ଓଡିଶା

odisha

TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡଖବର

By

Published : Sep 5, 2020, 5:03 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡଖବର

1.ପ୍ରକାଶ ପାଇଲା +2 କଳା ପରୀକ୍ଷା ଫଳ

ପ୍ରକାଶ ପାଇଲା ଯୁକ୍ତ ଦୁଇ (+2) କଳା ପରୀକ୍ଷା ଫଳ । ଭୁବନେଶ୍ବର ସିଏଚସି କାର୍ଯ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ କଲେ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ।

2.ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ; 2024ରେ ରାମରାଜ୍ୟ ଗଢିବ ବିଜେପି !

ଭିସି ଜରିଆରେ ଚାଲିଛି ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ । ବୈଠକରେ ରାଜ୍ୟର ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ବିସ୍ତାର ଭାବେ ଆଲୋଚନା ହେଉଛି ।

3.ବର୍ଷା-ଅନୁଭବ ସମ୍ପର୍କରେ ଫାଟ, ଅଦାଲତରେ ମାମଲା !

ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ କଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ଆସନ୍ତା ସୋମବାର ହେବ ମାମଲାର ପରବର୍ତ୍ତୀ ଶୁଣାଣି ।

4.ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ, ମାମଲାରେ ପୋଲିସ କର୍ମଚାରୀ ସମ୍ପୃକ୍ତ: ଡିସିପି

ରାଜଧାନୀ ସ୍ପର୍ଶକାତର ଓ ସମ୍ବେଦନଶୀଳ ଘଟଣା । ସୁରକ୍ଷା ଆଳରେ 2 ଜଣ ପୋଲିସ କର୍ମଚାରୀ କରିଛନ୍ତି ନାବାଳିକା ଗଣଦୁଷ୍କର୍ମ । ଘଟଣାରେ ବୈଦ୍ୟୁତିକ ଗଣମାଧ୍ୟମର 2 ଜଣ ସମ୍ପୃକ୍ତ ଥିବା ଅଭିଯୋଗ ଆଣିଛନ୍ତି ପୀଡିତାଙ୍କ ମା' ।

5.ବାଲୁକା କଳାରେ ‘ଗୁରୁ ଦିବସ’ର ଶୁଭେଚ୍ଛା

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ବାଲୁକା କଳା ମାଧ୍ୟମରେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି ।

6.ଥମୁନି ଜନନୀ ଯନ୍ତ୍ରଣା: 4 କିମି ଭାରରେ ବୁହା ହେବା ପରେ ମୃତ ଶିଶୁ ଜନ୍ମ

ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ କପାତୁଟି ପଞ୍ଚାୟତର ତିଆଲୁମା ଗାଁରେ ଅଭାବନୀୟ ଘଟଣା । ଗାଁକୁ ରାସ୍ତା ନଥିବାରୁ ଆଜି ଜଣେ ଗର୍ଭବତୀଙ୍କୁ ପାହାଡିଆ ଖାଲଖମା ରାସ୍ତାରେ 4 କିିମି ଭାରାରେ ବୁହା ହୋଇ ହସ୍ପିଟାଲ ନିଆଯାଇଥିଲା ।

7.'ପୁରା ଦେଶର ନଜର ଏବେ ସେନା ଉପରେ ରହିଛି'

ଭାରତ-ଚୀନ ସୀମା ବିବାଦ ମଧ୍ୟରେ ଲଦାଖ ସେକ୍ଟର ପହଞ୍ଚିଥିଲେ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ । ଏଭଳି ପରିସ୍ଥିତିରେ ଭାରତୀୟ ସେନାକୁ ଉଭୟ ଉତ୍ସାହ ଏବଂ ଧୈର୍ଯ୍ୟର ସହ କାର୍ଯ୍ୟ କରିବାକୁ ହେବ ବୋଲି ସେ କହିଛନ୍ତି ।

8.'ସୀମାରେ ଶାନ୍ତିର ପୁନରୁଦ୍ଧାର ପାଇଁ ଆଲୋଚନା ଜାରି ରଖିବା ଆବଶ୍ୟକ'

ଏଲଏସିରେ ଶାନ୍ତିର ପୁନରୁଦ୍ଧାର ସୁନିଶ୍ଚିତ କରିବା ପାଇଁ ଭାରତ ଏବଂ ଚୀନକୁ କୂଟନୈତିକ ଏବଂ ସୈନ୍ୟ ଚ୍ୟାନେଲ ମାଧ୍ୟମରେ ଆଲୋଚନା ଜାରି ରଖିବା ଉଚିତ ବୋଲି ଚୀନକୁ ସ୍ପଷ୍ଟ ଭାବରେ କହିଛନ୍ତି ରାଜନାଥ ସିଂ ।

9.ଋଷରୁ ଇରାନ ଗସ୍ତ କଲେ ରାଜନାଥ ସିଂ

ପୂର୍ବତ୍ତୋରରେ ଚୀନ ଏବଂ ପଶ୍ଚିମ ସୀମାରେ ପାକିସ୍ତାନ ପକ୍ଷରୁ କରାଯାଉଥିବା ଭାରତ ବିରୋଧୀ କାର୍ଯ୍ୟକଳାପ ମଧ୍ୟରେ ରାଜନାଥ ସିଂଙ୍କ ଇରାନ ଯାତ୍ରା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।

10. ବିବାଦକୁ ପଛରେ ରଖି ଚୀନ ନାଗରିକଙ୍କ ଜୀବନ ରକ୍ଷା କଲେ ଭାରତୀୟ ଯବାନ

। ଚୀନ ସହ ଜାରି ବିବାଦ ମଧ୍ୟରେ ଭାରତୀୟ ସେନାର ଯବାନମାନେ 3 ଜଣ ଚୀନ ନାଗରିକଙ୍କ ଜୀବନ ରକ୍ଷା କରିଛନ୍ତି । ସେମାନେ ଚୀନ ନାଗରିକଙ୍କୁ ଖାଦ୍ୟ, ଅକ୍ସିଜେନ ଯୋଗାଇବା ସହ ସେମାନଙ୍କ ପାଇଁ ଗରମ ପୋଷାକର ମଧ୍ୟ ବ୍ୟବସ୍ଥା କରିଛନ୍ତି ।

ABOUT THE AUTHOR

...view details