ଓଡିଶା

odisha

ETV Bharat / bharat

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର

By

Published : Sep 5, 2020, 3:01 PM IST

1.ରାଜ୍ୟରେ 20 ଲକ୍ଷ ଅତିକ୍ରମ କଲା କୋରୋନା ପରୀକ୍ଷା

ରାଜ୍ୟରେ ରେକର୍ଡ ସଂଖ୍ୟକ କୋରୋନା ନମୁନା ପରୀକ୍ଷା ହୋଇଛି । ଆଜି ସୁଦ୍ଧା ସମଗ୍ର ରାଜ୍ୟରେ 20 ଲକ୍ଷରୁ ଅଧିକ କେରୋନା ପରୀକ୍ଷା ସହ ଏକ ମାଇଲଖୁଣ୍ଟ ସୃଷ୍ଟି ହୋଇଛି ।

2.ରାଜ୍ୟରେ ଅଣାୟତ୍ତ କୋରୋନା: ଦିନକରେ ପୁଣି 3543 ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ପୁଣି 3543 ଆକ୍ରାନ୍ତ ଚିହ୍ନଟ । 7 ମୃତ ।

3.ବର୍ଷାଙ୍କ ଘରୋଇ ହିଂସା ଅଭିଯୋଗ ପରେ ପ୍ରତିକ୍ରିୟା ରଖିଲେ ସାଂସଦ ଅନୁଭବ

ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ କଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ପ୍ରତିକ୍ରିୟା ରଖିଲେ ଅନୁଭବ ।

4.ଦଳ ସଫା କରିବା ପଡିଲା ମହଙ୍ଗା: କଦଳୀ ଭେଳା ବୁଡି 2 ଭାଇ ମୃତ

ବରୀ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । କଦଳୀ ଗଛକୁ ଭେଳା କରି ଦଳ ସଫା କରି ଯାଇଥିବା ଦୁଇ ଭାଇଙ୍କ ମୃତ୍ୟୁ ।

5.ଛତିଶଗଡରେ 4 ଗ୍ରାମବାସୀଙ୍କୁ ହତ୍ୟା କଲେ ନକ୍ସଲ୍

ଛତିଶଗଡରେ ଅପହରଣ ପରେ 4ଜଣ ଗ୍ରାମବାସୀଙ୍କୁ ହତ୍ୟା କଲେ ନକ୍ସଲ ।

6.‘ଅରୁଣାଚଳରୁ 5 ଯୁବକଙ୍କୁ ଉଠାଇ ନେଇଛି ଚୀନ ସେନା’

ଭାରତ ଏବଂ ଚୀନ୍ ସେନା ମଧ୍ୟରେ ତିକ୍ତତା ଜାରି ରହିଥିବା ବେଳେ ଚୀନ୍ ସେନା ଅରୁଣାଚଳ ପ୍ରଦେଶରୁ ପାଞ୍ଚ ଜଣଙ୍କୁ ଅପହରଣ କରି ନେଇଥିବା ଖବର ସାମ୍ନାକୁ ଆସିଛି ।

7.ICMR ର ନୂଆ ଗାଇଡଲାଇନ: ଯିଏ ଚାହିଁବ କରିପାରିବ କୋରୋନା ଟେଷ୍ଟ

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) କୋଭିଡ -19 ପରୀକ୍ଷା ଉପରେ ଏକ ନୂତନ ଗାଇଡଲାଇନ ଜାରି କରିଛି, ଯାହା ବ୍ୟକ୍ତିଙ୍କ ଇଚ୍ଛାନୁସାରେ ପରୀକ୍ଷା କରିବାକୁ ଅନୁମତି ଦେଇଛି।

8.ତେଲେଙ୍ଗାନା ଅର୍ଥମନ୍ତ୍ରୀ କୋରୋନା ପଜିଟିଭ୍

ତେଲେଙ୍ଗାନା ଅର୍ଥମନ୍ତ୍ରୀ ଟି ହରିଶ ରାଓ ଶନିବାର କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଟ୍ବିଟ କରି ନିଜେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ।

9.ଶ୍ରୀଲଙ୍କାରୁ ଆସୁଥିବା ତୈଳ ଟ୍ୟାଙ୍କରରେ ଲାଗିଲା ନିଆଁ

ଶ୍ରୀଲଙ୍କାରୁ ଭାରତ ଅଭିମୁଖେ ଆସୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଛି ଭାରତୀୟ ତୈଳ ଟ୍ୟାଙ୍କର । ଫଳରେ ବିଶାଖାପଟନମ ନିକଟରେ ଟ୍ୟାଙ୍କରଟିରେ ନିଆଁ ଲାଗି ପ୍ରବଳ ଧୂଆଁ ବାହାରୁଥିବା ଦେଖାଯାଇଥିଲା ।

10.ଏଣିକି ଆମେରିକାରେ ନିଜେ ଗ୍ରାଉଣ୍ଡ ପରିଚାଳନା କରିପାରିବ ଏୟାର ଇଣ୍ଡିଆ

ପୂର୍ବରୁ ଯେକୌଣସି ଦେଶକୁ ବିମାନ ସେବା ଯୋଗାଉଥିବା ଏୟାର ଇଣ୍ଡିଆ ସେଠାରେ ନିଜେ ଗ୍ରାଉଣ୍ଡ ପରିଚାଳନାର ଅଧିକାର ରଖୁଥିଲା । ଆମେରିକାରେ ନିଜସ୍ବ ନୀତି ଅନୁଯାୟୀ ଏହି ଅଧିକାରକୁ ଛଡାଇ ନେଇଥିଲା ।

ABOUT THE AUTHOR

...view details