍ବାଟସଆପରେ ଚେକ ଇନ ସର୍ଭିସ ଆରମ୍ଭ କଲା ସ୍ପାଇସଜେଟ

ହ୍ବାଟସଆପରେ ସ୍ପାଇସଜେଟର ଏକ ସ୍ୱୟଂଚାଳିତ ଗ୍ରାହକ ସେବା ଆରମ୍ଭ । ଏହି ସର୍ଭିସ ପାଇଁ ଆପଣଙ୍କୁ ହ୍ବାଟସଆପ ନମ୍ବର 6000000006 ରେ ଯାଇ ହାଏ "Hi" ଲେଖିବାକୁ ହେବ ।

8.ଋଷ ଉପ ପ୍ରଧାନମନ୍ତ୍ରୀ କୋରୋନା ସଂକ୍ରମିତ

ଋଷ ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁଷ୍ଟିନଙ୍କ ଗସ୍ତର ଏକ ଅଂଶ ଭାବରେ ୟୁରୀ ପୂର୍ବ ଦେଶର ଯାତ୍ରାରେ ଯିବାର ଥିଲା । ତେବେ ତାଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିବା ପରେ ଏହି ଯାତ୍ରାକୁ ସ୍ଥଗିତ ରଖାଯାଇଛି ।

9.କୋରୋନାକୁ ହରାଇଲେ କରୁଣ ନାୟର

କୋରୋନାକୁ ହରାଇଲେ ଭାରତୀୟ ବ୍ୟାଟ୍ସମ୍ୟାନ କରୁଣ ନାୟର । ରିପୋର୍ଟ ଅନୁଯାୟୀ, ପ୍ରାୟ ଦୁଇ ସପ୍ତାହ ପୂର୍ବେ ସେ ସଂକ୍ରମଣର ଶିକାର ହୋଇଥିଲେ ।

10.ସ୍ବାଧୀନତା ସଂଗ୍ରାମୀ ଆଉଟଫିଟ ପିନ୍ଧି ଦେଶଭକ୍ତି ଦେଖାଇଲେ କରୁଣ୍ୟା

କରୁଣ୍ୟା ରାମ 73 ତମ ସ୍ୱାଧୀନତା ଦିବସକୁ ଏକ ନୂତନ ଢଙ୍ଗରେ ପାଳନ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ତେଣୁ କରୁଣ୍ୟା ଏକ ସ୍ୱତନ୍ତ୍ର ପୋଷାକ ପିନ୍ଧି ସ୍ୱତନ୍ତ୍ର ଫଟୋ ସୁଟ୍ ରେ ଅଂଶଗ୍ରହଣ କରିଛନ୍ତି । ସେ ପିନ୍ଧିଥିବା କୋଟ୍ ରେ 19 ଜଣ ସାହସୀ ଯୋଦ୍ଧାଙ୍କର ଫଟୋ ଛପାଯାଇଛି ।

ABOUT THE AUTHOR

...view details