ଓଡିଶା

odisha

ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS@3PM

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jul 25, 2020, 3:05 PM IST

1.ଦୁଇ ସପ୍ତାହ ପରେ ପୁଣି ମୋଦିଙ୍କ ‘ମନ କି ବାତ୍‌’

ଜୁଲାଇ 26ରେ ଅଲ ଇଣ୍ଡିଆ ରେଡିଓରେ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ତଥା ବିଦେଶରେ ଥିବା ଭାରତୀୟଙ୍କୁ ସମ୍ବୋଧିତ କରିବେ ।

2.ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କୋରୋନା ପଜିଟିଭ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କୋରୋନା ପଜିଟିଭ ଚିହ୍ନଟ । ଏନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସମସ୍ତଙ୍କୁ ସତର୍କ କରାଇବା ସହ ତାଙ୍କୁ ବିଗତ ଦିନରେ ଯେଉଁମାନେ ଭେଟିଛନ୍ତି ସେମାନଙ୍କୁ ହୋମ କ୍ବାରେଣ୍ଟାଇନ ରହିବାକୁ ଟ୍ବିଟରେ ଦେଇଛନ୍ତି ପରାମର୍ଶ ।

3.ରାଜ୍ୟରେ ଆଜି କୋରୋନା ନେଲା 10 ମୁଣ୍ଡ; ମୃତ୍ୟୁ ସଂଖ୍ୟା 130କୁ ବୃଦ୍ଧି

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇ ହେଉଛି କୋରୋନା ମୃତ୍ୟୁ ସଂଖ୍ୟା । ଆଜି ରାଜ୍ୟରେ ସର୍ବାଧିକ 10 ଜଣଙ୍କର କୋରୋନାରେ ମୃତ୍ୟୁ ଘଟିଛି। ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ 130କୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି।

4.ବେକାବୁ କୋରୋନା: ରାଜ୍ୟରେ ପୁଣି 1320 ନୂଆ କୋରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ 1320 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନ କେନ୍ଦ୍ରରୁ 887 ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ 433 ରହିଛି । ମୋଟ ପଜିଟିଭ ସଂଖ୍ୟା 24013ରେ ପହଞ୍ଚିଛି ।

5.‘ବନ୍ଦେ ଭାରତ’ ମିଶନରେ ଭାରତରେ ପହଞ୍ଚିଛନ୍ତି 2.5 ଲକ୍ଷ ଭାରତୀୟ

ଏୟାର ଇଣ୍ଡିଆ ‘ବନ୍ଦେ ଭାରତ ମିଶନ’ ଅଧୀନରେ 53 ଟି ଦେଶରୁ 2.5 ଲକ୍ଷରୁ ଅଧିକ ଭାରତୀୟଙ୍କୁ ଫେରାଇ ଆଣିଛି। ଏହାସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ 24 ନଭେମ୍ବର ପର୍ଯ୍ୟନ୍ତ ବିମାନ ଭଡା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିର୍ଦ୍ଦେଶ ଜାରି କରିଛି।

6.କୋରୋନା ପ୍ରଭାବ: କୋର୍ଟ ସମ୍ମୁଖରେ ଚା’ ବିକିଲେ ଆଇନଜୀବୀ

ଜୀବିକା ଛଡାଇ ନେଇଛି କୋରୋନା ମହାମାରୀ । ଏଥିରୁ ବାଦ ପଡିନାହାଁନ୍ତି କୋର୍ଟ କଚେରୀର କର୍ମଚାରୀ ।

7.ବଢିଲା ଡିଜେଲ ଦାମ, ସ୍ଥିର ପେଟ୍ରୋଲ

ରାଜଧାନୀରେ ଡିଜେଲ ଦାମ ଲିଟର ପିଛା 81.79 ଟଙ୍କା ଥିବାବେଳେ ପେଟ୍ରୋଲ ଲିଟର ପିଛା 80.43 ଟଙ୍କା ରହିଛି । ଜୁନ 29 ରୁ ପେଟ୍ରୋଲ ମୂଲ୍ୟ ଅପରିବର୍ତ୍ତିତ ରହିଛି ।

8.ସଙ୍କଟରେ ବିମାନ ଶିଳ୍ପ, ଗଲାଣି 4 ଲକ୍ଷ ଚାକିରୀ

ବ୍ଲୁମବର୍ଗ ରିପୋର୍ଟ ଅନୁସାରେ କ୍ଷତିଗ୍ରସ୍ଥ ବିମାନ ଶିଳ୍ପରେ କୋରୋନା ପ୍ରହାର ଯୋଗୁଁ ଏବେ ସୁଦ୍ଧା 4 ଲକ୍ଷ ଲୋକ ଜୀବିକା ହରାଇଲେଣି । ଅଧିକାଂଶ କର୍ମଚାରୀଙ୍କୁ ବିନା ଦରମାରେ ଲମ୍ବା ଅବଧି ପାଇଁ ଛୁଟିରେ ପଠାଯାଇଛି ।

9.କୋଭିଡ-19: ୟୁଏସ ଗ୍ରାଣ୍ଡ ପିକ୍ସ ବାତିଲ କଲା ଫର୍ମୁଲା-1

କୋରୋନା ମହାମାରୀ କାରଣରୁ ୟୁଏସ ଗ୍ରାଣ୍ଡ ପିକ୍ସ ସହ ମେକ୍ସିକୋ ସିଟି ଗ୍ରାଣ୍ଡ ପ୍ରିକ୍ସ, ସାଓ ପାଉଲୋରେ ବ୍ରାଜିଲୀୟ ଗ୍ରାଣ୍ଡ ପ୍ରିକ୍ସ ଏବଂ ମୋଣ୍ଟ୍ରିଆଲରେ କାନାଡିୟ ଗ୍ରାଣ୍ଡ ପ୍ରିକ୍ସକୁ ବାତିଲ କଲା ଫର୍ମୁଲା-1 ।

10.ଅନଲାଇନ ଲିକ ହେଲା ‘ଦିଲ ବେଚାରା’

ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଯାଇ ‘ଦିଲ ବେଚାରା’ ମେକର୍ସ ଡିଜନୀ ପ୍ଲସ ହଟଷ୍ଟାରରେ ଫିଲ୍ମକୁ ମାଗଣା ରିଲିଜ କରିଛନ୍ତି । ହେଲେ ଏହା ସତ୍ତ୍ବେ ଫିଲ୍ମ ଅନଲାଇନ ଲିକ ହୋଇଛି ।

ABOUT THE AUTHOR

...view details