ଓଡିଶା

odisha

ETV Bharat / bharat

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର... - NEWS@3PM

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jun 18, 2020, 3:05 PM IST

1. ଚଳିତ ବର୍ଷ ହେବନି ରଥଯାତ୍ରା

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଏବର୍ଷ ପୁରୀରେ ହେବନି ରଥଯାତ୍ରା ..

2. ରଥଯାତ୍ରାକୁ ନେଇ ଜରୁରୀକାଳୀନ କ୍ୟାବିନେଟ ଡାକିଲେ ସରକାର

ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ରାଜ୍ୟ ସରକାର ଡାକିଲେ ଜରୁରୀ କ୍ୟାବିନେଟ ବୈଠକ

3. ରଥଯାତ୍ରା ସ୍ଥଗିତ ଘଟଣା: ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ

ରଥଯାତ୍ରା ନେଇ ସୁପ୍ରିକୋର୍ଟଙ୍କ ସ୍ଥଗିତାଦେଶ ପରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ

4. ରାଜ୍ୟରେ ନୂଆ 174 ଆକ୍ରାନ୍ତ ଚିହ୍ନଟ, ସ୍ଥାନୀୟ ଅଞ୍ଚଳରୁ 28

କାୟା ବିସ୍ତାର କରୁଛି କୋରୋନା । ରାଜ୍ୟରେ ପୁଣି 174 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ସଂଖ୍ୟା 4512କୁ ବୃଦ୍ଧି ପାଇଛି ।

5.ବିନା ଅସ୍ତ୍ରରେ ଯବାନଙ୍କୁ ଚୀନ ସହ ଲଢିବାକୁ ଛାଡିବା ପାଇଁ ଦାୟୀ କିଏ: ରାହୁଲ

କିଏ ଯବାନ ମାନଙ୍କୁ ବିନା ଅସ୍ତ୍ରରେ ସେମାନଙ୍କ ସହ ଲଢିବା ପାଇଁ ଛାଡିଥିଲା ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଶ୍ନ କରିଛନ୍ତି

6. ଶହୀଦଙ୍କ ସ୍ମୃତିରେ 2 ଦିନ ପାଇଁ ଭର୍ଚୁଆଲ ରାଲି ରଦ୍ଦ କଲା ବିଜେପି

ଶହୀଦ ଯବାନଙ୍କ ସ୍ମୃତିରେ ବିଜେପି ପକ୍ଷରୁ ଆଗାମୀ 2 ଦିନ ପର୍ଯ୍ୟନ୍ତ ସମସ୍ତ ଭର୍ଚୁଆଲ ରାଲି ଏବଂ ରାଜନୈତିକ କାର୍ଯ୍ୟକ୍ରମ ସ୍ଥଗିତ କରିବାର ନିଷ୍ପତ୍ତି ନିଆଯାଇଛି ।

7. ପୁଣିଥରେ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହେଲା ଭାରତ, ଖୁସି ପ୍ରକାଶ କଲେ ମୋଦି

୮ମ ଥର ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ରୂପରେ ଗୁରୁବାର ନିର୍ବାଚିତ ହୋଇଛି ଭାରତ । ଏହି ସଫଳତାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

8. ଭାରତ-ଚୀନ ମଧ୍ୟରେ ମେଜର ଜେନେରାଲ ସ୍ତରୀୟ ଆଲୋଚନା

ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ସୈନିକଙ୍କ ମଧ୍ୟରେ ଉପୁଜିଥିବା ସଂଘର୍ଷର ସମାଧାନ ପାଇଁ ଭାରତ ଏବଂ ଚୀନ ମଧ୍ୟରେ ଗୁରୁବାର ମେଜର ଜେନେରାଲସ୍ତରୀୟ ଆଲୋଚନା ହୋଇଛି ।

9. ଆଜି କ୍ୟାବିନେଟ ବୈଠକ, 5ଟି ପ୍ରସ୍ତାବ ଉପରେ ଆଲୋଚନା

ଆଜି ବସୁଛି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ସନ୍ଧ୍ୟା 7ଟା 45ରେ ଏହି ବୈଠକ ବସିବ ।

10. ମହାନଦୀରେ ପୁରାତନ ମନ୍ଦିର ଠାବ ଘଟଣା: କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର

ନୟାଗଡ ଜିଲ୍ଲାର ମହାନଦୀ ଗର୍ଭରେ ଠାବ ହୋଇଥିବା ୫୦୦ ବର୍ଷ ତଳ ପ୍ରାଚୀନ ଗୋପୀନାଥ ମନ୍ଦିରର ପୁନରୁଦ୍ଧାର କରାଯିବା ସହ ମନ୍ଦିରକୁ ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତ୍ର ଲେଖିଛନ୍ତି । ଅଧିକ ପଢନ୍ତୁ...

ABOUT THE AUTHOR

...view details