ଓଡିଶା

odisha

ETV Bharat / bharat

TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡଖବର... - TOP NEWS @5PM

TOP NEWS @5PM, ଦେଖନ୍ତୁ ବର୍ତ୍ତମାନର ବଡଖବର...

TOP NEWS @5PM
TOP NEWS @5PM

By

Published : Nov 13, 2020, 4:46 PM IST

1.ସିଲଭର ସିଟିରେ ଫିକା ପଡିଲା ଧନତେରାସ

ସିଲଭର ସିଟିରେ ଫିକା ପଡିଲା ଧନତେରାସ । ସୁନା ବ୍ୟବସାୟୀଙ୍କ ଯୋଜନାରେ ପାଣି ପୁରାଇ ଦେଲା କୋରୋନା ।

2.ଜଗା କାଳିଆ ଚିକିତ୍ସା ଅବହେଳା ଗୁମର: ସୁସ୍ଥ ଅଛି, ଚିକିତ୍ସା ଚାଲିଛି କହିଲେ ଏସସିବି ଡାକ୍ତର

ଜଗା କାଳିଆଙ୍କ ଚିକିତ୍ସା ଅବହେଳାକୁ ନେଇ ଉଠିଲା ଗୁମର । ଯାହାର ସିଧାସଳଖ ପ୍ରତିକ୍ରିୟା ରଖିଛନ୍ତି କଟକ ଏସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ।

3.ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ପ୍ରତିଜ୍ଞା ଦିବସ ପାଳିତ

ସମ୍ବଲପୁର କଚେରି ଛକ ସ୍ଥିତ ଶହୀଦ ସ୍ତମ୍ଭ ଠାରେ ଶୁକ୍ରବାର ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ପ୍ରତିଜ୍ଞା ଦିବସ ପାଳିତ ହୋଇଯାଇଛି ।

4.ରେଳଧାରଣା କଡରୁ ଅଜଣା ଯୁବତୀର ମୃତଦେହ ଉଦ୍ଧାର

କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଅନ୍ତର୍ଗତ ମାଲଦା ଗ୍ରାମ ନିକଟ ରେଳ ଧାରଣାରୁ ଜଣେ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି ।

5.ମିକ୍ସର ମେସିନ ଧକ୍କାରେ ବୃଦ୍ଧ ମୃତ

ପୁରୀ ଜୁିଲ୍ଲା ମୋଚି ସାହି ନିକଟରେ ଏକ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି ।

6.କାନ୍ଥରେ ଖୋଦେଇ କରି ଚାଚାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଚିତ୍ରଶିଳ୍ପୀ ସମରେନ୍ଦ୍ର

ଶୁକ୍ରବାର ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ । ଶିଶୁ ଦିବସ ଭାବେ ପାଳିତ ହେଉଥିବା ନେହେରୁଙ୍କ ଜୟନ୍ତୀରେ ନେହେରୁଙ୍କ ଫଟୋ ଚିତ୍ର କାନ୍ଥରେ ଖୋଦେଇ କରି ଶ୍ରଦ୍ଧାଞ୍ଜଳି ଦେଲେ ଚିତ୍ରଶିଳ୍ପୀ ସମରେନ୍ଦ୍ର।

7.ଆଇପିଏଲ ଫାଇନାଲ ଖେଳରେ ଜୁଆ ବାଜି, ୩ ଜୁଆଡ଼ି ଗିରଫ

ଚଳିତ ବର୍ଷ ଆଇପିଏଲର ଫାଇନାଲ ଫଳାଫଳକୁ ନେଇ ବାଜି ଲଗାଇ ଜିଲ୍ଲାର ବାରିପଦା ସହରରେ ଜୁଆ ଖେଳ ଖେଳାଯାଉଥିବା ପୋଲିସକୁ ଖବର ମିଳିଥିଲା । ତେବେ ପୋଲିସ ଏହି ଘଟଣାରେ 3ଜଣ ଜୁଆଡିଙ୍କୁ ଗିରଫ କରିଛି ।

8.ଦୀପୋତ୍ସବ 2020: ରଙ୍ଗବେରଙ୍ଗ ଆଲୋକମାଳାରେ ସଜ୍ଜେଇ ହୋଇଛି ଅଯୋଧ୍ୟା ନଗରୀ

ଦୀପୋତ୍ସବ 2020 ଉପଲକ୍ଷେ ସଜ୍ଜିତ ହୋଇଛି ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟା ନଗରୀ।

9.ଆଜି ପଞ୍ଜାବ କୃଷକ ସଙ୍ଗଠନ ସହ ଆଲୋଚନା କରିବ କେନ୍ଦ୍ର

ଅକ୍ଟୋବର 14 ତାରିଖରେ କେନ୍ଦ୍ର ସହ ପଞ୍ଜାବ କୃଷକ ସଙ୍ଗଠନର ଆଲୋଚନା ନ ହୋଇପାରିବା ପରେ ପୁଣି ଶୁକ୍ରବାର କୃଷି ବିଲ ସଂପର୍କରେ କେନ୍ଦ୍ର ସହ ଆଲୋଚନା ହେବ ବୋଲି ଜଣାପଡିଛି ।

10.‘ଆଶ୍ରମ 2’ ବିବାଦ: ବବି-ପ୍ରକାଶଙ୍କ ନାଁରେ କୋର୍ଟରେ ମାମଲା

ପୁଣି ସମସ୍ୟା ଘେରରେ ନିର୍ଦ୍ଦେଶକ ପ୍ରକାଶ ଝାଙ୍କ ସିରିଜ ‘ଆଶ୍ରମ 2’ । ସିରିଜ ଅଭିନେତା ବବି ଓ ପ୍ରକାଶଙ୍କ ନାମରେ ଜୈନପୁରରେ ମକଦ୍ଦମା ହୋଇଛି ।

ABOUT THE AUTHOR

...view details