ଓଡିଶା

odisha

ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM
TOP NEWS@1PM

By

Published : Jan 26, 2021, 12:49 PM IST

1.ବିଶ୍ବ ଦେଖିଲା ଓଡିଶାର ଝଲକ, ବଜାସାଲ ନୃତ୍ୟରେ ଦୁଲୁକିଲା ରାଜପଥ

ବିଶ୍ବ ଦେଖିଲା ଓଡିଶାର ଝଲକ। କଳାହାଣ୍ଡିର ବଜାସାଲ ନୃତ୍ୟରେ ଦୁଲୁକିଲା ଦିଲ୍ଲୀ ରାଜପଥ। ମାଣିକେଶ୍ବରୀଙ୍କୁ ସୁମରଣା କରି ରାଜପଥ ଦୁଲୁକାଇଲେ ନୃତ୍ୟଶିଳ୍ପୀ।ଅଧିକ ପଢନ୍ତୁ...

2.ବ୍ୟାରିକେଡ୍ ଭାଙ୍ଗିଲେ ଚାଷୀ, ପୋଲିସର ଟିଅର ଗ୍ୟାସ ପ୍ରୟୋଗ

ଦେଶ 72 ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଜାତୀୟ ରାଜଧାନୀରେ ପୋଲିସ ଓ କୃଷକଙ୍କ ମଧ୍ୟରେ ଧସ୍ତାଧସ୍ତି। ପାଲୱାଲ ସୀମାରେ ଚାଷୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି।

3.ରାଜପଥରେ ଶକ୍ତି ଦେଖାଇଲା ରାଫେଲ୍

ଦିଲ୍ଲୀ ଆକାଶରେ ଶକ୍ତି ଦେଖାଇଲା ରାଫେଲ୍ । ଗଣତନ୍ତ୍ର ଦିବସ ପରେଡରେ ସାମିଲ ହେଲା ରାଫେଲ୍ । ଘଣ୍ଟା ପ୍ରତି 780 କିଲୋମିଟର ଗତିରେ ଉଡିଲା ଏୟାରକ୍ରାଫ୍ଟ ।

4.ପ୍ରଥମ ଥର ପାଇଁ ରାଜପଥରେ ଝଲକିଲା ଲଦାଖର ପ୍ରଜ୍ଞାପନ ମେଢ

ପ୍ରଥମ ଥର ରାଜପଥରେ ଲଦାଖର ପ୍ରଜ୍ଞାପନ ମେଢ ଦେଖିବାକୁ ମିଳିଛି । ଗଣତନ୍ତ୍ର ଦିବସ ଅବସରରେ ରାଜପଥରେ ଲଦାଖର ପ୍ରଜ୍ଞାପନ ମେଢ ।

5.କାର୍ଯ୍ୟକ୍ଷମ ହେଲା ଉତ୍କଳ ବିଶ୍ୱ ବିଦ୍ୟାଳୟର ରୁସା ଭବନ

କାର୍ଯ୍ୟକ୍ଷମ ହେଲା ଉତ୍କଳ ବିଶ୍ବ ବିଦ୍ୟାଳୟର ରୁସା ଭବନ। ଏହି ଭବନରେ କୁଳପତି, କୁଳସଚିବଙ୍କ ସମେତ ଏକାଡେମୀକ ଅଧିକାରୀ କାର୍ଯ୍ୟାଳୟ ଏଠାରେ ରହିବ। 6 ମହଲା ବିଶିଷ୍ଟ ଏହି ବିଲିଡିଂ ନିର୍ମାଣ ଲାଗି 25 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପଢନ୍ତୁ ସମ୍ପୂର୍ଣ୍ଣ ଖବର..

6.ପ୍ରଫେସର କୃଷ୍ଣ ମୋହନ ପାଠୀଙ୍କୁ ମିଳିବ ପଦ୍ମଶ୍ରୀ

ପ୍ରଫେସର କୃଷ୍ଣ ମୋହନ ପାଠୀଙ୍କ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି ପଦ୍ମଶ୍ରୀ । ଏହି ଅବସରରେ ପ୍ରଫେସର ପାଠୀଙ୍କ ସହିତ ଆଲୋଚନା କରିଥିଲେ ଆମ ସମ୍ବାଦଦାତା। ଦେଖନ୍ତୁ ଭିଡିଓ...

7.ନେତାଜୀ ବସ ଟର୍ମିନାଲକୁ ନେଇ ଅସନ୍ତୋଷ ଭର୍ତ୍ତୃହରି ମହତାବ

ନେତାଜୀ ବସ ଟର୍ମିନାଲକୁ ନେଇ ଅସନ୍ତୋଷ ଝାଡିଲେ ସାଂସଦ ଭର୍ତ୍ତୃହରି ମହତାବ । ଭୌଗଳିକ ଦୃଷ୍ଟିରୁ ଯେଉଁ ସ୍ଥାନରେ ଟର୍ମିନାଲ ହେଉଛି ତାହା ଅନୁପଯୁକ୍ତ ବୋଲି କହିଛନ୍ତି ସାଂସଦ । ଅଧିକ ପଢନ୍ତୁ...

8.ସରକାରୀ ଅବ୍ୟବସ୍ଥା, ବିନା ଶିକ୍ଷକରେ ଚାଲିଛି ପାଠପଢା

ଦେବଗଡ଼ ଜିଲ୍ଲାରେ ଦୀର୍ଷ 4 ବର୍ଷ ଧରି ଶିକ୍ଷକଙ୍କ ବିନା ସରକାରୀ ବିଦ୍ୟାଳୟ ଚାଲି ଆସୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

9.ଟ୍ରାକ୍ଟର ରାଲି ନେଇ ମତ ରଖିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ରାଲିକୁ ନେଇ ମତ ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି ଯେ, ତିନୋଟି କୃଷି ବିଲ୍ ମୁଷ୍ଟିମେୟ ଓ ପୁଞ୍ଜିପତିମାନଙ୍କର ସ୍ବାର୍ଥରେ ତେଣୁ ହୋଇଛି ତେଣୁ ଏହା ଠିକ୍ ନୁହେଁ।

10.ଚାଷୀଙ୍କ ଟ୍ରାକ୍ଟର ରାଲିରେ ପୋଲିସର ଲାଠିଚାର୍ଜ

ଗଣତନ୍ତ୍ର ଦିବସରେ ଚାଷୀଙ୍କ ବିରୋଧି ରାଲି । ବିଶାଳ ଟ୍ରାକ୍ଟର ରାଲି କରୁଛନ୍ତି ଚାଷୀ । ଏନେଇ ଦିଲ୍ଲୀର ସମସ୍ତ ସୀମାରେ ରାଲି କରୁଛନ୍ତି ଚାଷୀ ।

ABOUT THE AUTHOR

...view details