ଓଡିଶା

odisha

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର... - @7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ବର୍ତ୍ତମାନର ବଡ ଖବର...
TOP NEWS@7PM: ବର୍ତ୍ତମାନର ବଡ ଖବର...

By

Published : Aug 2, 2020, 7:04 PM IST

1.ଗୃହମନ୍ତ୍ରୀ ଅମିତ ଶାହା କୋରୋନା ପଜିଟିଭ

ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।

2.କୋରୋନା ମୁକ୍ତ ହେଲେ ଅମିତାଭ ବଚ୍ଚନ

କୋରୋନା ମୁକ୍ତ ହେଲେ ଭେଟେରାନ ଅଭିନେତା ଅମିତାଭ ବଚ୍ଚନ । ଟ୍ବିଟ୍ ଯୋଗେ ତାଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ ସୂଚନା ଦେଇଛନ୍ତି ।

3.କଟକ ଭାଇଚାରାକୁ ଭାଙ୍ଗି ପାରିବନି କୋରୋନା, ଟେଷ୍ଟକୁ ପ୍ରାଥମିକତା

କୋରୋନା କଟକର ଭାଇଚାରାକୁ ଭାଙ୍ଗି ପାରିବ ନାହିଁ । କଣ୍ଟେନମେଣ୍ଟ ଜୋନରେ ଟେଷ୍ଟ ପ୍ରାଧାନ୍ୟ ଦିଆଯିବ ବୋଲି ସିଏମସି କମିସନର କହିଛନ୍ତି ।

4.କୋଭିଡ ପରିଚାଳନାରେ ପ୍ରଶ୍ନ ଉଠାଇଲା କଂଗ୍ରେସ

ଗ୍ରାଉଣ୍ଡରେ ସରକାରୀ ଅଫିସର ମାନେ କୋରୋନା ମୁକାବିଲା ଠିକ ଭାବରେ କରୁନଥିବା ଅଭିଯୋଗ କରିଛି କଂଗ୍ରେସ। ସାମ୍ବାଦିକ ସମ୍ମିଳନୀରେ କୋଭିଡ ପରିଚାଳନା ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ।

5.ବଢୁଛି ସଂକ୍ରମଣ, ଭୁବନେଶ୍ୱରରେ ଗୋଟିଏ ଦିନରେ 118 ଆକ୍ରାନ୍ତ

ଭୁବନେଶ୍ୱରରେ କାୟା ବିସ୍ତାର କରୁଛି କୋରୋନା ମହାମାରୀ । ଭୁବନେଶ୍ୱର ରେ ବଢ଼ିବାରେ ଲାଗିଛି ପଜିଟିଭ ସଂଖ୍ୟା। ଭୁବନେଶ୍ୱରରେ 118 ଟି ପଜିଟିଭ ଚିନ୍ହଟ ହୋଇଛି।

6.କୋରୋନାକୁ ମାତ ଦେଲେ 105 ବର୍ଷୀୟା ବୃଦ୍ଧା

ଦିଲ୍ଲୀର ଡାକ୍ତରମାନେ ଆଫଗାନିସ୍ତାନର 105 ବର୍ଷିୟ ବୃଦ୍ଧା ମହିଳା ରାବିୟା ଅହମ୍ମଦଙ୍କୁ କୋରୋନାରୁ ମୁକ୍ତ କରି ତାଙ୍କ ପରିବାରକୁ ଇଦର ଇଦି ଦେଇ ଖୁସି କରିଛନ୍ତି ।

7.ରାମାୟଣର ମହତ୍ତ୍ୱ ବୁଝିବାକୁ ଦେଶବାସୀଙ୍କୁ ଅନୁରୋଧ କଲେ ଉପରାଷ୍ଟ୍ରପତି

ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ରାମାୟଣରେ ବର୍ଣ୍ଣିତ ଧର୍ମ ତଥା ଧର୍ମର ସାର୍ବଭୈମିକ ସନ୍ଦେଶକୁ ବୁଝିବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି।

8.ଡ୍ରାଗନର ନୂଆ ଚାଲ୍‌, ଲିପୁଲେଖ ନିକଟରେ ହଜାରରୁ ଅଧିକ ଯବାନ ମୁତୟନ କଲା ଚୀନ

ଚୀନ ଲିପୁଲେଖ ସୀମା ନିକଟସ୍ଥ ଚୀନ୍‌ ଇଲାକାରେ ପ୍ରାୟ ହଜାରରୁ ଅଧିକ ସୈନିକଙ୍କୁ ମୁତୟନ କରିଛି । ଚୀନର ଏହି ଚାଲ୍‌କୁ ଲକ୍ଷ୍ୟ କରି ଭାରତ ମଧ୍ୟ ସୀମାରେ ଚୀନ ସେନାଙ୍କ ବରାବର ସେନା ମୁତୟନ କରିଛି ।

9.ରାମ ମନ୍ଦିର ନିର୍ମାଣ: ହାଇଦ୍ରାବାଦ ପରେ ଗୁଜୁରାଟରୁ ଆସିଲା ରୂପା ଇଟା

ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ସମୟରେ ମୂଳଦୂଆରେ ପଥର ବଦଳରେ ଲାଗି ହେବ 50ଟି ରୂପା ଇଟା । ସେନେଇ ଦେଶରେ ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁ ମାନେ ରୂପା ଇଟାକୁ ଅଯୋଧ୍ୟା ପଠାଉଛନ୍ତି ।

10.ପୃଥିବୀ ଫେରୁଛନ୍ତି ମହାକାଶଚାରୀ, ସମୁଦ୍ରରେ କରିବେ ଅବତରଣ

ସ୍ପେସ୍ ଏକ୍ସ (Space X) ଏବଂ ନାସା(NASA)ର ଦୁଇ ମହାକାଶଚାରୀ ଆଜି ପୃଥିବୀକୁ ଫେରୁଛନ୍ତି । ମହାକାଶଚାରୀ ରବର୍ଟ ବେହଙ୍କେନ୍ ଏବଂ ଡଗଲାସ୍ ହର୍ଲି ସ୍ପେସ୍ ଷ୍ଟେସନ୍ ଛାଡି ପୃଥିବୀ ଆଡକୁ ମୁହାଁଇଛନ୍ତି ।

ABOUT THE AUTHOR

...view details