ଓଡିଶା

odisha

ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Oct 8, 2020, 2:58 PM IST

1.ପ୍ରତିଦିନ ଦେଶରେ ସୁସ୍ଥ ହେଉଛନ୍ତି 75000 ଆକ୍ରାନ୍ତ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ପ୍ରତିଦିନ ଦେଶରେ 75,000 ରୁ ଅଧିକ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ତେବେ ଦେଶର କୋରୋନା ଆକ୍ଚିଭ ମାମଲା ତୁଳନାରେ ଦେଶର ସୁସ୍ଥ ହାର 6.3 ଗୁଣ ଅଧିକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଗୁରୁବାର କହିଛନ୍ତି ।

2. କଟକରେ ଜୋରିମାନା ଆଦାୟରେ ଜାଲିଆତି !

ଜୋରିମାନା ଆଦାୟରେ ଜାଲିଆତି ! ପଦାରେ ପଡିଲା ପୋଲିସର ପ୍ଲାନ ! ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଦେଖାଇଲା ସାଂଘାତିକ ସତ

3. ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା; କ'ଣ କହୁଛନ୍ତି ଅଗ୍ନିଶମ ଡିଜି ଶୁଣନ୍ତୁ...

ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା ଭାରତରେ ପ୍ରଥମ । ଏପରି ଅଣ୍ଡରଗ୍ରାଉଣ୍ଡ ବ୍ଲାଷ୍ଟ ପୂର୍ବରୁ କେବେ ଦେଖାଯାଇନଥିଲା ବୋଲି କହିଛନ୍ତି ଅଗ୍ନିଶମ ଡିଜି ।

4. କୋଭିଡ ପ୍ରଭାବ: ବନ୍ଦ ପଡିଛି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଉଦ୍ୟାନ, ହନ୍ତସନ୍ତ ଉଠା ଦୋକାନୀ

ମହାମାରୀ କୋରୋନାର ମହାପ୍ରଭାଵ ପଡ଼ିଛି ନୂଆପଡା ଜ଼ିଲ୍ଲାର ବହୁ ଆକର୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଉଦ୍ୟାନ ଉପରେ । ଫଳରେ ଉଦ୍ୟାନ ଫାଟକ ମୁହଁରେ ବେଉଷା କରୁଥିବା ଉଠା ଦୋକାନୀଙ୍କ ଦୁଃଖ ମଧ୍ୟ ଦ୍ବିଗୁଣିତ ହୋଇଯାଇଛି ।

5. ବିଦ୍ୟୁତ ବିଭାଗ ଘରୋଇକରଣକୁ ନେଇ ୱେସ୍କୋ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଦ୍ୟୁତ ବିଭାଗ ୱେସ୍କୋ କାର୍ଯ୍ୟାଳୟ ଆଗରେ ବିଦ୍ୟୁତ ବିଭାଗର କର୍ମଚାରୀ ଓ ବିଭାଗୀୟ ଇଞ୍ଜିନିୟରିଂ କର୍ମଚାରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ ବିଦ୍ୟୁତ ବିଭାଗ ଘରୋଇ କରଣକୁ ନେଇ କର୍ମଚାରୀଙ୍କ ଏହି ପ୍ରତିବାଦ କରିଛନ୍ତି ।

6. ମାଫିଆଙ୍କ କବଜାରେ ବାଲିଘାଟ, ରାଜସ୍ୱ କର୍ମଚାରୀଙ୍କ ପକେଟ ହେଉଛି ଫୁଲ୍‌

ମାଫିଆଙ୍କ କବଜାରେ ବାଲିଘାଟ । ବିନା ସରକାରୀ ଟିକସରେ ବର୍ଷ ବର୍ଷ ଧରି ନଦୀପଠାରେ ଚାଲିଛି ଗୁଣ୍ଡାରାଜ । ନିର୍ଦ୍ଦିଷ୍ଟ କେତୋଟି ବାଲିଘାଟକୁ ଛାଡିଦେଲେ ଜିଲ୍ଲାର ଅଧିକାଂଶ ବାଲିଘାଟର ସମାନ ଅବସ୍ଥା ।

7. ମମତା ସରକାରଙ୍କ ବିରୋଧରେ ବିଜେପି କର୍ମୀଙ୍କ ରାସ୍ତା ରୋକ, ବନ୍ଦ ରହିଛି ହାୱଡା ବ୍ରିଜ୍

ବିଜେପି କର୍ମୀଙ୍କ ହତ୍ୟା ବିରୋଧରେ ଆଜି(ଗୁରୁବାର) ପଶ୍ଚିମବଙ୍ଗର ରାସ୍ତା ରୋକ କରାଯାଇଛି । ରାଜଧାନୀ କୋଲକତାରେ ବିରୋଧ ପ୍ରଦର୍ଶନ କରାଯାଉଛି ।

8. ବିଜେପି ବିଧାୟକ କୋରୋନା ପଜିଟିଭ ଚିହ୍ନଟ, ଅଟଳ ଟନେଲ ଉଦଘାଟନୀ ଉତ୍ସବରେ ଥିଲେ ସାମିଲ

ଅଟଳ ଟନେଲ ଉଦଘାଟନୀ ଦିବସରେ କୋରୋନା ସଂକ୍ରମିତ ଥିବା ଜଣେ ବିଧାୟକ ଉଦଘାଟନୀ ସମାରୋହରେ ବିଭିନ୍ନ ବରିଷ୍ଠ ମନ୍ତ୍ରୀଙ୍କ ଯୋଗାଯୋଗରେ ଆସିଛନ୍ତି । ଯାହା ଉପସ୍ଥିତ ନେତାମନ୍ତ୍ରୀଙ୍କ ବିପଦର କାରଣ ପାଲଟିଛି ।

9. ସିନ୍ଧିଆକୁ ଭୁଲିଗଲା କି ବିଜେପି !

ମଧ୍ୟପ୍ରଦେଶରେ 28 ଆସନରେ ହେବାକୁ ଯାଉଛି ଉପ ନିର୍ବାଚନ। ରାଜ୍ୟରେ ବଢୁଛି ରାଜନୈତିକ ଉଷ୍ମତା । ସେପଟେ ଜ୍ୟୋତି ରାଦିତ୍ୟ ସିନ୍ଧିଆଙ୍କୁ ଦଳରେ ଉଚିତ ଗୁରୁତ୍ବ ମିଳୁନଥିବା ଚର୍ଚ୍ଚା ।

10. ଅଟୋ ଡ୍ରାଇଭରଙ୍କ ହାତ ସର୍ଜରୀ ପାଇଁ ଏମିତି ସର୍ତ୍ତ ରଖିଲେ ସୋନୁ !

ପୁଣି ନିଜ ମହାନତା ଦେଖାଇଲେ ସୋନୁ । ଏଥର ଅଟୋ ଡ୍ରାଇଭରଙ୍କୁ ଦେବେ ନୂଆ ଜୀବନ...

ABOUT THE AUTHOR

...view details