ଓଡିଶା

odisha

By

Published : Sep 13, 2020, 5:05 PM IST

ETV Bharat / bharat

TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ଆରପାରିରେ ଅଜିତ ଦାସ

ଅଭିନେତା ଅଜିତ ଦାସଙ୍କ ଦେହାନ୍ତ । ସେ କୋଭିଡରେ ଆକ୍ରାନ୍ତ ହୋଇ କିଛି ଦିନ ହେବ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

2.ଆରମ୍ଭ ହେଲା ନିଟ ପରୀକ୍ଷା, ରାଜଧାନୀର ୩୧ ସେଣ୍ଟରରେ ପରୀକ୍ଷା ଦେଉଛନ୍ତି 15 ହଜାର ପରୀକ୍ଷାର୍ଥୀ

ରାଜଧାନୀରେ ଆରମ୍ଭ ହେଲା ନିଟ ପରୀକ୍ଷା । ୩୧ ଟି ସେଣ୍ଟରରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ ।

3.3ଟି କଲରାପତରିଆ ବାଘ ଚମଡା ସହ 4 ଗିରଫ, 2 ବାଇକ ଜବତ

ନବରଙ୍ଗପୁରରେ ବାଘ ଛାଲ ଚାଲାଣବେଳେ, 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ। ଅଧିକ ପଢନ୍ତୁ...

4.ନୂତନ ଓଡିଶା ପ୍ରଭାରୀ ଚେଲ୍ଲା କୁମାରଙ୍କୁ କୋରୋନା

ଗତ ଶୁକ୍ରବାର ତାଙ୍କୁ ଓଡିଶା କଂଗ୍ରେସ ପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା ।

5.କୋରୋନା ସୁସ୍ଥଙ୍କ ପାଇଁ ଉପଯୋଗୀ ଚମନପ୍ରଶ: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

କୋରୋନା ସୁସ୍ଥ ରୋଗୀଙ୍କ ପାଇଁ ଚମନପ୍ରଶ, ହଳଦୀ ମିଶା କ୍ଷୀର, ଆୟୁଷ ମେଡିସିନ ଯେପରି ମୁଲେଥି ପାଉଡର, ଅଶ୍ବଗନ୍ଧା, ଅଁଳା ଫଳ ଆଦି ବେଶ ଉପଯୋଗୀ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପୋଷ୍ଟ କୋରୋନା ପରିଚାଳନା ପ୍ରୋଟକଲ ନୋଟରେ ଦର୍ଶାଇଛନ୍ତି ।

6.ମେନ୍ଧାରରେ 3 ଚୀନ ବନ୍ଧୁକ ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ, 2 ଗିରଫ

ରବିବାର ଏକ ଅପରେସନରେ ପୁଞ୍ଛ ଜିଲ୍ଲାର ମେନ୍ଧାରରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । 2 ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି ।

7. ପିଏମଓରେ ୩ ଯୁବ ଆଇଏଏସ ଅଧିକାରୀଙ୍କୁ ମିଳିଲା ବଡ଼ ଦାୟିତ୍ବ

ପିଏମଓରେ ୩ ଅଧିକାରୀଙ୍କୁ ମିଳିଲା ବଡ଼ ଦାୟିତ୍ବ । କ୍ୟାବିନେଟ୍ ନିଯୁକ୍ତି ସମିତି (ଏସିସି)ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ୩ ଆଇଏଏସ୍ ଅଧିକାରୀଙ୍କୁ ବଡ ପଦବୀରେ ନିଯୁକ୍ତ କରିଛନ୍ତି ।

8.‘ମୌସୁମୀ ଅଧିବେଶନରେ ଲଦାଖ ବିବାଦ ନେଇ ବିତର୍କ ହେବା ଜରୁରୀ’

ରବିବାର କଂଗ୍ରେସ ନେତା ଜୟରାମ ରମେଶ ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ।

9.କଙ୍ଗନା-ଶିବସେନା ବିବାଦ: ସଞ୍ଜୟ ରାଉତଙ୍କ ବିରୋଧରେ ବିଜେପି ଆଇଟି ସେଲର ଅଭିଯୋଗ

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଓ ଶିବସେନା ମଧ୍ୟରେ ଜାରି ରହିଥିବା ବିବାଦ ମଧ୍ୟରେ ଭାରତୀୟ ଜନତା ପାର୍ଟି ମଧ୍ୟ ସାମ୍ନାକୁ ଆସିଛି ।

10.ୟୁଏସ ଓପନ 2020 ଟାଇଟେଲ ଜିତିଲେ ନାଓମି ଓସାକା

ରବିବାର ଭିକ୍ଟୋରିଆ ଆଜରେଙ୍କାଙ୍କୁ ହରାଇ ଦ୍ବିତୀୟ ୟୁଏସ ଓପନ ସହ କ୍ୟାରିୟରର ତୃତୀୟ ଗ୍ରାଣ୍ଡସ୍ଲାମ ଟାଇଟେଲ ବିଜେତା ହୋଇଛନ୍ତି ଓସାକା ।

ABOUT THE AUTHOR

...view details