ଓଡିଶା

odisha

ETV Bharat / bharat

TOP NEWS@3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS @3PM

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM, ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS@3PM, ଦେଖନ୍ତୁ ବର୍ତ୍ତମାନର ବଡଖବର

By

Published : Sep 13, 2020, 3:02 PM IST

1. ରାଜ୍ୟରେ ପୁଣି କୋରୋନା ନେଲା 10 ଜୀବନ, ମୃତ୍ୟୁ ସଂଖ୍ୟା 626

ଦିନକୁ ଦିନ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଆଜି ରାଜ୍ୟରେ ପୁଣି କରୋନା ନେଲା 10 ଜୀବନ। ବର୍ତ୍ତମାନ ରାଜ୍ୟରେ ମୃତ୍ୟୁ ସଂଖ୍ୟା 626 ରେ ପହଁଞ୍ଚିଛି।

2. ଚମ୍ପୁଆରେ ଚାଞ୍ଚଲ୍ୟ, ହତ୍ୟା ଅଭିଯୁକ୍ତଙ୍କ ପତ୍ନୀ ଓ ଝିଅକୁ ଗଳାକାଟି ହତ୍ୟା

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଧଳାଦିହି ଗାଁରେ ଡବଲ ମର୍ଡର । ରାତି ଅଧରେ ମା’ ଓ ଝିଅକୁ ଗଳାକାଟି ହତ୍ୟା କଲେ ଦୁର୍ବୃତ୍ତ । ହତ୍ୟାର କାରଣ ଅସ୍ପଷ୍ଟ ।

3. ରାଜ୍ୟରେ ଚିନ୍ତା ବଢାଉଛି କୋରୋନା, ଗୋଟିଏ ଦିନରେ 3913 ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଅସମ୍ଭାଳ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ସର୍ବାଧିକ 3913 ଚିହ୍ନଟ । 30 ଟି ଜିଲ୍ଲାରେ ସର୍ବାଧିକ 3913 ଆକ୍ରାନ୍ତ ଚିହ୍ନଟ ।

4. ବାଲେଶ୍ବରରେ 11ଟି କେନ୍ଦ୍ରରେ ଚାଲିଛି ନିଟ୍ ପରୀକ୍ଷା

କୋଭିଡ ସଙ୍କଟରେ ଆଜି ସର୍ବଭାରତୀୟ ମେଡିକାଲ ପ୍ରବେଶ ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରଗୁଡିକରେ ନିଟ ପରୀକ୍ଷା କରାଯିବ। ବାଲେଶ୍ବର ଜିଲ୍ଲାରେ 11ଟି ପରୀକ୍ଷା କେନ୍ଦ୍ର କରାଯାଇଛି ।

5.ଦେଶରେ କୋରୋନା ସ୍ଥିତି ଅଣାୟତ, ଗୋଟିଏ ଦିନରେ 94372 ଆକ୍ରାନ୍ତ ଚିହ୍ନଟ

24 ଘଣ୍ଟାରେ ଦେଶରେ 94 ହଜାର 372 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1114 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 47 ଲକ୍ଷ 54 ହଜାର 357ରେ ପହଞ୍ଚିଛି ।

6.ପରଲୋକରେ ବରିଷ୍ଠ ଆରଜେଡି ନେତା ରଘୁବଂଶ ପ୍ରସାଦ ସିଂ, ଶୋକପ୍ରକାଶ କଲେ ରାଷ୍ଟ୍ରପତି ଓ ପିଏମ

ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ସମୟରେ ଆରଜେଡିର ବରିଷ୍ଠ ନେତା ରଘୁବଂଶ ପ୍ରସାଦ ସିଂଙ୍କର ମୃତ୍ୟୁ ହୋଇଛି ।

7.ରଘୁବଂଶ ପ୍ରସାଦ ସିଂଙ୍କ ଦେହାନ୍ତରେ କୋହଭରା ଟ୍ବିଟ କଲେ ଲାଲୁ

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଆରଜେଡି ନେତା ରଘୁବଂଶ ପ୍ରସାଦ ସିଂଙ୍କ ଆଜି ନୂଆଦିଲ୍ଲୀ ସ୍ଥିତ ଏମ୍ସ ମେଡିକାଲରେ ଦେହାନ୍ତ ହୋଇଛି । ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରି ଲାଲୁ ପ୍ରସାଦ ଯାଦବ ଏକ ଭାବପ୍ରବଣତା ଟ୍ବିଟ କରିଛନ୍ତି ।

8.ମୌସୁମୀ ଅଧିବେଶନ ପୂର୍ବରୁ କୋରୋନା ପରୀକ୍ଷା କରାଇଲେ ଉପରାଷ୍ଟ୍ରପତି

ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ସଂସଦରେ ମୌସୁମୀ ଅଧିବେଶନ ପୂର୍ବରୁ କୋରୋନା ପରୀକ୍ଷା କରାଇଛନ୍ତି ବୋଲି ରବିବାର ସେ ସଚିବାଳୟକୁ ସୂଚନା ଦେଇଛନ୍ତି।

9.ମୌସୁମୀ ଅଧିବେଶନ ପୂର୍ବରୁ ବସିବନି ସର୍ବଦଳୀୟ ବୈଠକ

କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ କରିବେ ନାହିଁ ।

10.ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କ ଉପରେ ଆକ୍ରମଣ; ସଫେଇ ଦେଲେ ସଞ୍ଜୟ ରାଉତ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଏକ କାର୍ଟୁନ ସେୟାର କରିବାକୁ ଶିବାସେନାର 6 ଜଣ କର୍ମୀ ଜଣେ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ମାଡ ମାରିଥିଲେ । ଆଜି ସେହି ଘଟଣା ଉପରେ ସଫେଇ ଦେଇଛନ୍ତି ଶିବସେନାର ମୁଖପାତ୍ର ସଞ୍ଜୟ ରାଉତ ।

ABOUT THE AUTHOR

...view details