ଓଡିଶା

odisha

TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...

By

Published : Jun 12, 2020, 5:04 PM IST

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...
TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...

1.ପୋଲିସକୁ ନବୀନଙ୍କ ପ୍ରଶଂସା, 15 ଦିନରେ ଥାନା ସଜାଡ଼ିବା ପାଇଁ ଖସଡ଼ା ପ୍ରସ୍ତୁତ

ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ରେଞ୍ଜର ଡିଆଇଜି, ଜିଲ୍ଲାର ଡିସିପି ତଥା ଏସ୍ପି ମାନଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..

2.ଭାରତ-ନେପାଳ ସୀମାରେ ଗୁଳିକାଣ୍ଡ: ଜଣେ ମୃତ, 4 ଆହତ

ନେପାଳ ସୀମାକୁ ଲାଗିରହିଥିବା ବିହାରର ସୀତାମାଢି ଜିଲ୍ଲାରେ ନେପାଳ ପୋଲିସ ଆତର୍କିତ ଗୁଳିଚାଳନା କରିଥିଲା । ଏହି ଗୁଳିକାଣ୍ଡରେ ଜଣେ ଭାରତୀୟ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ 4 ଜଣ ଆହତ ହୋଇଛନ୍ତି ..

3.ଦିଲଶାଦ ଖାନ ହତ୍ୟା ମାମଲାରେ 9 ଅଭିଯୁକ୍ତ ଗିରଫ

ଜୁନ 7 ତାରିଖ ସନ୍ଧ୍ୟାରେ ରାଉରକେଲା ରେଲଓ୍ବେ କୋଲୋନୀରେ ଘଟିଥିବା ଦିଲଶାଦ ଖାନ ହତ୍ୟା ମାମଲାରେ ରାଉରକେଲା ପୋଲିସ 9 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି..

4.FIFA ମାନ୍ୟତା: 108ତମ ସ୍ଥାନରେ ଭାରତ

ପ୍ରକାଶ ପାଇଛି ଅନ୍ତର୍ଜାତୀୟ FIFA ମାନ୍ୟତା । ଭାରତୀୟ ଫୁଟବଲ ଟିମ ସଦ୍ୟ ପ୍ରକାଶିତ ମାନ୍ୟତାର ବିଶ୍ବରେ 108ତମ ସ୍ଥାନରେ ରହିଛି..

5.ରାଜ୍ୟରେ ପୁଣି 112 କୋରୋନା ଆକ୍ରାନ୍ତ, ଓଡ୍ରାଫ ଓ ଏନଡ଼ିଆରଏଫରୁ 21 ଚିହ୍ନଟ

ରାଜ୍ୟରେ ଶୁକ୍ରବାର 18ଟି ଜିଲ୍ଲାରୁ 112 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟର ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 3498ରେ ପହଞ୍ଚିଛି ..

6.ଆଜି ବିଶ୍ବ ପାଳୁଛି ‘ଶିଶୁ ଶ୍ରମିକ ବିରୋଧୀ ଦିବସ’

ବିଶ୍ବ ଶିଶୁ ଶ୍ରମିକ ବିରୋଧୀ ଦିବସ । ଶିଶୁ ଶ୍ରମିକ ରୋକିବା ସହ ସେମାନଙ୍କୁ ପାଠ ପଢାଇବା ଦିଗରେ ପଦକ୍ଷେପ ନେବା ଦରକାର ବୋଲି ଟ୍ବିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ..

7.ବର୍ଷର ପ୍ରଥମ ତିନିମାସରେ କମିଛି ସଡକ ଦୁର୍ଘଟଣା, ସୂଚନା ଦେଲେ ପରିବହନ ମନ୍ତ୍ରୀ

ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ରାଜ୍ୟରେ କମିଛି ଦୁର୍ଘଟଣା ହାର । ଦୁର୍ଘଟଣା ଜନିତ ମୃତ୍ୟୁହାର ସହ ଆହତଙ୍କ ସଂଖ୍ୟା ମଧ୍ୟ ହ୍ରାସ ହୋଇଛି ..

8.ଭିଜିଲାନ୍ସ ଜାଲରେ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, କାରରୁ ୩ ଲକ୍ଷ ୯୧ ହଜାର ଟଙ୍କା ଜବତ

ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଅଭୟ କୁମାର ତ୍ରିପାଠୀ । ବାଲେଶ୍ଵର ଭିଜିଲାନ୍ସ ଟିମ ଚଢ଼ାଉ କରି ଅଭୟଙ୍କ କାରରୁ ୩ ଲକ୍ଷ ୯୧ ହଜାର ଟଙ୍କା ଜବତ କରିବା ସହ ଚଢ଼ାଉ ଜାରି ରଖିଥିବା ଜଣାପଡିଛି..

9.ଦେଶରେ 24 ଘଣ୍ଟାରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ, ମୋଟ ପଜିଟିଭ ସଂଖ୍ୟା 2ଲକ୍ଷ 97 ହଜାର

ଦେଶରେ ଦେଶରେ 24 ଘଣ୍ଟା ମଧ୍ୟରେ 10ହଜାର 9ଶହ 56 କୋରୋନା ପଜିଟିଭ ଓ 396 ଜଣଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ..

10.ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ପୁଣି ବଢିଲା ତୈଳ ଦର । ଲଗାତାର ଷଷ୍ଠ ଥର ପାଇଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ..

ABOUT THE AUTHOR

...view details