ଓଡିଶା

odisha

ETV Bharat / bharat

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - IOCLର ଗ୍ୟାସ ପାଇପ ମାମଲା

ନଜର ପକାନ୍ତୁ NEWS @3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Oct 22, 2020, 3:00 PM IST

1.IOCLର ଗ୍ୟାସ ପାଇପ ମାମଲା ,ଏସପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ କ୍ରାଇମବ୍ରାଞ୍ଚ

ପାଥପୁର ଜମି ଉପରେ IOCLର ଗ୍ୟାସ ପାଇପ ଯିବା ମାମଲା , ତଦନ୍ତ ପାଇଁ ଏସପିଙ୍କୁ କ୍ରାଇମବ୍ରାଞ୍ଚର ନିର୍ଦ୍ଦେଶ ।

2.ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ । ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଚଳିତବର୍ଷ ୨୧ ହଜାର ୪୮୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ୧୨ ହଜାର ୫୩୮ ଜଣ ପରୀକ୍ଷା ଦେଇଥିଲେ ।

3.ରାଜ୍ୟରେ ପୁଣି 1913 କୋରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ

ଗତ 24 ଘଣ୍ଟାରେ ରାଜ୍ୟରେ ପୁଣି 1913 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ତାଲିକାରେ ଖୋର୍ଦ୍ଧାର ସର୍ବାଧିକ 254 ପଜିଟିଭ ଅଛନ୍ତି ।

4.ରାଜ୍ୟରେ ବଢୁଛି କୋରୋନା ମୃତ୍ୟୁ ସଂଖ୍ୟା, ଦିନକରେ 15 ମୃତ

ଦିନକୁ ଦିନ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ବୁଧବାର ପୁଣି 15 ଆକ୍ରାନ୍ତଙ୍କ ମୁଣ୍ଡ ନେଇଛି କୋରୋନା ।

5.24 ଘଣ୍ଟାରେ ଦେଶରେ ସରିଛି 14,69,984 କୋରୋନା ଟେଷ୍ଟ: ICMR

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ରିପୋର୍ଟ ମୁତାବକ, ବୁଧବାର ଦେଶରେ 14 ଲକ୍ଷ 69 ହଜାର 984ଟି ସାମ୍ପଲ ଟେଷ୍ଟ କରାଯାଇଛି। ଯାହାକୁ ମିଶାଇ ଏଯାବତ ଦେଶରେ 9 କୋଟି 86 ଲକ୍ଷ 70 ହଜାର 363 କୋରୋନା ପରୀକ୍ଷା କରାଯାଇଛି ।

6.ଆଜି ନୌସେନାରେ ସାମିଲ୍ ହେବ INS କଭାରତି

ଭାରତୀୟ ନୌସେନା ପାଇଁ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଦିନ । ଭାରତୀୟ ନୌସେନା ଗୁରୁବାର INS କଭାରତିକୁ ସେନାରେ ସାମିଲ କରିବ ।

7.ବିଶ୍ବର 15ଟି ଗ୍ଲୋବାଲ୍ ଫଣ୍ଡ ହାଉସ୍ ସହ ଆଲୋଚନା କରିବେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍ ଶୀଘ୍ର 15 ଟି ଗ୍ଲୋବାଲ୍ ଫଣ୍ଡ ହାଉସର ପ୍ରତିନିଧୀଙ୍କୁ ଭେଟି ଦେଶରେ ପୁଞ୍ଜି ବିନିଯୋଗ କରିବେ। ଅର୍ଥନୈତିକ ବ୍ୟାପାର ବିଭାଗ (DEA) ସଚିବ ତରୁଣ ବଜାଜ ଏହି ସୂଚନା ଦେଇଛନ୍ତି ।

8.‘ଆତ୍ମନିର୍ଭର ବିହାର’ ପାଇଁ ବିଜେପିର 11 ସଂକଳ୍ପ, ସ୍ବାବଲମ୍ବୀ ହେବେ କୋଟିଏ ମହିଳା

ଭାରତୀୟ ଜନତା ପାର୍ଟି ଗୁରୁବାର ବିହାର ବିଧାନସଭା ନିର୍ବାଚନ ପାଇଁ ମାନିଫେଷ୍ଟୋ(ଘୋଷଣାପତ୍ର) ପ୍ରକାଶ କରିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ପାଟନାରେ ଏହା ପ୍ରକାଶ କରାଯାଇଛି ।

9.24 ଘଣ୍ଟାରେ 55838 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, 702 ମୃତ

ଭାରତରେ ବେଲଗାମ କୋରୋନା ସଂକ୍ରମଣ । ଭୟଙ୍କର ଭାବେ ବ୍ୟାପୁଛି ସଂକ୍ରମଣ । ଅକ୍ଟୋବର 21 ସୁଦ୍ଧା 77 ହଜାର ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା ।

10.ସମୁଦ୍ର କୂଳେ ସାର୍ଟଲେସ ଅନିଲ, ଦେଖନ୍ତୁ ଫଟୋ...

ଭାଇରାଲ ହେଲା ଅନିଲଙ୍କ ନୂଆ ଫଟୋ । ଏଥର ସର୍ଟଲେସ ଅବତାରରେ ଆସିଲେ ନଜର ।

ABOUT THE AUTHOR

...view details