ଓଡିଶା

odisha

By

Published : Jun 3, 2020, 4:06 PM IST

ETV Bharat / bharat

TOP NEWS@4PM: ଜାଣନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @4PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@4PM: ଜାଣନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@4PM: ଜାଣନ୍ତୁ ବର୍ତ୍ତମାନର ବଡ ଖବର

1. 30 ଜିଲ୍ଲାକୁ ଛୁଇଁଲା କୋରୋନା, ରାୟଗଡାରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ 30ଟି ଜିଲ୍ଲାକୁ ଛୁଇଁଲା କୋରୋନା ଛୁଇଁଥିବା ବେଳେ ପ୍ରଥମ କରି ରାୟଗଡା ଜିଲ୍ଲାରେ ଚିହ୍ନଟ ହୋଇଛି ପଜିଟିଭ

2. ପଙ୍ଗପାଳ ଭୟରେ ନବରଙ୍ଗପୁର ଚାଷୀ

ପଙ୍ଗପାଳ ଭଳି ଦେଖାଯାଉଥିବା କୀଟ ଆସି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ କିଛି ଜଙ୍ଗଲରେ ଆତଙ୍କ ଖେଳାଇଛନ୍ତି।

3. କାର୍ଯ୍ୟକାରିତା ନିୟମ ଉଲ୍ଲଂଘନ କରି ଗୁଗଲ ପ୍ଲେ ଷ୍ଟୋରରୁ ହଟିଲା ମିତ୍ରୋ ଆପ୍

ଟିକ୍ ଟକ ପରେ ବହୁ ଚର୍ଚ୍ଚିତ ଦେଶୀ ସଂସ୍କରଣ ମିତ୍ରୋ ଆପକୁ ବର୍ତ୍ତମାନ ଗୁଗଲ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି।

4. ଅଙ୍କିତ ଶର୍ମା ମର୍ଡର ମାମଲା: ଶରୀରରେ 51 ଆଘାତ ଲାଗିଥିବା ସୂଚନା, ଚାର୍ଜସିଟ୍ ଦାଖଲ

ଅଙ୍କିତ ଶର୍ମା ହତ୍ୟା ମାମଲାରେ ଦିଲ୍ଲୀ ପୋଲିସ ବୁଧବାର କଡକର୍ଡୁମା କୋର୍ଟରେ ଏକ ଚାର୍ଜସିଟ ଦାଖଲ କରିଛି

5. ‘ମୁଁ ନିଶ୍ବାସ ନେଇପାରୁ ନାହିଁ’ ସ୍ଲୋଗାନରେ କମ୍ପିଲା ଆମେରିକାର ରାଜରାସ୍ତା

ଆଫ୍ରିକୀୟ-ଆମେରିକା ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁଙ୍କୁ ନେଇ ଆମେରିକାରେ ହିଂସା ସୃଷ୍ଟି ହୋଇଛି । ଆମେରିକାର ମିନିଆପଲିସ ଅଞ୍ଚଳବାସୀଙ୍କ ଉପରେ ଜାତିଆଣ ଓ ସେମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

6. ବ୍ଲାକ୍ ମଙ୍ଗଳବାରକୁ ମ୍ୟୁଜିକ୍ କମ୍ପାନୀଙ୍କ ସମର୍ଥନ

ମଙ୍ଗଳବାର ହଲିଉଡ ଓ ମ୍ୟୁଜିକ୍ କମ୍ପାନୀ ପକ୍ଷରୁ ବ୍ଲାକ୍ ଡେ ପାଳିତ ହେଉଥିଲା । ଏହାକୁ ସମର୍ଥନ ଜଣାଇ ଆମାଜନ ଓ ୟୁଟ୍ୟୁବ ମ୍ୟୁଜିକ୍ ଏକ ସ୍ବତନ୍ତ୍ର ପ୍ଲେଲିଷ୍ଟ ଯୋଡିଛନ୍ତି ।

7. ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ 3 ଆତଙ୍କବାଦୀ ନିପାତ

ବୁଧବାର ସକାଳେ ଜାମ୍ମୁ କାଶ୍ମୀରର ପୁଲୱାମା କାନଗାନ ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ଯରେ ଏନକାଉଣ୍ଟରରେ 3 ଜଣ ଆତଙ୍କବାଦୀ ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଇଛନ୍ତି ଜାମ୍ମୁ କାଶ୍ମୀର ପୋଲିସ।

8. ‘ନିସର୍ଗ’: ଗୁଜୁରାଟ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଆଲୋଚନା

ମାଡି ଆସୁଛି ସାମୁଦ୍ରିକ ଝଡ‘ନିସର୍ଗ’ । ଏହା ପୂର୍ବରୁ ଗୁଜୁରାଟ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲେ ଆଲୋଚନା ।

9. ଗର୍ଭିଣୀ ହାତୀକୁ ବାଣ ଭର୍ତ୍ତି ଖାଦ୍ୟ, ନଦୀ ଭିତରେ ଠିଆ ଠିଆ ଚାଲିଗଲା ଜୀବନ

କେରଳର ମାଲାପୁରମ୍ ଜିଲ୍ଲାରେ ପଶୁ ନିର୍ଯାତନାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଗର୍ଭିଣୀ ହାତୀକୁ ସପୁରୀ ଭିତରେ ବାଣ ଭର୍ତ୍ତି କରି ଗ୍ରାମବାସୀ ଖାଇବାକୁ ଦେବା ପରେ ସେ ମୃତ୍ୟୁବରଣ କରିଛି ।

10. ଗୋଟିଏ ପରିବାରର 5 ସଦସ୍ୟ ଆତ୍ମହତ୍ୟା ଉଦ୍ୟମ ଘଟଣା, ବଡ ଭାଇ ମୃତ

ଝାରସୁଗୁଡା ସହର ନିକଟସ୍ଥ ଲହଣ୍ଡାବୁଡ ରାସ୍ତା ନିକଟରେ ରହୁଥିବା ଗୋଟିଏ ପରିବାରର 5 ସଦସ୍ୟ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ଆଜି ସକାଳୁ ବଡ ଭାଇର ମୃତ୍ୟୁ ହୋଇଥିବା ଜଣାପଡିଛି ।

ABOUT THE AUTHOR

...view details