ଓଡିଶା

odisha

ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 3PM

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Sep 14, 2020, 3:03 PM IST

1.ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ପତ୍ନୀ ସଙ୍ଗୀତା କୋଭିଡ ପଜିଟିଭ

ରାଜ୍ୟରେ ମନ୍ତ୍ରୀ, ବିଧାୟକ ଓ ସାଂସଦ କୋଭିଡ କବଳରେ ଫସିଛନ୍ତି । ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ରିପୋର୍ଟ ପଜିଟିଭ ଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

2.ଗୋଡେଇ ଗୋଡେଇ ଯୁବକଙ୍କୁ ପିଟିଲେ ଗାଁ ଲୋକ, ଭିଡିଓ ଭାଇରାଲ

କିଛି ଶୁଣିଲେନି, ବାନ୍ଧି ପକାଇ ନିର୍ଦ୍ଧୁମ ଛେଚିଲେ। ଗୋଡେଇ ଗୋଡେଇ ବାଡ଼ି ଧରି ଗାଈ ଗୋରୁଙ୍କୁ ପିଟିବା ଭଳି ବାଡେଇ ପକେଇଲେ ଯୁବକଙ୍କୁ।

3.ପଞ୍ଚଭୂତରେ ବିଲୀନ ହେଲେ ହାକିମ ବାବୁ, କାନ୍ଦୁଛି ସାରା ଓଡିଶା

ଅନ୍ତିମ ବିଦାୟ ନେଲେ ଓଡିଆ ଚଳଚ୍ଚିତ୍ର ଜଗତର ହାକିମ ବାବୁ । କୋରୋନାରେ ସଂକ୍ରମିତ ହେବା ପରେ ରବିବାର ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ ସଭିଙ୍କ ପ୍ରିୟ ଅଜିତ ଦାସ ।

4.ମାସ୍କ ଦୁର୍ନୀତି; ଲୋକାୟୁକ୍ତରେ ହାଜର ହେଲେ ହେମନ୍ତ ଶର୍ମା ଓ ଜାମିନୀ ଷଡଙ୍ଗୀ

ମାସ୍କ ଦୁର୍ନୀତି ଅଭିଯୋଗରେ ଲୋକାୟୁକ୍ତରେ ହାଜର ହୋଇଛନ୍ତି ଆଇଏଏସ ଅଫିସର ହେମନ୍ତ ଶର୍ମା ଓ ଜାମିନୀ ଷଡଙ୍ଗୀ। ଅଧିକ ପଢନ୍ତୁ...

5.ରାଜ୍ୟରେ ବେକାବୁ କୋରୋନା, 24 ଘଣ୍ଟାରେ ପୁଣି ସର୍ବାଧିକ 4198 ଆକ୍ରାନ୍ତ

ରାଜ୍ୟରେ କୋରୋନା କାୟା ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଗଞ୍ଜାମରେ ସଂକ୍ରମଣ ମାମଲାରେ ହ୍ରାସ ପାଉଥିବାବେଳେ ଅନ୍ୟ ଜିଲ୍ଲାରେ ଘାତକ ହେଉଛି କିଲର କୋରୋନା ।

6.ରାଜ୍ୟରେ ପୁଣି କୋରୋନା ନେଲା 11 ଜୀବନ, ମୃତ୍ୟୁ ସଂଖ୍ୟା 637

ରାଜ୍ୟରେ ବିସ୍ତାର ହେବାରେ ଲାଗିଛି କୋରୋନା ଭାଇରସ । ରାଜ୍ୟରେ ପୁଣି 11 ମୁଣ୍ଡ ନେଲା ଏହି ଭାଇରସ। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା 637ରେ ପହଞ୍ଚିଛି ।

7.ସଂଘ ପ୍ରଚାରକ ହିତାନନ୍ଦ ବିଜେପିର ଯୁଗ୍ମ ସମ୍ପାଦକ ନିଯୁକ୍ତ

ଆରଏସଏସ ପ୍ରଚାରକ ହିତାନନ୍ଦ ଶର୍ମାଙ୍କୁ ମଧ୍ୟପ୍ରଦେଶରେ ବିଜେପିର ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତ ମିଳିଛି । ଅଧିକ ପଢନ୍ତୁ...

8.ଲୋକସଭା ଆସନ୍ତାକାଲି 3ଟା ଯାଏଁ ମୁଲତବୀ

ଲୋକସଭା ଆସନ୍ତାକାଲି 3ଟା ଯାଏଁ ମୁଲତବୀ ହୋଇଛି । ବାଚସ୍ପତି ଓମ୍‌ ବିର୍ଲା ଗୃହକୁ ମୁଲତବୀ କରିଛନ୍ତି ।

9.ମୋଟ କୋଭିଡ ମାମଲାର 60% 5ଟି ରାଜ୍ୟରେ ପଞ୍ଜିକୃତ: ସ୍ୱାସ୍ଥ୍ୟମନ୍ତ୍ରୀ

ଗତ 24 ଘଣ୍ଟାରେ ଭାରତରେ 92,071 ନୂଆ କୋଭିଡ ମାମଲା ଓ 1,136 ମୃତ୍ୟୁ ପଞ୍ଜିକରଣ ହୋଇଛି । ସୋମବାର ସୁଦ୍ଧା ଭାରତରେ ମୋଟ 48 ଲକ୍ଷ କୋଭିଡ ମାମଲା ଓ 79,722 ମୃତ୍ୟୁ ମାମଲା ରହିଛି ।

10.ସୁପ୍ରିମକୋର୍ଟ ଅବମାନନା ମାମଲା, ଟଙ୍କାଏ ଜୋରିମାନା ଦେଲେ ପ୍ରଶାନ୍ତ ଭୂଷଣ

ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଅବମାନନା ମାମଲାରେ 1ଟଙ୍କା ଜରିମାନା ଦେଇଥିବା ସତ୍ତ୍ବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ବୀକାର କରି ନାହାଁନ୍ତି ।

ABOUT THE AUTHOR

...view details