ଓଡିଶା

odisha

By

Published : Jun 2, 2020, 7:06 PM IST

ETV Bharat / bharat

TOP NEWS@7PM: ଜାଣନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଜାଣନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଜାଣନ୍ତୁ ବର୍ତ୍ତମାନର ବଡ ଖବର

1.ଭାରତରେ କୋରୋନା ମୃତ୍ୟୁହାର 2.82 ପ୍ରତିଶତ, ବିଶ୍ବରେ ସର୍ବନିମ୍ନ

ବିଶ୍ବସ୍ତରରେ କୋରୋନା ମୃତ୍ୟୁହାର 6.13 ପ୍ରତିଶତ ରହିଛି । ଯାହାକି ଭାରତରେ ଏହା 2.82 ପ୍ରତିଶତ ଅଛି..

2.ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରାରେ ଲାଗୁ ହେବ 144 ଧାରା

ସ୍ନାନଯାତ୍ରା ପୂର୍ବଦିନ ଅର୍ଥାତ 4 ତାରିଖ ରାତି 10ଟାରୁ 6 ତାରିଖ ଦିନ 2ଟା ଯାଏଁ ଶ୍ରୀମନ୍ଦିର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲାଗୁ କରାଯିବ 144 ଧାରା..

3.ଦେଶରେ ଶ୍ରେଷ୍ଠ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ

ସମଗ୍ର ଦେଶରେ ଲୋକପ୍ରିୟତାର ସର୍ବାଗ୍ରେ ରହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଇଏଏନଏସ-ସି ଭୋଟର ସର୍ଭେ ରିପୋର୍ଟ ମୁତାବକ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ନବୀନ ପ୍ରଥମରେ ରହିଛନ୍ତି..

4.ରଥଯାତ୍ରା ଅଗ୍ରଗତି ସମ୍ପର୍କରେ ଜଣାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ରାଜ୍ୟ ସରକାର କୋରୋନା ସଂକ୍ରମଣକୁ ପ୍ରତିହିତ କରି କିଭଳି ମେକାନିକାଲ ଅବା ଟେକନିକାଲ ବ୍ୟବସ୍ଥାରେ ରଥଯାତ୍ରା କରିବେ, ସେ ସମ୍ପର୍କରେ ଏକ ସପ୍ତାହ ମଧ୍ୟରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ..

5.ଦେଶରେ ନମ୍ବର ୱାନ ନେତା ମୋଦି, ଓଡ଼ିଶାବାସୀଙ୍କ ଅଧିକ ପସନ୍ଦ

ଦେଶରେ ଓଡ଼ିଶାର ଲୋକେ ସବୁଠାରୁ ଅଧିକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପସନ୍ଦ କରୁଥିବା ଆଇଏଏନଏସ-ସି ଭୋଟର ସର୍ଭେ ରିପୋର୍ଟ ପ୍ରକାଶ କରିଛି..

6.ଦିଲ୍ଲୀ ବିଜେପି ସଭାପତି ପଦରୁ ହଟିଲେ ମନୋଜ ତିୱାରୀ

କୋରୋନା ସଙ୍କଟ ମଧ୍ୟରେ ଭାରତୀୟ ଜନତା ପାର୍ଟି ଏକ ବଡ ପରିବର୍ତ୍ତନ କରିଛି। ମନୋଜ ତିୱାରୀଙ୍କୁ ଦିଲ୍ଲୀ ବିଜେପି ସଭାପତି ପଦରୁ ହଟାଇ ଦିଆଯାଇଛି..

7.ସମ୍ଭାବ୍ୟ ପଙ୍ଗପାଳ ଆଗମନକୁ ଦେଖି ସମ୍ବଲପୁର ପ୍ରଶାସନ ପ୍ରସ୍ତୁତ

ପଙ୍ଗପାଳ ଦଳର ସମ୍ବଲପୁର ଜିଲ୍ଲା ଆଗମନର ଆଶଙ୍କାରେ ସମ୍ବଲପୁର ଜିଲ୍ଲା କୃଷି ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିସାରିଛି..

8.ଆଜି ଶ୍ରୀମନ୍ଦିରରେ ରୁକ୍ମଣୀ ହରଣ ନୀତି, ଶିଶୁପାଳଙ୍କୁ ବାନ୍ଧିବେ ଶ୍ରୀଠାକୁର

ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ରୁକ୍ମଣୀ ହରଣ ନୀତି ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ନୀତି ପରେ ମହାପ୍ରଭୁଙ୍କ ବିବାହ ନୀତି ଅନୁଷ୍ଠିତ ହୋଇଥାଏ ..

9.ପଙ୍ଗପାଳ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ସୀମାବର୍ତ୍ତୀ ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ

ପଙ୍ଗପାଳ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା । ସୀମାବର୍ତ୍ତୀ 8 ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ । ଛତିଶଗଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଝାଡଖଣ୍ଡ ସୀମାନ୍ତରେ ଥିବା ଓଡିଶାର ଜିଲ୍ଲା ପାଇଁ ଆଲର୍ଟ ଜାରି କରାଯାଇଛି..

10. ରାଜ୍ୟରେ 141 ନୂଆ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା 2245କୁ ବୃଦ୍ଧି

ରାଜ୍ୟରେ ଆଉ 141 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ସଂଖ୍ୟା 2245କୁ ବୃଦ୍ଧି ପାଇଛି...

ABOUT THE AUTHOR

...view details