ଓଡିଶା

odisha

ETV Bharat / bharat

TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ 5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

By

Published : Jul 3, 2020, 5:17 PM IST

top-news-at-5pm
TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ପୁରୀରୁ ଅଧରପଣା ନୀତି: Live

ଆଜି ମହାପ୍ରଭୁଙ୍କ ଅଧରପଣା ନୀତି । ପୁରୀରୁ ଦେଖନ୍ତୁ ସିଧାପ୍ରସାରଣ ।

2.ଲେହରେ ମୋଦି, ବିସ୍ତାରବାଦ ନୁହେଁ ଏବେ ବିକାଶବାଦର ଯୁଗ

ଗତ କିଛି ଶତାବ୍ଦୀରେ ବିସ୍ତାରବାଦ ହିଁ ମାନବ ସମାଜକୁ ଅଧିକ କ୍ଷତି ପହଞ୍ଚାଇଛି । ମାନବତାକୁ ବିନାଶ କରିବାର କାମ କରିଛି । ବିସ୍ତାରବାଦର ବିଜୟ ଯାହା ମୁଣ୍ଡରେ ପଶେ ସିଏ ବିଶ୍ବ ଶାନ୍ତି ପାଇଁ ବିପଦ ସୃଷ୍ଟି କରେ ବୋଲି ମୋଦି କହିଛନ୍ତି ।

3.ଋଣରୁ ବଞ୍ଚିତ ଚାଷୀ ବଳରାମ ଯୋଜନାରେ ପାଇବେ ଋଣ

‘ବଳରାମ’ ଯୋଜନାକୁ ନେଇ କୃଷି ସଚିବ ସୌରଭ ଗର୍ଗଙ୍କ ସୂଚନା । ପ୍ରତ୍ୟେକ ପଞ୍ଚାୟତରେ କୃଷକ ସାଥି ମାନଙ୍କ ଦ୍ୱାରା ଋଣ ପାଇଁ ନଥିବା ଚାଷୀଙ୍କ ତାଲିକା ପ୍ରସ୍ତୁତ କରାଯିବ । ଏହି ବଳରାମ ଯୋଜନାରେ ଦେଢ ଲକ୍ଷରୁ 2 ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିବ ବୋଲି କହିଛନ୍ତି କୃଷି ସଚିବ ।

4.ଭାରତୀୟ ଅର୍ଥନୀତିରେ ‘ବୟକଟ ଚାଇନା’ର ପ୍ରଭାବ କେତେ ?

ଭାରତରେ ଚୀନ ବିରୋଧୀ ନିଆଁ ତେଜିଥିବା ମଧ୍ୟରେ ଚାଇନା ସାମଗ୍ରୀ ବର୍ଜନ ଅଭିଯାନ ଜୋର ଧରିଛି । ତେବେ ଚୀନ ସାମଗ୍ରୀ ବର୍ଜନ ସ୍ବଦେଶୀ ଗ୍ରହଣ କେତେ ଦୂର ଫଳପ୍ରଦ ହେବ । ଚୀନ ପ୍ରଡକ୍ଟ ଉପରେ ନିର୍ଭରଶୀଳ ଭାରତୀୟ ଓ ଅର୍ଥନୀତି ଉପରେ ଏହାର ପ୍ରଭାବ କେତେ ?

5.ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ । ଗତ ତିନି ମାସ ଭିତରେ ଘଟିଥିବା ମାଲକାନଗିରି ଓ ସୁନ୍ଦରଗଡ ବୀରମିତ୍ରପୁର ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି ।

6.ରାଜ୍ୟରେ ପୁଣି ରେକର୍ଡ ସଂଖ୍ୟକ 561 କୋରୋନା ପଜିଟିଭ ଚିହ୍ନଟ, 2 ମୃତ

ଗତ 24 ଘଣ୍ଟାରେ ରାଜ୍ୟରେ ରେକର୍ଡ ସଂଖ୍ୟକ 561 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ସର୍ବାଧିକ 283 ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଛି ସୂଚନା ।

7.ମୋଦିଙ୍କ ଲେହ ଗସ୍ତକୁ ନେଇ ଆପତ୍ତି ପ୍ରକାଶ କଲା ଚୀନ

ପରିସ୍ଥିତି ଆହୁରି ଖରାପ ହେବା ଭଳି ଯେକୌଣସି କାର୍ଯ୍ୟରୁ ଉଭୟ ପକ୍ଷକୁ ଦୂରେଇ ରହିବା ଉଚିତ ବୋଲି ଚୀନ ପକ୍ଷରୁ କୁହାଯାଇଛି ।

8.ମଧୁବାବୁ ପେନସନ ଯୋଜନାରେ କିନ୍ନରଙ୍କୁ ମିଳିବ ଭତ୍ତା

ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନାରେ କିନ୍ନର ମାନଙ୍କୁ ଏଣିକି ଭତ୍ତା ପ୍ରଦାନ କରାଯିବ । ଏହାକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

9.2011 ବିଶ୍ବକପ ଫିକ୍ସିଂ ମାମଲା: କୁମାର ସାଙ୍ଗାକାରାଙ୍କୁ 10ଘଣ୍ଟା ଜେରା

ପୂର୍ବତନ ଶ୍ରୀଲଙ୍କା କ୍ୟାପଟେନ କୁମାର ସାଙ୍ଗାକାରାଙ୍କୁ ପ୍ରାୟ 10ଘଣ୍ଟା ଜେରା କରାଯାଇଥିବା ଜଣାପଡିଛି । 2011 କ୍ରିକେଟ ବିଶ୍ବକପ ଫାଇନାଲ ମ୍ୟାଚ ଫିକ୍ସିଂ ଅଭିଯୋଗ ହୋଇଛି ।

10.ସରୋଜ ଖାନଙ୍କୁ ଅନ୍ତମ ବିଦାୟ ଦେଲେ ପୁଅ

ଡାନ୍ସ ମାଷ୍ଟର ସରୋଜ ଖାନଙ୍କ ଅନ୍ତିମ ସଂସ୍କାରର ବିଧି ପୂରଣ କଲେ ପୁଅ ରାଜୁ ଖାନ । ଦୀର୍ଘ ସମୟରୁ ଅସୁସ୍ଥ ଥିବାର 71 ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ।

ABOUT THE AUTHOR

...view details