ଓଡିଶା

odisha

ETV Bharat / bharat

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର... - TOP NEWS @3PM

TOP NEWS @3PM, ଦେଖନ୍ତୁ ବର୍ତ୍ତମାନର ବଡଖବର...

TOP NEWS @3PM
TOP NEWS @3PM

By

Published : Nov 13, 2020, 3:01 PM IST

1. ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ‘ବନ୍ଦେ ଉତ୍କଳ ଜନନୀ’

ସ୍କୁଲ ପାଠ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’ ସ୍ଥାନ ପାଇବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମାଧ୍ୟମିକ ସ୍ତରରେ ସ୍କୁଲ ପାଠ୍ୟକ୍ରମରେ ଏହା ସ୍ଥାନ ପାଇବ । ନବମ ଓ ଦଶମ ଶ୍ରେଣୀ ପିଲା ଏହା ପଢ଼ିବାର ସୁଯୋଗ ପାଇବେ ।

2.ଆଜି ଧନତେରାସ, ସୁନା ଦୋକାନରେ ଲାଗିଛି ଗହଳି

ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ତା ପୂର୍ବରୁ ସାରା ଦେଶରେ ପାଳିତ ହୁଏ ଧନତେରାସ । ଧନତେରାସରେ ଦେବୀ ଧନ୍ବନ୍ତରୀଙ୍କ ପୂଜା ହୁଏ । ବିଶ୍ବାସ ରହିଛି ଏହି ଦିନ ସୁନା କିଣିଲେ ସ୍ବଂୟ ମା ଲକ୍ଷ୍ମୀ ଘରକୁ ଆସନ୍ତି । ଆଉ ସେହି ବିଶ୍ବାସକୁ ନେଇ ଅଧିକାଂଶ ଲୋକେ ଏହି ଦିନ ସୁନା କିଣିଥାନ୍ତି ।

3. ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଗାଡିର ବକେୟା ବିଲ କରାଇଦେବା ପାଇଁ ୧୩୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି।

4.ଦିଅର ଉପରେ ଗରମ ପେଜ ଢାଳିଲା ଭାଉଜ, କାରଣ ଅସ୍ପଷ୍ଟ

ଖୋର୍ଦ୍ଧା ଜିଲ୍ଲାରେ ବାଣପୁର ଥାନାରେ ଦିଅର ଉପରେ ଗରମ ପେଜ ଢାଳି ଚର୍ଚ୍ଚାରେ ଭାଉଜ । ତେବେ ମହିଳାଙ୍କ ଏଭଳି କରିବାର କାରଣ ଅସ୍ପଷ୍ଟ ରହିଛି ।

5. 71 ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରିବେ ସରକାର

ଚଳିତ ବର୍ଷ ରାଜ୍ୟ ସରକାର 71 ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

6. ଆୟୁର୍ବେଦ ଦେଶର ଆରୋଗ୍ୟ ନିତିର ପ୍ରମୁଖ ଅଂଶ: ପିଏମ

ପଞ୍ଚମ ଆୟୁର୍ବେଦ ଦିବସ ଅବସରରେ 2 ଟି ଆୟୁର୍ବେଦିକ ଅନୁଷ୍ଠାନକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଆୟୁର୍ବେଦ ଦେଶର ଆରୋଗ୍ୟ ନିତିର ଏକ ପ୍ରମୁଖ ଅଂଶ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

7. ଆଜି ଧନତେରାସ୍: ମା' ଲକ୍ଷ୍ମୀଙ୍କ କୃପା ପାଇଁ କିଣନ୍ତୁ ସୁନା, ରୂପା ଓ ହୀରା

ଆଜି ଧନତେରାସ । ପରମ୍ପରାକୁ ମାନି ସୁନା ଅଳଙ୍କାର କିଣୁଛନ୍ତି ଲୋକେ । ବିଶ୍ବାସ ରହିଛି ଆଜି ସୁନା କିଣିଲେ ଘରକୁ ଆସନ୍ତି ଧନଲକ୍ଷ୍ମୀ ।

8. ମହାରାଷ୍ଟ୍ରର ଭିୱାଣ୍ଡି ବୁଣା କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ମହାରାଷ୍ଟ୍ରର ଥାନେ ଅଞ୍ଚଳ ନିକଟସ୍ଥ ଭିୱାଣ୍ଡି ବୁଣା କାରଖାନାରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି । କାରଖାନାଟି ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ କୌଣସି କର୍ମଚାରୀଙ୍କର କ୍ଷତି ଘଟିନାହିଁ ।

9.ଲିବିୟାରେ ଜାହାଜ ଦୁର୍ଘଟଣା, 74ରୁ ଉର୍ଦ୍ଧ୍ବ ପ୍ରବାସୀ ମୃତ

ଜାହାଜ ଭାଙ୍ଗିଯିବାରୁ ଲିବିୟାରେ 74 ପ୍ରବାସୀଙ୍କ ମୃତ୍ୟୁ । ଏହି ଜାହାଜରେ ମହିଳା ଓ ଶିଶୁଙ୍କ ସମେତ 120ରୁ ଉର୍ଦ୍ଧ୍ବ ଲୋକ ପରିବହନ ହେଉଥିଲା । ଏବେ ସୁଦ୍ଧା 31ଟି ମୃତଦେହ ଉଦ୍ଧାର କରାଯାଇଛି ।

10. ‘ଏତରାଜ’ ରିଲିଜକୁ 16 ବର୍ଷ, ନିର୍ମାତାଙ୍କୁ ଧନ୍ୟବାଦ ଜଣାଇଲେ ଦେଶୀ ଗର୍ଲ

ଅକ୍ଷୟଙ୍କ ସହ ଫିଲ୍ମ ‘ଏତରାଜ’ରେ ଜବରଦସ୍ତ ରୋମାନ୍ସ କରିଥିଲେ ପ୍ରିୟଙ୍କା ଚୋପ୍ରା । 2004 ନଭେମ୍ବର 12ରେ ରିଲିଜ ହୋଇଥିଲା ଏହି ଫିଲ୍ମ । 16 ବର୍ଷ ରିଲିଜ ଅବସରେ ଖାସ୍ କଥା କହିଲେ ପ୍ରିୟଙ୍କା ।

ABOUT THE AUTHOR

...view details