ଓଡିଶା

odisha

By

Published : Jun 4, 2020, 4:12 PM IST

ETV Bharat / bharat

TOP NEWS@4PM: ଜାଣନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @4PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

top-news-at-4pm
top-news-at-4pm

1. ପଙ୍ଗପାଳ ମୁକାବିଲା: ପେଷ୍ଟିସାଇଡ୍ ମହଜୁଦ୍‌ ରଖିବାକୁ ନିର୍ଦ୍ଦେଶ

ପଙ୍ଗପାଳର ମୁକାବିଲା କରିବାକୁ ଆଗୁଆ ପ୍ରସ୍ତୁତ ରହିଛି ରାଜ୍ୟ । ରାଜ୍ୟକୁ ତିନୋଟି ଜୋନରେ ବିଭକ୍ତ କରିବା ସହ ସପ୍ଲାୟରଙ୍କୁ ପେଷ୍ଟିସାଇଡ୍ ମହଜୁଦ୍‌ ରଖିବାକୁ ଦିଆଯାଇଛି ନିର୍ଦ୍ଦେଶ ।

2. ବାଲିଅନ୍ତା ତହସିଲଦାର ଗିରଫ, ନେଉଥିଲେ ଲକ୍ଷେ ୨୦ ହଜାର ଲାଞ୍ଚ

ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନ ଗିରଫ। ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ ।

3. କୋରୋନା ଗାଇଡଲାଇନ ଭାଙ୍ଗିଲେ ଅପରାଜିତା, ଭୁଲ ମାନି ଦେଲେ ଜୋରିମାନା

ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଘରକୁ ଯିବା ସମୟରେ କୋରୋନା ଗାଇଡଲାଇନ ଉଲ୍ଲଙ୍ଘନ କରିଥିଲେ ଅପରାଜିତା । ସମାଲୋଚନା ପରେ ଫାଇନ ଦେଇଛନ୍ତି ଭୁବନେଶ୍ବର ସାଂସଦ ।

4. ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ଦଳ ଛାଡିଲେ ଆଉ 2 ବିଧାୟକ

ରାଜ୍ୟସଭା ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଛି ଓ ଭୋଟ୍ ପୂର୍ବରୁ ଗୁଜରାଟରେ କଂଗ୍ରେସ ଏକ ବଡ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛି । ଗୁଜୁରାଟର 2 ଜଣ ବିଧାୟକ ଇସ୍ତଫା ଦେଇଥିବା ସୂଚନା ମିଳିଛି।

5. ସ୍ନାନଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ସୁରକ୍ଷା କଡାକଡି

ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । 144 ଧାରାକୁ ବଜାୟ ରଖିବା ପାଇଁ 38 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ।

6. ରାଜ୍ୟରେ 90 ନୂଆ ପଜିଟିଭ୍‌ ଚିହ୍ନଟ, ସଂଖ୍ୟା 2478କୁ ବୃଦ୍ଧି

ରାଜ୍ୟରେ ଆଉ 90ଟି ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 2478କୁ ବୃଦ୍ଧି ପାଇଛି ।

7.ରାଜୀବ ବଜାଜଙ୍କ ସହ ରାହୁଲଙ୍କ ଆଲୋଚନା: ଅର୍ଥନୀତିକୁ ଖରାପ କରିଛି କଠୋର ଲକଡାଉନ୍

ରାଜୀବ ବଜାଜଙ୍କ ସହ ରାହୁଲ ଗାନ୍ଧୀଙ୍କ ଆଲୋଚନା । ଅର୍ଥନୀତିକୁ ଖରାପ କରିଛି କଠୋର ଲକଡାଉନ୍ କହିଲେ ରାଜୀବ ।

8.ଆସନ୍ତାକାଲି ସ୍ନାନଯାତ୍ରା, ପଟି ଦିଅଁ ପୂଜା ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନଯାତ୍ରା । ସ୍ନାନଯାତ୍ରା ପରେ ମହାପ୍ରଭୁ ଅଣସରକୁ ବିଜେ କରିବେ । ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟି ଦିଅଁ । ଏଥିପାଇଁ ଚିତ୍ରକର ସେବକମାନେ ପଟି ଦିଅଁ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ତେବେ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

9.ଗର୍ଭବତୀ ହାତୀ ହତ୍ୟା ଘଟଣାର କଡା ତଦନ୍ତ କରାଯିବ:ପ୍ରକାଶ ଜାଭେଦକର

ଗର୍ଭବତୀ ହାତୀ ହତ୍ୟା ଘଟଣାର କଡା ତଦନ୍ତ କରାଯିବ ଏବଂ ଦୋଷୀକୁ କଠୋର ଦଣ୍ଡ ଦିଆଯିବ । ଏନେଇ ଗୁରୁବାର ସୂଚନା ଦେଇଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକର ।

10.ସୁଧୁରୁଛି ବନ୍ୟା ପରିସ୍ଥିତି: 11 ଜିଲ୍ଲାର 72 ହଜାର ଲୋକ ପ୍ରଭାବିତ, 10 ମୃତ

ଆସାମ ବନ୍ୟାରେ ଲକ୍ଷାଧିକ ଲୋକ ନିଜ ଘର ଛାଡି ସୁରକ୍ଷିତ ସ୍ଥାନ ଓ ଆଶ୍ରୟସ୍ଥଳୀରେ ଦିନ କାଟୁଛନ୍ତି । ଏଥିରେ ଅନେକ ଧନଜୀବନ ନଷ୍ଟ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ABOUT THE AUTHOR

...view details