ଓଡିଶା

odisha

ETV Bharat / bharat

TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡଖବର - TOP NEWS@5PM

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡଖବର

By

Published : Oct 1, 2020, 4:59 PM IST

1. ରାହୁଲ ଗାନ୍ଧୀ ଗିରଫ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଧାରା 188 ଆଧାରରେ ଗିରଫ କରାଯାଇଥିବା ସୂଚନା ମିଳିଛି । ସମ୍ପୂର୍ଣ୍ଣ ଅଞ୍ଚଳରେ ଧାରା 144 ଲାଗୁ ହୋଇଥିବା ସତ୍ତ୍ବେ ଉଭୟ ନେତା ହାଥରସ ଯିବାକୁ ଜିଦ୍‌ ଧରିଛନ୍ତି ।

2. ଜିଲ୍ଲାପାଳଙ୍କ ବଦଳି ଦାବି କଲା ରାଜ୍ୟ କଂଗ୍ରେସ

ଆଗକୁ ଆସୁଛି ଜଗତସିଂହପୁର ତିର୍ତ୍ତୋଲ ଉପନିର୍ବାଚନ । ସେପଟେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅନ୍ୟତ୍ର ବଦଳି ଦାବି କରିଛି ରାଜ୍ୟ କଂଗ୍ରେସ ।

3. ହାଥରସ ପରେ ବଲରାମପୁର ଗଣଦୁଷ୍କର୍ମ ମାମଲା, ଦୁଇ ଗିରଫ

ହାଥରସ ଘଟଣାର ନିଆଁ ନଲିଭିବା ଆଗରୁ ପୁଣି ଲଜ୍ୟା । ଉତ୍ତରପ୍ରଦେଶର ବଳରାମପୁର ଜିଲ୍ଲାରେ ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି ।

4. ବାଗପତରେ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ରଡ୍‌ରେ ପିଟି ଲହୁଲୁହାଣ କଲେ ଦୁର୍ବୃତ୍ତ

ବାଗପତ ଜନପଦ ସ୍ଥିତ ଦୋଘଟ ଅଞ୍ଚଳରେ ଦୁର୍ବୃତ୍ତମାନେ ଜଣେ ମହିଳାଙ୍କୁ ଅପହରଣ କରି ତାଙ୍କ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

5. ଆଦିତ୍ୟ ଦାସ ମୃତ୍ୟୁ ମାମଲା, ସିବିଆଇ ତଦନ୍ତ ଦାବି କଲା ନୟାଗଡ଼ର ମାରୁତି ସେନା

ବହୁ ଚର୍ଚ୍ଚିତ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ନୟାଗଡ଼ର "ମାରୁତି ସେନା "l ରାସ୍ତା ସ୍ଥିତ ହନୁମାନ ମନ୍ଦିର ଠାରୁ ଏକ ଶୋଭାଯାତ୍ରା କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି

6. ଏବେ ବି... ସତର୍କତା ଅବଲମ୍ବନ ହିଁ ଏକମାତ୍ର ଉପାୟ !

କୋଭିଡ୍‌ ବିଶ୍ବ ମହାମାରୀ କାରଣରୁ ସାରା ବିଶ୍ବରେ ଅସହାୟ ବ୍ୟକ୍ତିଙ୍କ ମୃତ୍ୟୁସଂଖ୍ୟା ଦଶ ଲକ୍ଷ ଟପିଲାଣି । ଏହାର ମୁକାବିଲା ଦିଗରେ ଯଦି ବିଭିନ୍ନ ଦେଶ ପକ୍ଷରୁ ସମ୍ମିଳିତ ଏବଂ ସୁସଂହତ ପ୍ରୟାସ କରା ନଯାଏ, ତେବେ ଏହି ସଂଖ୍ୟା 20 ଲକ୍ଷ ଟପିଯିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂସ୍ଥା ସତର୍କ କରାଇ ଦେଇଛି ।

7. ଅକ୍ଟୋବର 31କୁ ବଢିଲା ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ଥଗିତାଦେଶ

ଦେଶରେ କୋରୋନା ମାମଲା ଦ୍ରୁତ ଗତିରେ ବଢିଚାଲିଛି । କୋରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ନାନା ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହାରି ମଧ୍ୟରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ଥଗିତାଦେଶକୁ ଅକ୍ଟୋବର 31 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଡିଜିସିଏ ।

8. ମାଓବାଦୀର ବର୍ବରକାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ଉପ-ସରପଞ୍ଚ ଓ ୱାର୍ଡମେମ୍ବରଙ୍କୁ ହତ୍ୟା

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ପୋଲିସ ଇନଫର୍ମର ସନ୍ଦେହ କରି 2 ଜଣଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କଲେ ମାଓବାଦୀ ।

9. ଗଣମାଧ୍ୟମ ସଂସ୍ଥାର ଜମି ଜବରଦଖଲ ଘଟଣା; ମାପଚୁପ କରି ନାଲି ପତାକା ପୋତିଲା ପ୍ରଶାସନ

ସାରୁଅ ଠାରେ ଘରୋଇ ଗଣମାଧ୍ୟମ ସଂସ୍ଥାର ବେଆଇନ ଜମି ଜବରଦଖଲ ଘଟଣା । ସ୍ଥାନୀୟ ତହସିଲଦାରଙ୍କ ନେତୃତ୍ବରେ ଷ୍ଟୁଡିଓକୁ ସଂଯୋଗ କରୁଥିବା ରାସ୍ତାଟି ଗୋଚର କିସମ ଜମି ହୋଇଥିବାରୁ ତାହାର ମାପଚୁପ କରି ନାଲି ପତାକା ପୋତିଛି ପ୍ରଶାସନ ।

10. ଯୌନ ନିର୍ଯାତନା ମାମଲା: ପୋଲିସ ଷ୍ଟେସନରେ ଅନୁରାଗ କଶ୍ୟପ

ନିକଟରେ ଅଭିନେତ୍ରୀ ପାୟଲ ଘୋଷ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଲଗାଇଥିଲେ । ଏହା ପରେ ନିର୍ଦ୍ଦେଶକ ଅଭିନେତ୍ରୀଙ୍କ ଅଭିଯୋଗକୁ ଭିତ୍ତିହୀନ ଏବଂ ମିଥ୍ୟା ବୋଲି କହିଥିଲେ । ଏହି ମାମଲାରେ ମୁମ୍ବାଇ ପୋଲିସ ଅନୁରାଗ କଶ୍ୟପଙ୍କୁ ଡକାଇଛି ।

ABOUT THE AUTHOR

...view details